Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଡ୍ରେସିଂ ରୁମ୍‌ରେ 'Boycott' ଚର୍ଚ୍ଚା, ଗମ୍ଭୀର ନେଲେ ଏହି ପଦକ୍ଷେପ...

Sushanta Sahoo
Browse all articles by Sushanta Sahoo
·10 months ago·2 min read
ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଡ୍ରେସିଂ ରୁମ୍‌ରେ 'Boycott' ଚର୍ଚ୍ଚା, ଗମ୍ଭୀର ନେଲେ ଏହି ପଦକ୍ଷେପ...

Key Points

ଆଜି ଦୁବାଇରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । କିନ୍ତୁ ସୋସିଆଲ୍ ମଡିଆରେ କ୍ୟାମ୍ପେନ୍ ଚାଲିଛି ମ୍ୟାଚ୍‌କୁ ବୟକଟ୍ କରାଯାଉ । ଆଉ ଏହି କ୍ୟାମ୍ପେନ୍ ଏବେ ଭାରତୀୟ ଦଳର ଡ୍ରେସିଂ ରୁମ୍‌ରେ ଖେଳାଳିଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଦୁବାଇ: ସୋସିଆଲ୍ ମିଡିଆରେ କ୍ୟାମ୍ପେନ୍, ଡ୍ରେସିଂ ରୁମ୍‌ରେ ଚର୍ଚ୍ଚା । ଏସିଆ କପ୍‌-୨୦୨୫ରେ ଆଜି ଦୁବାଇରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । କିନ୍ତୁ ସୋସିଆଲ୍ ମଡିଆରେ କ୍ୟାମ୍ପେନ୍ ଚାଲିଛି ମ୍ୟାଚ୍‌କୁ ବୟକଟ୍ କରାଯାଉ । ଆଉ ଏହି କ୍ୟାମ୍ପେନ୍ ଏବେ ଭାରତୀୟ ଦଳର ଡ୍ରେସିଂ ରୁମ୍‌ରେ ଖେଳାଳିଙ୍କ ଚିନ୍ତା ବଢ଼ାଇ ଦେଇଛି ।


ଯାହାକୁ ନେଇ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀ ଏବଂ ଅନ୍ୟ ସପୋର୍ଟ ଷ୍ଟାଫ୍ ଖେଳାଳିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଖେଳାଳିଙ୍କୁ କୁହାଯାଇଛି ଯେ, ଖେଳୁଆଡ଼ ମନୋବୃତ୍ତି ରଖି ଅନ୍ୟ ମ୍ଯାଚ୍ ଭଳି ପାକିସ୍ତାନ ମ୍ୟାଚ୍ ଖେଳ । କିନ୍ତୁ ପ୍ରଶ୍ନ ଆବେଗକୁ ସମ୍ଭାଳି ପାରିବେ ତ ଖେଳାଳି ?


ଏଥିସହ ପଢ଼ନ୍ତୁ: ଅପରେସନ୍ ସିନ୍ଦୂର ପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ପ୍ରଥମ ମୁକାବିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କାରଣ ଭାରତୀୟ ଦଳରେ ଥିବା ସମସ୍ତ ଖେଳାଳି ଯୁବବର୍ଗର, ଯେଉଁମାନେ କି ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ । ଯଦିଓ ଅଭ୍ୟାସ୍ ପୂର୍ବରୁ ଫୋନ୍‌କୁ ଖେଳାଳି ଫୋନ୍ ରଖି ଦେଇଛନ୍ତି, ତଥାପି ନଜର ରଖିଛନ୍ତି ଲୋକଙ୍କ ଉପରେ । ଗତ ମେ ମାସରେ ଦୁଇ ଦେଶର ସୀମାରେ ତିକ୍ତତାକୁ ନେଇ ନେଟିଜେନ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବୟକଟ୍ ପାଇଁ ଦାବି କରୁଛନ୍ତି ।


ଆଉ ଲୋକଙ୍କ ମଧ୍ୟରେ ଉତ୍ତେଜନା ମନୋଭାବ ଦେଖି ମ୍ୟାଚ୍ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିସିସିଆଇ ଖେଳାଳିଙ୍କୁ ଦୂରେଇ ରଖିଛି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖ୍ୟ କୋଚ୍‍, ଅଧିନାୟକ କିମ୍ବା କୌଣସି ଖେଳାଳି ସାମିଲ୍ ହୋଇ ନାହାନ୍ତି । ଭାରତୀୟ ଦଳର ସହାୟକ କୋଚ୍ ରଯାନ ଟେନ୍ ଡୋଜେଟ୍ ଭାଗ ନେଇ ଦଳର ମତ ରଖିଛନ୍ତି ।


ଲୋକଙ୍କ ବୟକଟ୍ କ୍ୟାମ୍ପେନ ନେଇ ସାମ୍ବାଦିକ ପ୍ରଶ୍ନ କରିଥିବା ବେଳେ ସେ କହିଛନ୍ତି, 'ହଁ, ମୁଁ ଭାବୁଛି ସେମାନେ ପାରିବେ । ଏହା ବହୁତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । ଭାରତର ଲୋକଙ୍କ ସହ ଖେଳାଳିଙ୍କ ଭାବନା ରହିଛି । ଏସିଆ କପ୍‌କୁ ଆମେ ବହୁ ଦିନରୁ ପ୍ରତୀକ୍ଷା କରିଥିଲୁ । ଆମେ ଭାବି ନଥିଲୁ ଆମେ ଗୋଟିଏ କ୍ରିଜ୍‌କୁ ଆସିବୁ । ଆପଣ ଜାଣନ୍ତି ସରକାରଙ୍କ ନିଷ୍ପତ୍ତି କ'ଣ ।'

Sponsored
Asia Cup 2025: India vs Pakistan Faces Boycott Calls | Argus News | Argus News