India vs Pakistan Match / ଭାରତ-ପାକିସ୍ତାନ ମ୍ୟାଚ୍ରେ ନୂଆ ମୋଡ଼, ଶ୍ରୀଲଙ୍କାର ଅଲଟିମେଟମ୍ ପରେ ବ୍ୟାକଫୁଟ୍ରେ ପାକିସ୍ତାନ
·7 months ago·2 min read

Key Points
ଶ୍ରୀଲଙ୍କାର ଚାପ ପରେ ନରମିଲା ପାକିସ୍ତାନ ?
ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ଉପରେ ସସ୍ପେନ୍ସ
ଶ୍ରୀଲଙ୍କାର ଅଲଟିମେଟମ୍, ବ୍ୟାକଫୁଟ୍ରେ ପାକିସ୍ତାନ

ଶନିବାରଠୁ ଆରମ୍ଭ ହୋଇଛି ଟି-୨୦ ବିଶ୍ବକପ୍ । ଭାରତ-ଶ୍ରୀଲଙ୍କା ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । କିନ୍ତୁ ଏବେ ବି ପାକିସ୍ତାନର ନାଟକ ଜାରି ରହିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଫେବୃଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଜନ କରିବାର ନିଷ୍ପତ୍ତି ସମ୍ପର୍କରେ ପୁଣି ଥରେ ତାଙ୍କ ସରକାରଙ୍କଠାରୁ ପରାମର୍ଶ ଲୋଡୁଛି । ଶ୍ରୀଲଙ୍କା କ୍ରିକେଟ୍ (ଏସଏଲସି) ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛି ।
ପାକିସ୍ତାନ ସରକାର ଟି-୨୦ ବିଶ୍ୱକପକୁ ଏକ ଦଳ ପଠାଇବାକୁ ପିସିବିକୁ ଅନୁମତି ପ୍ରଦାନ କରିଛି, କିନ୍ତୁ ଭାରତ ବିପକ୍ଷରେ ଖେଳିବାକୁ ବାରଣ କରିଛି । ଏହି ମ୍ୟାଚ୍ ଆଇସିସି ଏବଂ ଏହାର ପ୍ରସାରକମାନଙ୍କ ପାଇଁ ସର୍ବାଧିକ ରୋଜଗାରକାରୀ ବୋଲି ବିବେଚନା କରାଯାଏ ।
ଭାରତ-ପାକିସ୍ତାନ ମ୍ୟାଚ୍ ନ ହେବା ଯୋଗୁଁ ଶ୍ରୀଲଙ୍କା କ୍ରିକେଟ୍ ଆର୍ଥିକ କ୍ଷତିର ଆଶଙ୍କା କରୁଛି । ଏ ସମ୍ପର୍କରେ ଶ୍ରୀଲଙ୍କା କ୍ରିକେଟ୍ ପିସିବିକୁ ଏକ ଇମେଲ୍ ପଠାଇଛି, ଯେଉଁଥିରେ କୁହାଯାଇଛି ଯେ ଯଦି ଫେବୃଆରୀ ୧୫ରେ ଏହି ପ୍ରମୁଖ ମ୍ୟାଚ୍ ଅନୁଷ୍ଠିତ ନହୁଏ:
* ଟିକେଟ୍ ବିକ୍ରୟରେ (ଗେଟ୍ ମନି) ଏକ ବଡ଼ କ୍ଷତି ହେବ
* ଆତିଥ୍ୟ ଏବଂ ପ୍ରାୟୋଜକତାରୁ ରାଜସ୍ୱ ହ୍ରାସ ପାଇବ
* ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟର ପ୍ରତିଛବି ମଧ୍ୟ କ୍ଷତିଗ୍ରସ୍ତ ହେବ
ପାକିସ୍ତାନ ଚଳିତ ଟି-୨୦ ବିଶ୍ବକପ୍ରେ ତା'ର ସମସ୍ତ ମ୍ୟାଚ୍ କଲମ୍ବୋ ଏବଂ ପାଲେକେଲରେ ଖେଳିବ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, "ପାକିସ୍ତାନ ଏବଂ ଶ୍ରୀଲଙ୍କାର ସବୁବେଳେ ସରକାରୀ ଏବଂ କ୍ରିକେଟ୍ ସ୍ତରରେ ଭଲ ଏବଂ ଘନିଷ୍ଠ ସମ୍ପର୍କ ରହିଛି । ତେଣୁ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ଅନୁରୋଧକୁ ପାକିସ୍ତାନ ଅଣଦେଖା କରାଯାଇପାରିବ ନାହିଁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସଭାପତି ଶାମ୍ମି ସିଲଭା ପିସିବି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ସହ ସିଧାସଳଖ ଯୋଗାଯୋଗ କରିଛନ୍ତି। ଶାମ୍ମି ସିଲଭା ନକଭିଙ୍କୁ ମନେ ପକାଇ ଦେଇଛନ୍ତି ଯେ ଶ୍ରୀଲଙ୍କାକୁ ଏହି ସମୟରେ ପାକିସ୍ତାନର ସମର୍ଥନ ଆବଶ୍ୟକ, କାରଣ ଯଦି ଭାରତ-ପାକିସ୍ତାନ ମ୍ୟାଚ୍ ନ ହୁଏ, ତେବେ ଶ୍ରୀଲଙ୍କା କ୍ରିକେଟ୍ ଅତିରିକ୍ତ ରାଜସ୍ୱ ହରାଇବ ।
ମୋହସିନ୍ ନକଭି ଶାମ୍ମି ସିଲଭାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ପାକିସ୍ତାନ ସରକାରଙ୍କ ସହିତ ଏହି ମାମଲା ଉଠାଇବେ ଏବଂ ତା'ପରେ ଉତ୍ତର ଦେବେ। ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ପୂର୍ବରୁ ଶ୍ରୀଲଙ୍କାର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ଗଣମାଧ୍ୟମ ରିପୋର୍ଟ ମିଥ୍ୟା ।
ପିସିବି ଅଧ୍ୟକ୍ଷ ମୋହସିନ୍ ନକଭି ଗତକାଲିଠାରୁ ଦେଶରେ ନଥିଲେ ଏବଂ ଆଜି ଫେରି ଆସୁଛନ୍ତି । ସେ ଭାରତ ବିପକ୍ଷ ମ୍ୟାଚ୍ ବୟକଟ ନ କରିବା ସମ୍ପର୍କରେ ଏହି ଇମେଲ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ । ସୋମବାର ସୁଦ୍ଧା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି ।
ଶ୍ରୀଲଙ୍କା ପୂର୍ବରୁ ପାକିସ୍ତାନକୁ ସମର୍ଥନ କରିଥିଲା
ଶ୍ରୀଲଙ୍କା ସରକାର ଗତ ବର୍ଷ ନଭେମ୍ବରରେ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲେ । ସେହି ସମୟରେ, ସୁରକ୍ଷା ଦୃଷ୍ଟିରୁ କିଛି ଶ୍ରୀଲଙ୍କା ଖେଳାଳି ଗସ୍ତର ମଝିରେ ପାକିସ୍ତାନ ଫେରିବାକୁ ଚାହୁଁଥିଲେ, କିନ୍ତୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏବଂ ଶ୍ରୀଲଙ୍କା ସରକାର ଉଭୟ ଖେଳାଳିମାନଙ୍କୁ ପାକିସ୍ତାନରେ ଧଳା ବଲ୍ ସିରିଜ୍ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Related Topics
Explore more stories