Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Pakistan: ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଟିମ୍ ଇଣ୍ଡିଆକୁ ମିଳିଲା ଗ୍ରୀନ୍ ସିଗନାଲ୍

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
India vs Pakistan: ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଟିମ୍ ଇଣ୍ଡିଆକୁ ମିଳିଲା ଗ୍ରୀନ୍ ସିଗନାଲ୍

Key Points

ପାକିସ୍ତାନ ସହ ଖେଳିବ ଭାରତ

ଟିମ୍‌ ଇଣ୍ତିଆକୁ ମିଳିଲା ଗ୍ରୀନ ସିଗନାଲ

କିନ୍ତୁ ଦ୍ୱିପାକ୍ଷିକ ସିରିଜକୁ ନା

ପାକିସ୍ତାନକୁ ଆଉ ଏକ ଝଟକା ଦେଲେ ଭାରତ ସରକାର । ପାକିସ୍ତାନ ସହ ଆଗକୁ ମଧ୍ୟ କୌଣସି ସିଧା ସଳଖ ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ ଭାରତ । ଆଜି ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପାକିସ୍ତାନ ସହ ଥିବା କ୍ରୀଡା ନୀତିରେ ସଂଶୋଧନ ଆଣିଛନ୍ତି । ସଂଶୋଧନ ଅନୁସାରେ ଭବିଷ୍ୟତରେ ମଧ୍ୟ ଭାରତୀୟ ଟିମ୍ ପାକିସ୍ତାନ ଯାଇ ଦ୍ୱିପାକ୍ଷିକ ମ୍ୟାଚ ଖେଳିବ ନାହିଁ କି ପାକିସ୍ତାନୀ ଟିମକୁ ଭାରତ ମାଟିରେ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଅନୁମତି ଦିଆଯିବ ନାହିଁ ।


ତେବେ ଏସିଆ କପ୍ ଓ ଆଇସିସି ଭଳି କୌଣସି ମଲ୍ଚି ନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି କ୍ରୀଡା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଭାରତ ଏହି ସବୁ ଟୁର୍ଣ୍ଣମେଣ୍ଟରେ କରିପାରିବ, ଯଦି ଏହି ଟୁର୍ଣ୍ଣାମେଣ୍ଟ ନ୍ୟୁଟ୍ରାଲ ଭେନ୍ୟୁରେ ଅନୁଷ୍ଠିତ ହୋଇଥାଏ । କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତର ନୀତିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ଏବଂ ପାକିସ୍ତାନ ସହିତ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କ ପୁନଃସ୍ଥାପିତ କରିବାର କୌଣସି ପ୍ରଶ୍ନ ଉଠୁନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ଯେହେତୁ ଏସିଆ କପ୍ ଏକ ବହୁ-ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ, ତେଣୁ ଟିମ୍ ଇଣ୍ଡିଆ ଏଥିରେ ଖେଳିବ । ଏହି ନିଷ୍ପତ୍ତି ପରେ, ଏହା ସ୍ପଷ୍ଟ ହୋଇଯାଇଛି ଯେ ଭାରତ-ପାକିସ୍ତାନ ସଂଘର୍ଷ କେବଳ ଏସିଆ କପ୍ କିମ୍ବା ଆଇସିସି ଟୁର୍ଣ୍ଣାମେଣ୍ଟ ଭଳି ପ୍ଲାଟଫର୍ମରେ ଦେଖାଯିବ ।


୨୦୧୨-୧୩ ସିଜିନ୍ ପରଠାରୁ ଭାରତ ଏବଂ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ଖେଳି ନାହାଁନ୍ତି। ସେବେଠାରୁ, ଦୁଇ ଦେଶର ପୁରୁଷ ଏବଂ ମହିଳା ଦଳ କେବଳ ବହୁ-ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷା କାରଣ ଦର୍ଶାଇ ଭାରତ ୨୦୨୩ରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ଏବଂ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିକୁ ଯିବାକୁ ମନା କରିଦେଇଥିଲା। ଏହା ପରେ, ଏହି ଟୁର୍ଣ୍ଣାମେଣ୍ଟଗୁଡ଼ିକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହୋଇଥିଲା ।

Sponsored
India Rules Out Bilateral Cricket Series With Pakistan, Confirms Sports Ministry Policy | Argus News