Videos
|
Sports

Hockey World Cup 2026 / ହକି ବିଶ୍ବକପ୍‌ରେ କେବେ ହେବ ଭାରତ-ପାକିସ୍ତାନ ମହାମୁକାବିଲା ? ସାମ୍ନାକୁ ଆସିଲା ତାରିଖ...

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ହକି ବିଶ୍ବକପ୍‌ରେ କେବେ ହେବ ଭାରତ-ପାକିସ୍ତାନ ମହାମୁକାବିଲା ? ସାମ୍ନାକୁ ଆସିଲା ତାରିଖ...
Hockey World Cup

Key Points

ହକି ପ୍ରେମୀଙ୍କ ପାଇଁ ବଡ଼ ଖବର
କେବେ ହେବ ଇଣ୍ଡିଆ-ପାକ୍ ହାଇଭୋଲଟେଜ୍ ମ୍ୟାଚ୍?
ପାକିସ୍ତାନ ସହ ମ୍ୟାଚ୍‌ର ତାରିଖ ଘୋଷଣା

ଆଉ କିଛି ଦିନ ପରେ ଆରମ୍ଭ ହେବ ହକି ବିଶ୍ବକପ୍‌ ୨୦୨୬ । ତେବେ ହକି ବିଶ୍ବକପ୍‌ ପୂର୍ବରୁ ଭାରତୀୟ ହକି ଦଳର ଜର୍ସିକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ତେବେ ଏହି ଜର୍ସି ବିବାଦ ମଧ୍ୟରେ ଭାରତୀୟ ଦଳର ନଜର ଏବେ କେବଳ ଟ୍ରଫି ଉପରେ । ସେପଟେ ହେବାକୁ ଥିବା ହକି ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଫ୍ୟାନ୍ସଙ୍କ ମନରେ ବଢ଼ିଛି ଉତ୍କଣ୍ଠା । ଗୋଟିଏ ପୁଲ୍‌ରେ ଉଭୟ ଦଳ ଥିବାରୁ ପୁଣି ଥରେ ଦେଖିବାକୁ ମିଳିବ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ରୋମାଞ୍ଚକର ଲଢ଼େଇ ।

ବେଲଜିୟମ ଓ ନେଦରଲ୍ୟାଣ୍ଡରେ ହେବ ବିଶ୍ୱକପ୍

ହକି ବିଶ୍ବକପ୍‌ ୨୦୨୬ର ଆୟୋଜନ ମିଳିତ ଭାବେ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ କରୁଛନ୍ତି । ଏହା ହେଉଛି ହକି ବିଶ୍ବକପ୍‌ର ୧୬ତମ ସଂସ୍କରଣ । ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ୱାଭ୍ରେ ଏବଂ ଆମଷ୍ଟେଲଭିନ୍‌ର ଦୁଇଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ଏହି ବିଶ୍ୱକପ୍ ଅଗଷ୍ଟ ୧୪ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବ ।

ପ୍ରଥମ ପର୍ଯ୍ୟାୟରେ ୧୬ଟି ଦଳକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି । ଭାରତ ଏବଂ ପାକିସ୍ତାନ ‘ପୁଲ୍ ଡି’ରେ ରହିଛନ୍ତି। ଏହି ପୁଲ୍‌ରେ ଭାରତ-ପାକିସ୍ତାନ ବ୍ୟତୀତ ୱେଲ୍ସ ଏବଂ ଇଂଲଣ୍ଡ ମଧ୍ୟ ଅଛନ୍ତି ।

୧୯ ଅଗଷ୍ଟରେ ଭାରତ-ପାକିସ୍ତାନ ମହାମୁକାବିଲା

ତେବେ ହକି ବିଶ୍ବକପ୍‌ରେ ଅଗଷ୍ଟ ୧୯ରେ ଏକ ମହାମୁକାବିଲା ଖେଳାଯିବ । ଏହି ଦିନ ଭାରତ ଏବଂ ପାକିସ୍ତାନ ହକି ଦଳ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍ ନେଦରଲ୍ୟାଣ୍ଡର ୱାଗନର ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ପ୍ରାୟ ସକାଳ ୧୧ଟା ୩୦ରେ ଆରମ୍ଭ ହେବ । ଏହା ଭାରତର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ।

ଭାରତ ନିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୧୫ରେ ୱେଲ୍ସ ବିପକ୍ଷରେ ଖେଳିବ । ଏହା ପରେ ଅଗଷ୍ଟ ୧୭ରେ ଇଂଲଣ୍ଡ ସହ ମୁହାଁମୁହିଁ ହେବ। ଭାରତ ତା'ର ତିନୋଟି ଗ୍ରୁପ୍ ମ୍ୟାଚ୍ ୱାଗନର ଷ୍ଟାଡିୟମରେ ଖେଳିବ ।

ଇତିହାସରେ ପାକିସ୍ତାନ ଆଗରେ, କିନ୍ତୁ ବର୍ତ୍ତମାନ ଭାରତ ଶକ୍ତିଶାଳୀ

ହକି ବିଶ୍ବକପରେ ଭାରତର ରେକର୍ଡ ଭଲ ରହିଛି, କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ମୋଟ ମୁକାବିଲାରେ ପାକିସ୍ତାନ ଆଗରେ ରହିଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୧୮୩ଟି ମ୍ୟାଚ୍‌ରେ ପାକିସ୍ତାନ ୮୨ଟି ଜିତିଛି, ଯେଉଁଠାରେ ଭାରତ ୬୯ଟି ବିଜୟ ହାସଲ କରିଛି । ୩୨ଟି ମ୍ୟାଚ୍ ଡ୍ର' ରହିଛି ।
ତେବେ ବର୍ତ୍ତମାନର ଫର୍ମକୁ ଦେଖିଲେ ଭାରତୀୟ ହକି ଦଳ ଅଧିକ ଶକ୍ତିଶାଳୀ ମନେ ହେଉଛି । ପ୍ରୋ ଲିଗ୍‌ରେ ଚଳିତ ବର୍ଷ ଭାରତ ପାକିସ୍ତାନକୁ ଦୁଇଥର ପରାସ୍ତ କରିଛି । ପ୍ରଥମ ମ୍ୟାଚ୍‌ରେ ୪-୩ରେ ବିଜୟ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୭-୧ର ବଡ଼ ବ୍ୟବଧାନରେ ପାକିସ୍ତାନକୁ ହରାଇଥିଲା । ତେବେ ହକି ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ କିଭଳି ପ୍ରଦର୍ଶନ କରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India vs Pakistan Hockey World Cup 2026: Match Date, Time & Venue Revealed | Argus News