Videos
|
Sports

India vs Pakistan Final / ଶ୍ରୀଲଙ୍କାକୁ ହରାଇ ଫାଇନାଲ୍‌ରେ ଭାରତ, GOLD ପାଇଁ ଇଣ୍ଡିଆ-ପାକିସ୍ତାନ ମଧ୍ୟରେ ମହାଲଢ଼େଇ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଶ୍ରୀଲଙ୍କାକୁ ହରାଇ ଫାଇନାଲ୍‌ରେ ଭାରତ, GOLD ପାଇଁ ଇଣ୍ଡିଆ-ପାକିସ୍ତାନ ମଧ୍ୟରେ ମହାଲଢ଼େଇ
India vs Pakistan Final

Key Points

ଶ୍ରୀଲଙ୍କାକୁ ମାତ୍ ଦେଲା ଭାରତ
ଏବେ ସ୍ୱର୍ଣ୍ଣ ପାଇଁ ପାକିସ୍ତାନ ସହ ଲଢ଼େଇ
ଅକ୍ଟୋବର ୩ରେ ହେବ ମହାମୁକାବିଲା
ଏସିଆନ୍‌ ଗେମ୍ସ ଫାଇନାଲରେ ଟିମ୍ ଇଣ୍ଡିଆ । ଦ୍ବିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନ୍‌ରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଗୋଲ୍ଡ ମେଡାଲ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ । ଅକ୍ଟୋବର ୩ ତାରିଖ ଶନିବାର ଦିନ ଭାରତ-ପାକିସ୍ତାନ ମଧ୍ୟରେ ଗୋଲ୍ଡ ମେଡାଲ୍‌ ମ୍ୟାଚ୍‌ ଖେଳାଯିବ। ଭାରତୀୟ ସମୟ ଅନୁସାରେ ମ୍ୟାଚ୍‌ଟି ସକାଳ ୧୦ଟାରୁ ଆରମ୍ଭ ହେବ।

ଈଶାନଙ୍କ ଧମାକାଦାର ବ୍ୟାଟିଂ

ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲ୍‌ରେ ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୬୯ ରନ୍‌ କରିଥିଲା । ଭାରତୀୟ ଇନିଂସ୍‌ର ମୁଖ୍ୟ ଆକର୍ଷଣ ଥିଲେ ଈଶାନ କିଶନ । କଷ୍ଟକର ପିଚ୍‌ରେ ସେ ଦମଦାର ବ୍ୟାଟିଂ କରି ୪୬ ବଲ୍‌ରୁ ୪ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୮୦ ରନ୍‌ କରିଥିଲେ । ତାଙ୍କ ଇନିଂସ୍‌ ଯୋଗୁଁ ଭାରତ ୧୬୦ ରନ୍‌ ପାର କରିବାରେ ସକ୍ଷମ ହୋଇଥିଲା ।



ଅନ୍ୟପଟେ ବୈଭବ ସୂର୍ଯ୍ୟବଂଶୀ ୬ଟି ଚୌକା ଓ ୨ଟି ଛକା ସହ ୩୮ ରନ୍‌ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ବଡ଼ ସ୍କୋର କରିପାରିନଥିଲେ । ଅଭିଷେକ ଶର୍ମା ୭, ସଞ୍ଜୁ ସାମସନ ୭, ତିଳକ ବର୍ମା ୨, ଅକ୍ଷର ପଟେଲ ୮, ଶିବମ ଦୁବେ ୩ ଏବଂ ଅଧିନାୟକ ଶ୍ରେୟସ ଆୟର ୧୩ ରନ୍‌ କରିଥିଲେ । ୱାଶିଂଟନ ସୁନ୍ଦର ୭ ରନ୍‌ରେ ଅପରାଜିତ ରହିଥିଲେ ।

୪୫ ରନ୍‌ରେ ଅଲଆଉଟ୍‌ ଶ୍ରୀଲଙ୍କା

୧୭୦ ରନ୍‌ର ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳର ବ୍ୟାଟିଂ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ଦଳ ବିନା କୌଣସି ରନ୍‌ରେ ୨ଟି ୱିକେଟ୍‌ ହରାଇଥିଲା । ମାତ୍ର ୨ ରନ୍‌ରେ ତୃତୀୟ ୱିକେଟ୍‌ ମଧ୍ୟ ଖସିଥିଲା । ୧୮ ରନ୍‌ରେ ଶ୍ରୀଲଙ୍କା ଚତୁର୍ଥ ଓ ପଞ୍ଚମ ୱିକେଟ୍‌ ହରାଇଥିଲା । ଅର୍ଥାତ୍‌ ମାତ୍ର ୧୮ ରନ୍‌ରେ ଦଳର ଅଧା ବ୍ୟାଟ୍ସମ୍ୟାନ୍‌ ପ୍ୟାଭିଲିୟନ୍‌ ଫେରିଯାଇଥିଲେ । ଏହାପରେ ୩୧ ରନ୍‌ରେ ଷଷ୍ଠ ଏବଂ ୩୩ ରନ୍‌ରେ ସପ୍ତମ ୱିକେଟ୍‌ ଖସିଥିଲା । ଶେଷରେ ୪୫ ରନ୍‌ରେ ଅଷ୍ଟମ, ନବମ ଓ ଦଶମ ୱିକେଟ୍‌ ମଧ୍ୟ ହରାଇ ଶ୍ରୀଲଙ୍କା ଅଲଆଉଟ୍‌ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ୬ ଜଣ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲିପାରିନଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରାହ, ଅକ୍ଷର ପଟେଲ ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: