Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

No Handshake Controversy / ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଜାରି ରହିବ ନୋ-ହ୍ୟାଣ୍ଡସେକ୍‌ ନୀତି

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଜାରି ରହିବ ନୋ-ହ୍ୟାଣ୍ଡସେକ୍‌ ନୀତି

Key Points

ରବିବାର ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଜାରି ରହିବ ନୋ-ହ୍ୟାଣ୍ଡସେକ୍ ନୀତି ।
ରବିବାର କ୍ରିକେଟ ମଇଦାନରେ ପୁଣି ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ରାଇଜିଂ ଷ୍ଟାର୍ସ ଏସିଆ କପରେ ଆଜି ଭାରତ ଏବଂ ପାକିସ୍ତାନର ଯୁବ ଦଳ ମୁହାଁମୁହିଁ ହେବେ । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏହି ମ୍ୟାଚ୍‌ ଭାରତୀୟ ସମୟ ରାତି ୮ଟାରେ ଦୋହାରେ ଖେଳାଯିବ । ତେବେ ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ । କାହିଁକି ନା ବୈଭବ ପୂର୍ବ ମ୍ୟାଚ୍‌ରେ ଚମତ୍କାର ଶତକ ହାସଲ କରିଥିଲେ ।

ତେବେ ଅପରେସନ୍‌ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ବୃଦ୍ଧି ପାଇଛି । ଏହା କ୍ରିକେଟ୍‌ ପଡ଼ିଆରେ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ହୋଇଥିବା ଏସିଆ କପ୍‌ ସମୟରେ ଟିମ୍ ଇଣ୍ଡିଆର ସିନିୟର ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ । ଯାହା ବହୁତ ବିବାଦ ସୃଷ୍ଟି ହୋଇଥିଲା । ଆଉ ଏହା ପରେ ଯେତେବେଳେ ଟିମ୍ ଇଣ୍ଡିଆ ଏସିଆ କପ୍‌ ଟ୍ରଫି ଜିତିଥିଲା, ସେତେବେଳେ ଏସିସି ସଭାପତି ମୋହସିନ୍‌ ନକଭ୍‌ଙ୍କଠାରୁ ଟ୍ରଫି ମଧ୍ୟ ଗ୍ରହଣ କରିନଥିଲେ । ତେବେ ଏପର୍ଯ୍ୟନ୍ତ ମଧ୍ୟ ଭାରତ ଏସିଆ କପ୍‌ ଟ୍ରଫି ପାଇପାରିନାହିଁ ।

ଅଧିକ ପଢ଼ନ୍ତୁ: ରିଟେନସନ୍‌ ଲିଷ୍ଟ ଜାରି କଲେ ୧୦ ଫ୍ରାଞ୍ଚାଇଜ୍‌, ଜାଣନ୍ତୁ କେଉଁ ଦଳ କାହାକୁ କଲା ରିଲିଜ୍‌...

ତେବେ କେବଳ ଏସିଆ କପ୍‌ ନୁହେଁ ଭାରତରେ ଖେଳାଯାଇଥିବା ଦିନିକିଆ ମହିଳା ବିଶ୍ବକପ୍‌ରେ ମଧ୍ୟ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଆଉ ସେହି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଶାଇ ନଥିଲେ । ଆଉ ଏବେ ଜିତେଶ ଶର୍ମାଙ୍କ ନେତୃତ୍ବରେ ଭାରତ ଯୁବ ଦଳ ମଧ୍ୟ ନୋ ହ୍ୟାଣ୍ଡସେକ୍ ନୀତି ଅନୁସରଣ କରିବ ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ A ଅଧିନାୟକ ଜିତେଶ ମଧ୍ୟ ତାଙ୍କ ସିନିୟରଙ୍କୁ ଅନୁସରଣ କରିବେ ଏବଂ ଟସ୍‌ ସମୟରେ କିମ୍ବା ମ୍ୟାଚ୍‌ ପରେ ପାକିସ୍ତାନ ଅଧିନାୟକଙ୍କ ହାତ ମିଳାଇବେ ନାହିଁ ବୋଲି ଆଶା କରାଯାଉଛି ।

ତେବେ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ସମସ୍ତଙ୍କ ନଜର ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ । ଯିଏ ତାଙ୍କ ପ୍ରଥମ ଆଇପିଏଲ ସିଜିନ୍‌ରେ ଶତକ ହାସଲ କରି ବିଶ୍ବ କ୍ରିକେଟରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥିଲେ । ସେହିପରି ରାଇଜିଂ ଷ୍ଟାର୍ସ ଏସିଆ କପ୍‌ରେ UAE ବିପକ୍ଷରେ ୫୨ ବଲ୍‌ରେ ୧୫ ଛକା ମାରି ଅବିଶ୍ୱସନୀୟ ୧୪୪ ରନ୍ କରିଥିଲେ ।

ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳରେ ଅଧିକାଂଶ ଖେଳାଳି ଏମିତି ଅଛନ୍ତି ଯେଉଁମାନେ IPLରେ ଭଲ ପ୍ରଦର୍ଶନ କରିଛନ୍ତି। ଜିତେଶ ଏବଂ ରମନଦୀପ ସିଂହ ହେଉଛନ୍ତି ଭାରତୀୟ ଦଳର ଦୁଇ ଖେଳାଳି ଯେଉଁମାନେ ସିନିୟର ଦଳ ପାଇଁ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେହିପରି ପାକିସ୍ତାନ A ଅଧିନାୟକ ଇରଫାନ୍‌ ଖାନ୍‌ ୯ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs Pakistan Today: No Handshake Policy Continues in Rising Stars Asia Cup | Argus News