India vs Pakistan Hockey / ଆଜି ଭାରତ-ପାକିସ୍ତାନ ହକି ସେମିଫାଇନାଲ୍, ଫାଇନାଲ୍ ଟିକେଟ୍ ପାଇଁ ମହାମୁକାବିଲା...ଜାଣନ୍ତୁ କେଉଁଠି ଦେଖିବେ LIVE
·1 hour ago·2 min read

Key Points
ହକି ମଇଦାନରେ ମହାଲଢ଼େଇ
ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ବଢ଼ିଲା ଉତ୍ସାହ
ଫାଇନାଲ୍ ଟିକେଟ୍ ପାଇଁ ଟକ୍କର

ଏସିଆନ୍ ଗେମ୍ସରେ ଆଜି ଦେଖିବାକୁ ମିଳିବ ହାଇଭୋଲଟେଜ୍ ଲଢ଼େଇ । ଫାଇନାଲ ଟିକେଟ୍ ପାଇଁ ସାମ୍ନାସାମ୍ନି ହେବେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ—ଭାରତ ଓ ପାକିସ୍ତାନ । ତେବେ ଏହି ମହାମୁକାବିଲା କେବେ, କେଉଁଠି ଏବଂ ମାଗଣାରେ କିପରି ଦେଖିବେ—ଆସନ୍ତୁ ଜାଣିବା...
ଏସିଆନ୍ ଗେମ୍ସରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି । ବିଭିନ୍ନ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ଭାରତ ଏପର୍ଯ୍ୟନ୍ତ ୧୦ଟି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଆଜି ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିବାର ସୁଯୋଗ ରହିଛି ।
ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ ହକି ଦଳର ଦମଦାର ଅଭିଯାନ ଜାରି ରହିଛି। ପୁଲ୍ ଷ୍ଟେଜ୍ରେ ଲଗାତାର ବିଜୟ ହାସଲ କରି ଭାରତ ସେମିଫାଇନାଲ୍ରେ ପହଞ୍ଚିଛି । ଏବେ ନକ୍ଆଉଟ୍ ପର୍ଯ୍ୟାୟରେ ଭାରତ ସାମ୍ନା କରିବ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ । ଅର୍ଥାତ୍ ମଇଦାନରେ ପୁଣି ଥରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନର ହାଇଭୋଲଟେଜ୍ ହକି ଲଢ଼େଇ ।
ଅକ୍ଟୋବର ୧ରେ ସେମିଫାଇନାଲ୍
ଅକ୍ଟୋବର ୧ ତାରିଖରେ ପୁରୁଷ ହକିର ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ । ସୂଚୀ ଅନୁସାରେ ଭାରତୀୟ ସମୟ ଦିନ ୧ଟାରେ ଭାରତ-ପାକିସ୍ତାନ ମଧ୍ୟରେ ଏହି ମହାମୁକାବିଲା ଖେଳାଯିବ । ଭାରତୀୟ ହକି ଫ୍ୟାନ୍ମାନଙ୍କ ପାଇଁ ଏହି ମୁକାବିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଫାଇନାଲ୍ ଟିକେଟ୍ ପାଇଁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସିଧାସଳଖ ଟକ୍କର ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅକ୍ଟୋବର ୩ରେ ପଦକ ଲଢ଼େଇ
ସେମିଫାଇନାଲ୍ ପରେ ଅକ୍ଟୋବର ୩ ତାରିଖରେ ପୁରୁଷ ହକିର ମେଡାଲ ମ୍ୟାଚ୍ ଖେଳାଯିବ । ସେମିଫାଇନାଲ୍ରେ ବିଜୟୀ ହେଉଥିବା ଦୁଇ ଦଳ ସ୍ୱର୍ଣ୍ଣ ପଦକ ପାଇଁ ମଇଦାନକୁ ଓହ୍ଲାଇବେ । ଅନ୍ୟପକ୍ଷରେ ପରାଜିତ ଦୁଇ ଦଳ ମଧ୍ୟରେ ବ୍ରୋଞ୍ଜ୍ ପଦକ ପାଇଁ ମୁକାବିଲା ହେବ । ସୂଚୀ ଅନୁସାରେ ବ୍ରୋଞ୍ଜ୍ ମେଡାଲ୍ ମ୍ୟାଚ୍ ଦିନ ୧ଟାରେ ଏବଂ ଗୋଲ୍ଡ ମେଡାଲ୍ ମ୍ୟାଚ୍ ଅପରାହ୍ଣ ୩ଟା ୩୦ରେ ଖେଳାଯିବ।
କେଉଁଠି ଦେଖିବେ ଲାଇଭ୍ ?
ଭାରତ-ପାକିସ୍ତାନ ସେମିଫାଇନାଲ୍ର ସିଧା ପ୍ରସାରଣ ସୋନି ସ୍ପୋର୍ଟ୍ସ ନେଟୱର୍କରେ ଦେଖିବାକୁ ମିଳିବ । ଏହାର ଲାଇଭ୍ ଷ୍ଟ୍ରିମିଂ Sony LIVରେ ଉପଲବ୍ଧ ହେବ । ତେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମଧ୍ୟରୁ କିଏ ଫାଇନାଲ୍ ଟିକେଟ୍ ହାତେଇବ ଏବଂ କାହାର ସ୍ୱର୍ଣ୍ଣ ପଦକ ଆଶା ଜୀବନ୍ତ ରହିବ—ଏହାର ଉତ୍ତର ମଇଦାନରେ ମିଳିବ ।

Related Topics
Explore more stories