India vs Pakistan / ୮ ନଭେମ୍ବରରେ ହେବ ଭାରତ-ପାକିସ୍ତାନ ମହାମୁକାବିଲା, ଗତ ଫାଇନାଲ୍ର ବଦଲା ନେବ ଟିମ୍ ଇଣ୍ଡିଆ ?
·1 hour ago·2 min read

Key Points
U-19 ଏସିଆ କପ୍ ୨୦୨୬ ସୂଚୀ ଘୋଷଣା
୮ ନଭେମ୍ବରରେ ଭାରତ-ପାକିସ୍ତାନ ଲଢ଼େଇ
ଗତ ଫାଇନାଲର ପ୍ରତିଶୋଧ ନେବେ ଟିମ୍ ଇଣ୍ଡିଆ
୮ ନଭେମ୍ବରରେ ଭାରତ-ପାକିସ୍ତାନ ଲଢ଼େଇ
ଗତ ଫାଇନାଲର ପ୍ରତିଶୋଧ ନେବେ ଟିମ୍ ଇଣ୍ଡିଆ
ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC) ଆଗାମୀ ପୁରୁଷ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର ସୂଚୀ ଘୋଷଣା କରିଛି । ୯ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୫ରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଓମାନର ଦୁଇଟି ଭେନ୍ୟୁରେ ଖେଳାଯିବ । ଏଥର ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି ।
ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପ୍ରେ ରଖାଯାଇଛି । ତେଣୁ ଟୁର୍ଣ୍ଣାମେଣ୍ଟରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏକାଧିକ ଥର ମୁକାବିଲା ହେବାର ସମ୍ଭାବନା ରହିଛି ।
ଏମିତି ରହିଛି ଟୁର୍ଣ୍ଣାମେଣ୍ଟର ଫର୍ମାଟ୍
ଅଣ୍ଡର-୧୯ ଏସିଆ କପ୍ 2026ରେ 8ଟି ଦଳକୁ ଦୁଇଟି ଗ୍ରୁପ୍ରେ ବଣ୍ଟାଯାଇଛି ।
ଗ୍ରୁପ୍-A: ଭାରତ, ପାକିସ୍ତାନ, ୟୁଏଇ ଓ ନେପାଳ
ଗ୍ରୁପ୍-B: ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ମାଲେସିଆ
ଗ୍ରୁପ୍ ପର୍ଯ୍ୟାୟରେ ମୋଟ ୧୨ଟି ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଗ୍ରୁପ୍ର ଶୀର୍ଷ ଦୁଇଟି ଦଳ ସେମିଫାଇନାଲ୍କୁ ଯୋଗ୍ୟତା ହାସଲ କରିବେ । ସେମିଫାଇନାଲ ମ୍ୟାଚ୍ ୧୨ ନଭେମ୍ବରରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟୁର୍ଣ୍ଣାମେଣ୍ଟର ସମସ୍ତ ୧୫ଟି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସକାଳ ୧୦:୩୦ଟାରେ ଆରମ୍ଭ ହେବ। ଫାଇନାଲ୍କୁ ଛାଡ଼ି ଅନ୍ୟ ଦିନଗୁଡ଼ିକରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ୫୦ ଓଭର ଫର୍ମାଟ୍ରେ ଆୟୋଜିତ ହେବ ।
୮ ନଭେମ୍ବରରେ ଭାରତ-ପାକିସ୍ତାନ ମହାମୁକାବିଲା
ଅଣ୍ଡର-୧୯ ଏସିଆ କପ୍ ୨୦୨୬ର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍ ୮ ନଭେମ୍ବରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଓମାନର OCA ଗ୍ରାଉଣ୍ଡ-୧ରେ ଉଭୟ ଦଳ ମୁହାଁମୁହିଁ ହେବେ । ଗ୍ରୁପ୍-Aରେ ଥିବା ଦୁଇ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ ବର୍ଷର ଫାଇନାଲ୍ରେ ମଧ୍ୟ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ ।
ଡିଫେଣ୍ଡିଂ ଚାମ୍ପିୟନ୍ ପାକିସ୍ତାନ
ଡିସେମ୍ବର ୨୦୨୫ରେ ଦୁବାଇର ICC ଏକାଡେମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ଗତ ସଂସ୍କରଣର ଫାଇନାଲ୍ରେ ଫରହାନ୍ ୟୁସୁଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ଅଣ୍ଡର-୧୯ ଦଳ ଭାରତକୁ ୧୯୧ ରନ୍ରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଅଣ୍ଡର-୧୯ ଏସିଆ କପ୍ ଟାଇଟଲ୍ ଜିତିଥିଲା ।
ଏବେ ଡିଫେଣ୍ଡିଂ ଚାମ୍ପିୟନ୍ ଭାବେ ପାକିସ୍ତାନ ନିଜ ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଅନ୍ୟପଟେ ଭାରତ ପାଇଁ ୮ ନଭେମ୍ବରର ମ୍ୟାଚ୍ ଗତ ଫାଇନାଲ୍ର ପରାଜୟର ଜବାବ ଦେବାର ଏକ ବଡ଼ ସୁଯୋଗ ହେବ ।

Related Topics
Explore more stories