India vs Pakistan / ପୁଣି ପାକିସ୍ତାନକୁ ହରାଇଲା ଭାରତ, ୨ ରନ୍ରେ ଜିତିଲା ଟିମ୍ ଇଣ୍ଡିଆ
·8 months ago·2 min read

Key Points
ପୁଣି ପାକିସ୍ତାନକୁ ହରାଇଲା ଭାରତ । ହଂକଂ ସିକ୍ସର ଏକ ରୋମାଞ୍ଚକର ମ୍ୟାଚ୍ରେ ୨ ରନ୍ରେ ଜିତିଲା ଟିମ୍ ଇଣ୍ଡିଆ ।
ପୁରୁଷ ଏସିଆ କପ୍ ଏବଂ ମହିଳା ଦିନିକିଆ ବିଶ୍ୱକପ୍ ପରେ ହଂକଂ ସିକ୍ସ ୨୦୨୫ରେ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ ପୁଣି ଥରେ ପାକିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ରେ ୮୬ ରନ୍ କରିଥିଲା । ଜବାବରେ ପାକିସ୍ତାନ ୩ ଓଭରରେ ୧ ୱିକେଟ୍ରେ ୪୧ ରନ୍ କରିଥିଲା । ଆଉ ଏହା ପରେ ବର୍ଷା ହୋଇଥିଲା । ଯାହାଫଳରେ ଡକୱର୍ଥ-ଲୁଇସ୍ ପଦ୍ଧତି (DLS) ଅନୁଯାୟୀ, ଟିମ୍ ଇଣ୍ଡିଆ ୨ ରନରେ ମ୍ୟାଚରେ ବିଜୟୀ ହୋଇଥିଲା । ପାକିସ୍ତାନ ବିପକ୍ଷରେ ଭାରତର ବିଜୟର ହିରୋ ଥିଲେ ରବିନ୍ ଉଥାପ୍ପା । ଯିଏ ବିସ୍ଫୋରକ ବ୍ୟାଟିଂ କରି ୨୮ ରନ୍ କରିଥିଲେ । ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା ।
ଟିମ୍ ଇଣ୍ଡିଆ ୮୬ ରନ୍ କରିଥିଲା
ଏହି ମ୍ୟାଚ୍ରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୬ ଓଭରରେ ୪ ୱିକେଟରେ ୮୬ ରନ୍ କରିଥିଲା । ଦଳ ପକ୍ଷରୁ ରବିନ୍ ଉଥାପ୍ପା ୧୧ ବଲରେ ସର୍ବାଧିକ ୨୮ ରନ୍ କରିଥିଲେ । ଉଥାପ୍ପାଙ୍କ ବିସ୍ଫୋରକ ବ୍ୟାଟିଂରେ ତିନୋଟି ଛକା ଏବଂ ଦୁଇଟି ଚୌକା ଥିଲା । ଭାରତ ଚିପଲି ୧୩ ବଲରୁ ୨୪ ରନ୍ ଏବଂ ଅଧିନାୟକ ଦିନେଶ କାର୍ତ୍ତିକ ୬ ବଲରୁ ୧୭ ରନ୍ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଶାହଜାଦ ଗୋଟିଏ ଓଭରରେ ୧୫ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ ।
ଟାର୍ଗେଟର ପିଛା କରୁଥିବା ପାକିସ୍ତାନର ଆରମ୍ଭ ଖରାପ ଥିଲା । ଦ୍ୱିତୀୟ ଓଭରରେ ପ୍ରଥମ ୱିକେଟ୍ ହରାଇଥିଲା । ଏହା ପରେ ପାକିସ୍ତାନ ତିନି ଓଭରରେ ଗୋଟିଏ ଓ୍ବିକେଟ୍ ହରାଇ ୪୧ ରନ୍ କରିଥିଲା । କିନ୍ତୁ ଏହା ପରେ ବର୍ଷା ହେବା ଯୋଗୁଁ ଆଉ ଖେଳ ହୋଇପାରିନଥିଲା । ଯାହାଫଳରେ DLS ନିୟମ ଅନୁଯାୟୀ ଟିମ୍ ଇଣ୍ଡିଆକୁ ବିଜୟୀ ଘୋଷଣା କରାଯାଇଥିଲା । ଭାରତ ପକ୍ଷରୁ ବୋଲିଂ ଷ୍ଟୁଆର୍ଟ ବିନ୍ନି ଗୋଟିଏ ଓଭରରେ ୪ ରନ୍ ଦେଇ ଗୋଟିଏ ୱିକେଟ୍ ଅକ୍ତିଆରି କରିଥିଲେ ।
ଏହି ମ୍ୟାଚ୍ ହଂକଂ ସିକ୍ସେସ୍ ୨୦୨୫ରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଥିଲା । ଟିମ୍ ଇଣ୍ଡିଆ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଚି । ସେହପରି ପାକିସ୍ତାନର ଏହା ଦ୍ବିତୀୟ ମ୍ୟାଚ୍ ଥିଲା । ପ୍ରଥମ ମ୍ୟାଚ୍ରେ ପାକିସ୍ତାନ କୁଏତ୍ ବିପକ୍ଷରେ ୪ ଓ୍ବିକେଟରେ ବିଜୟ ଲାଭ କରିଥିଲା । କିନ୍ତୁ ଦ୍ବିତୀୟ ମ୍ୟାଚ୍ରେ ଭାରତଠାରୁ ୨ ରନ୍ରେ ପରାସ୍ତ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories