India vs Pakistan / ଏହି ଦିନ ହେବ IND vs PAK ମ୍ୟାଚ୍ ! ଫାଇନାଲ୍ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ?
·1 hour ago·2 min read

Key Points
ଏସିଆନ୍ ଗେମ୍ସରେ ପୁଣି ହୋଇପାରେ ମହାମୁକାବିଲା
ଫାଇନାଲ୍ରେ ହେବ କି IND vs PAK ?
ଜାଣନ୍ତୁ ମ୍ୟାଚ୍ର ତାରିଖ
ଫାଇନାଲ୍ରେ ହେବ କି IND vs PAK ?
ଜାଣନ୍ତୁ ମ୍ୟାଚ୍ର ତାରିଖ
ଭାରତ-ପାକିସ୍ତାନ ମ୍ୟାଚ ପାଇଁ କ୍ରିକେଟ୍ ପ୍ରେମୀଙ୍କ ମନରେ ବହୁତ ଉତ୍ସାହ ଥାଏ । କ୍ରିକେଟ୍ ଫିଲ୍ଡରେ ୨୨ ଜଣ ଖେଳାଳି ଥାନ୍ତି କିନ୍ତୁ ଏହି ମ୍ୟାଚ୍ ଉପରେ କୋଟି କୋଟି କ୍ରିକେଟ ପ୍ରେମୀଙ୍କ ନଜର ଥାଏ । ତେବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ପୁଣି ଥରେ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ମୁକାବିଲା ଦେଖିବାର ସୁଯୋଗ ମିଳିପାରେ । ଏସିଆନ୍ ଗେମ୍ସର ଗୋଲ୍ଡ ମେଡାଲ୍ ମ୍ୟାଚ୍ରେ ମୁହାଁମୁହିଁ ହୋଇପାରନ୍ତି ଭାରତ ଓ ପାକିସ୍ତାନ । ତେବେ ଭାରତ-ପାକିସ୍ତାନର ଏହି ମହାମୁକାବିଲା କେବେ? କେଉଁଠି? ଆଉ କିପରି ଦୁଇ ଦଳ ଫାଇନାଲ୍ରେ ପହଞ୍ଚିବେ ? ଜାଣନ୍ତୁ ପୂରା ଖବର...
ଜାପାନରେ ଆୟୋଜିତ ହେଉଛି ୨୦୨୬ ଏସିଆନ୍ ଗେମ୍ସ । ଏହି ବଡ଼ କ୍ରୀଡ଼ା ମହାକୁମ୍ଭରେ କ୍ରିକେଟ୍କୁ ମଧ୍ୟ ସାମିଲ କରାଯାଇଛି । ଏସିଆନ୍ ଗେମ୍ସର କ୍ରିକେଟ୍ ଫାଇନାଲ୍ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ଯଦି ଦୁଇ ଦଳ ନିଜ ନିଜ ସେମିଫାଇନାଲ୍ ଜିତନ୍ତି, ତେବେ ଅକ୍ଟୋବର ୩ ତାରିଖରେ ଗୋଲ୍ଡ ମେଡାଲ୍ ମ୍ୟାଚ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଲଢ଼େଇ ଦେଖିବାକୁ ମିଳିପାରେ ।
କେବଳ ଗୋଲ୍ଡ ମେଡାଲ୍ ନୁହେଁ, ବ୍ରୋଞ୍ଜ ମେଡାଲ୍ ମ୍ୟାଚ୍ରେ ମଧ୍ୟ ଭାରତ-ପାକିସ୍ତାନ ମୁକାବିଲାର ସମ୍ଭାବନା ରହିପାରେ । ତେବେ ଦୁଇ ଦଳ ଫାଇନାଲ୍ରେ ପହଞ୍ଚିଲେ ହିଁ ଗୋଲ୍ଡ ମେଡାଲ୍ ପାଇଁ ଏହି ବଡ଼ ମୁକାବିଲା ହେବ ।
ପୁଣି ହୋଇପାରେ ବୁମରାହ ବନାମ ସାହିବଜାଦା ଫରହାନ
ଯଦି ଏସିଆନ୍ ଗେମ୍ସ ଫାଇନାଲ୍ରେ ଭାରତ ଓ ପାକିସ୍ତାନ ପହଞ୍ଚନ୍ତି, ତେବେ ପୁଣି ଥରେ ମଇଦାନରେ ଦେଖିବାକୁ ମିଳିପାରେ ଯଶପ୍ରୀତ ବୁମରାହ ଓ ସାହିବଜାଦା ଫରହାନଙ୍କ ମଧ୍ୟରେ ରୋମାଞ୍ଚକର ଲଢ଼େଇ । ଭାରତୀୟ ଦଳରେ ଟି-୨୦ର ଅନେକ ପ୍ରମୁଖ ଖେଳାଳି ସାମିଲ ଅଛନ୍ତି । ଏହା ଫଳରେ ଟୁର୍ଣ୍ଣାମେଣ୍ଟରେ ଭାରତର ମୁକାବିଲା ଆହୁରି ରୋମାଞ୍ଚକର ହେବା ଆଶା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ
ଶ୍ରେୟସ ଆୟର(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶାନ, ତିଲକ ବର୍ମା, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ବିପ୍ରଜ ନିଗମ, ରବି ବିଷ୍ଣୋଇ, ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ, ୟଶ ଠାକୁର

Related Topics
Explore more stories