India vs Pakistan / ପୁଣି ହାରିଲା ପାକିସ୍ତାନ, ୯୦ ରନ୍ରେ ଜିତିଲା ଟିମ୍ ଇଣ୍ଡିଆ
·7 months ago·2 min read

Key Points
୧୯ ବର୍ଷରୁ କମ୍ ଏସିଆ କପ୍: ପାକିସ୍ତାନକୁ ମାତ୍ ଦେଲା ଭାରତ
୯୦ ରନ୍ରେ ପାକିସ୍ତାନକୁ ହରାଇଲା ଭାରତୀୟ କନିଷ୍ଠ ଟିମ୍
ଭାରତ ୨୪୦ ଓ ପାକିସ୍ତାନ ୧୫୦ରେ ଅଲଆଉଟ୍

ଅଣ୍ଡର-୧୯ ଏସିଆ କପ୍ରେ ପୁଣି ହାରିଲା ପାକିସ୍ତାନ । ୯୦ ରନ୍ରେ ଜିତିଲା ଭାରତ । ରବିବାର ACC ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୫ର ପଞ୍ଚମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଏହି ମ୍ୟାଚ୍ ଦୁବାଇର ICC ଏକାଡେମୀ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଆଉ ଏହି ମ୍ୟାଚ୍କୁ ଭାରତ ୯୦ ରନରେ ଏକ ବଡ଼ ବିଜୟ ହାସଲ କରିଛି । ଭାରତୀୟ ଦଳ ପାକିସ୍ତାନକୁ ୨୪୧ ରନର ଟାର୍ଗେଟ ଦେଇଥିଲା । ଟାର୍ଗେଟ ପିଛା କରି ପାକିସ୍ତାନ ୪୧.୨ ଓଭରରେ ୧୫୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ୍ ଏବଂ କନିଷ୍କ ଚୌହାନ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଅର୍ଥାତ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରିବ ଭାରତ ୪୬.୧ ଓଭରରେ ୨୪୦ ରନ୍ କରି ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ଆରେନ୍ ଜର୍ଜ ସର୍ବାଧିକ ୮୫ ରନ୍ କରିଥିବା ବେଳେ କନସ୍କି ଚୌହାନ ୪୬ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ସୟାମ ଓ ଅବଦୁଲ ଶୁଭନ ୩ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।
୨୪୧ ରନ୍ର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ ମାତ୍ର ୧୫୦ ରନ୍ କରି ଅଲଆଉଟ୍ ହୋଇଥିଲା । ଭାରତୀୟ ବୋଲରଙ୍କ ସାମ୍ନାରେ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ପାଇଁ ତିଷ୍ଠି ପାରିନଥିଲେ । ଯାହାଫଳରେ ପାକିସ୍ତାନ ୪୧.୨ ଓଭରରେ ୧୫୦ ରନ୍ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ୍ ଏବଂ କନିଷ୍କ ଚୌହାନ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍ରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) କୁ ୨୩୪ ରନରେ ପରାସ୍ତ କରିଥିଲା। ଏହି ସମୟରେ, ପାକିସ୍ତାନୀ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍ରେ ମାଲେସିଆକୁ ୨୯୭ ରନରେ ପରାସ୍ତ କରିଥିଲା। ଭାରତୀୟ ଦଳ ପାଞ୍ଚ ବର୍ଷ ପରେ ୧୯ ବର୍ଷରୁ କମ୍ ଏସିଆ କପରେ ପାକିସ୍ତାନକୁ ପରାସ୍ତ କରିଛି। ଡିସେମ୍ବର ୧୬ରେ ଭାରତ ସେମାନଙ୍କର ଶେଷ ଗ୍ରୁପ୍ ମ୍ୟାଚରେ ମାଲେସିଆ ସହିତ ମୁହାଁମୁହିଁ ହେବ ।

Innings Break!
— BCCI (@BCCI) December 14, 2025
Aaron George's crucial 85(88) helps India U19 set a target of 2⃣4⃣1⃣🎯
Over to our bowlers 👍
Scorecard ▶️ https://t.co/9FOzWb0aN7#MensU19AsiaCup2025 pic.twitter.com/DLtJk3EfRa
୨୪୧ ରନ୍ର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ ମାତ୍ର ୧୫୦ ରନ୍ କରି ଅଲଆଉଟ୍ ହୋଇଥିଲା । ଭାରତୀୟ ବୋଲରଙ୍କ ସାମ୍ନାରେ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ପାଇଁ ତିଷ୍ଠି ପାରିନଥିଲେ । ଯାହାଫଳରେ ପାକିସ୍ତାନ ୪୧.୨ ଓଭରରେ ୧୫୦ ରନ୍ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ୍ ଏବଂ କନିଷ୍କ ଚୌହାନ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍ରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) କୁ ୨୩୪ ରନରେ ପରାସ୍ତ କରିଥିଲା। ଏହି ସମୟରେ, ପାକିସ୍ତାନୀ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍ରେ ମାଲେସିଆକୁ ୨୯୭ ରନରେ ପରାସ୍ତ କରିଥିଲା। ଭାରତୀୟ ଦଳ ପାଞ୍ଚ ବର୍ଷ ପରେ ୧୯ ବର୍ଷରୁ କମ୍ ଏସିଆ କପରେ ପାକିସ୍ତାନକୁ ପରାସ୍ତ କରିଛି। ଡିସେମ୍ବର ୧୬ରେ ଭାରତ ସେମାନଙ୍କର ଶେଷ ଗ୍ରୁପ୍ ମ୍ୟାଚରେ ମାଲେସିଆ ସହିତ ମୁହାଁମୁହିଁ ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories