India Pakistan Rain Forecast / ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଖରାପ ଖବର, ମହାମୁକାବିଲାରେ ବର୍ଷା ସାଜିପାରେ ଖଳନାୟକ
·7 months ago·2 min read

Key Points
ଭାରତ-ପାକିସ୍ତାନ ମହାମୁକାବିଲା
ମ୍ୟାଚ୍ ପୂର୍ବରୁ ବଡ଼ ଅପଡେଟ୍
ବର୍ଷା ସାଜିପାରେ ଖଳନାୟକ
ମ୍ୟାଚ୍ ପୂର୍ବରୁ ବଡ଼ ଅପଡେଟ୍
ବର୍ଷା ସାଜିପାରେ ଖଳନାୟକ
ଟି-୨୦ ବିଶ୍ବକପ୍ରେ ଫେବ୍ରୁଆରୀ ୧୫ରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । କିନ୍ତୁ ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ବର୍ଷା ସାଜିପାରେ ଖଳନାୟକ । କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ହେବାକୁ ଥିବା ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ କଲମ୍ବୋର ପାଗ ଉଭୟ ଦଳର ମୁଣ୍ଡବିନ୍ଧା ବଢ଼ାଇଛି ।
ଲଘୁଚାପ କ୍ଷେତ୍ର ସମସ୍ୟା ସୃଷ୍ଟି କରିପାରେ
ଶ୍ରୀଲଙ୍କା ପାଣିପାଗ ବିଭାଗ ଅନୁଯାୟୀ, ଫେବ୍ରୁଆରୀ ୧୫ ତାରିଖ ପାଖାପାଖି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶା କରାଯାଉଛି । ଏହା ସିଧାସଳଖ କଲମ୍ବୋର ପାଗକୁ ପ୍ରଭାବିତ କରିପାରେ। ରିପୋର୍ଟ ଅନୁଯାୟୀ ମ୍ୟାଚ୍ ଦିନ ବର୍ଷା ହେବାର ସମ୍ଭାବନା ୯୩ ପ୍ରତିଶତ ରହିଛି, ଯାହା ମ୍ୟାଚ୍ର ସମୟକୁ ପ୍ରଭାବିତ କରିପାରେ ।
ପୂର୍ବାନୁମାନ ସୂଚାଇ ଦେଉଛି ଯେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଝଡ଼ବର୍ଷା ହୋଇପାରେ । ଯାହା ଟସ୍ ବିଳମ୍ବ କରିପାରେ କିମ୍ବା ଓଭର ସଂଖ୍ୟା ହ୍ରାସ କରିପାରେ । ବେଳେବେଳେ ପାଗ ଭଲ ରହିବ ବୋଲି ଆଶା କରାଯାଉଛି କିନ୍ତୁ ମଝିରେ ମଝିରେ ବର୍ଷା ଦଳଗୁଡ଼ିକର ରଣନୀତିକୁ ସମ୍ପୂର୍ଣ୍ଣ ଭାବରେ ବାଧା ଦେଇପାରେ ।
ଉଭୟ ଦଳ ବିଜୟ ଉପରେ ନଜର ରଖିଛନ୍ତି
ଏହି ମ୍ୟାଚ୍ରେ କେବଳ ବିଜୟ ନୁହେଁ ବରଂ ଗ୍ରୁପ୍ A ରେ ଶୀର୍ଷ ସ୍ଥାନ ମଧ୍ୟ ବାଜିରେ ଅଛି । ଟିମ୍ ଇଣ୍ଡିଆ ଫେବ୍ରୁଆରୀ ୧୨ରେ ଖେଳାଯାଇଥିବା ମ୍ୟାଚ୍ରେ ନାମିବ୍ୟାକୁ ୯୩ ରନ୍ରେ ପରାସ୍ତ କରିଥିଲା । ସେହିପରି ଟି-୨୦ ବିଶ୍ବକପ୍ରେ ଭାରତ ତା'ର ପ୍ରଥମ ମ୍ୟାଚ୍ରେ USAକୁ ୨୯ ରନ୍ରେ ହରାଇଥିଲା ।
ଅନ୍ୟପକ୍ଷରେ, ପାକିସ୍ତାନ ଦଳ ମଧ୍ୟ ଲଗାତର ଦୁଇଟି ମ୍ୟାଚ୍ରେ ବିଜୟଲାଭ କରିଛି । ଯାହାଫଳରେ ଫେବ୍ରୁଆରୀ ୧୫ରେ ହେବାକୁ ଥିବା ମ୍ୟାଚ୍ ହିଁ ନିର୍ଣ୍ଣୟ କରିବ ଗ୍ରୁପ୍ A ରେ ନମ୍ବର-ୱାନ୍ ସ୍ଥାନ କିଏ ଦଖଲ କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତ ଏବଂ ପାକିସ୍ତାନ ସାମ୍ପ୍ରତିକ ବର୍ଷଗୁଡ଼ିକରେ କେବଳ ICC ଏବଂ ACC ଟୁର୍ଣ୍ଣାମେଣ୍ଟ୍ରେ ମୁହାଁମୁହିଁ ହୋଇଛନ୍ତି । ଶେଷ ଥର ପାଇଁ ଦୁଇ ଦଳ ପରସ୍ପର ମଧ୍ୟରେ ଏସିଆ କପ୍ ୨୦୨୫ ଫାଇନାଲରେ ଭେଟିଥିଲେ । ଆଉ ଏହି ମ୍ୟାଚ୍ରେ ଭାରତ ପାକିସ୍ତାନକୁ ହରାଇ ଏସିଆ କପ୍ ଟ୍ରଫି ହାତେଇଥିଲା ।
ଅଭିଷେକ ଶର୍ମାଙ୍କ ଫିଟ୍ନେସ୍ ଉପରେ ରହିଛି ନଜର
ପେଟ ସମସ୍ୟା ଯୋଗୁଁ ଅଭ୍ୟାସ ସେସନ୍ରୁ ବଞ୍ଚିତ ଯୁବ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ତାଙ୍କର ଫିଟ୍ନେସ୍ ଫେରିପାଉଥିବା ଜଣାପଡ଼ିଛି। ଟିମ୍ ମ୍ୟାନେଜମେଣ୍ଟ ଆଶାବାଦୀ ଯେ ସେ ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ । ପ୍ରଶଂସକମାନେ ଏବେ ଉତ୍ସାହର ସହିତ ଏହି ହାଇଭୋଲଟେଜ୍ ମ୍ୟାଚ୍କୁ ଅପେକ୍ଷା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଆଇସିସି ରାଙ୍କିଙ୍ଗରେ କୋହଲି ଓ ସୂର୍ଯ୍ୟକୁମାରଙ୍କୁ ପଛରେ ପକାଇଲେ ଅଭିଷେକ

Related Topics
Explore more stories