India vs Pakistan Asia Cup / ମହିଳା ଏସିଆ କପ୍: ଆଜି ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
·1 hour ago·2 min read

Key Points
ପୁଣି ସାମ୍ନାସାମ୍ନି ଭାରତ-ପାକିସ୍ତାନ
ମହିଳା ଏସିଆ କପ୍ରେ ହେବ ମହାମୁକାବିଲା
କେବେ, କେଉଁଠି ଦେଖିବେ LIVE?
ମହିଳା ଏସିଆ କପ୍ରେ ହେବ ମହାମୁକାବିଲା
କେବେ, କେଉଁଠି ଦେଖିବେ LIVE?
ମଇଦାନରେ ଭାରତ-ପାକିସ୍ତାନ ଲଢ଼େଇ ମାନେ ରୋମାଞ୍ଚରେ ଭରପୂର ମହାମୁକାବିଲା । ଏବେ ପୁଣିଥରେ କ୍ରିକେଟ୍ ପ୍ରେମୀଙ୍କ ନଜର ଦୁବାଇ ଉପରେ । ମହିଳା ଏସିଆ କପ୍ ୨୦୨୬ରେ ଆଜି ସାମ୍ନାସାମ୍ନି ହେବେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଉଭୟ ଦଳ ଏଯାଏଁ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ଥିବାରୁ ଏହି ମ୍ୟାଚ୍କୁ ନେଇ ଉତ୍ସାହ ଚରମରେ ପହଞ୍ଚିଛି ।
ଦମଦାର ଫର୍ମରେ ଭାରତ
ମହିଳା ଏସିଆ କପ୍ରେ ଭାରତ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳି ଦୁଇଟିରେ ବିଜୟ ହାସଲ କରିଛି । ଅଗଷ୍ଟ ୩୦ରେ ଥାଇଲାଣ୍ଡକୁ ପରାସ୍ତ କରିବା ପରେ ସେପ୍ଟେମ୍ବର ୩ରେ ହଂକଂକୁ ମଧ୍ୟ ହରାଇଛି ଭାରତ । ତେଣୁ ଆଜି ପାକିସ୍ତାନ ବିପକ୍ଷରେ ମଧ୍ୟ ବିଜୟର ଧାରା ଜାରି ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।
ପାକିସ୍ତାନର ମଧ୍ୟ ଜବରଦସ୍ତ ଆରମ୍ଭ
ଅନ୍ୟପଟେ ପାକିସ୍ତାନ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଦମଦାର ଆରମ୍ଭ କରିଛି । ସେପ୍ଟେମ୍ବର ୧ରେ ଥାଇଲାଣ୍ଡ ବିପକ୍ଷରେ ଖେଳିଥିବା ମ୍ୟାଚ୍ରେ ପାକିସ୍ତାନ ୩୫ ରନ୍ରେ ବିଜୟୀ ହୋଇଥିଲା । ଏବେ ଭାରତ ବିପକ୍ଷରେ ବିଜୟ ହାସଲ କରି ଟୁର୍ଣ୍ଣାମେଣ୍ଟରେ ନିଜ ଦାବିକୁ ଆହୁରି ମଜବୁତ କରିବାକୁ ଚାହିଁବ ପାକିସ୍ତାନ ।
ଆଜି କେଉଁଠି ଓ କେତେବେଳେ ମ୍ୟାଚ୍ ?
ମହିଳା ଏସିଆ କପ୍ ୨୦୨୬ର ଏହି ହାଇଭୋଲ୍ଟେଜ୍ ମୁକାବିଲା ସେପ୍ଟେମ୍ବର ୫ ଅର୍ଥାତ୍ ଆଜି ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ । ବିଶେଷ କଥା ହେଉଛି, ଭାରତ ଓ ପାକିସ୍ତାନ ଉଭୟ ଦଳର ସେମିଫାଇନାଲ ଟିକେଟ୍ ପ୍ରାୟ ପକ୍କା ହୋଇସାରିଛି । ତେଣୁ ଆଜିର ମ୍ୟାଚ୍ କେବଳ ପଏଣ୍ଟ ପାଇଁ ନୁହେଁ, ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ପ୍ରତିଷ୍ଠାର ଲଢ଼େଇ ମଧ୍ୟ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁଠି ଦେଖିବେ ଲାଇଭ୍ ?
ଭାରତ-ପାକିସ୍ତାନ ମଧ୍ୟରେ ଏହି ମହାମୁକାବିଲାର ସିଧା ପ୍ରସାରଣ ସୋନି ସ୍ପୋର୍ଟ୍ସ ନେଟୱର୍କର ବିଭିନ୍ନ ଚ୍ୟାନେଲ୍ରେ ହେବ । ଦର୍ଶକମାନେ ହିନ୍ଦୀ, ଇଂରାଜୀ ସମେତ ବିଭିନ୍ନ ଭାଷାରେ ମ୍ୟାଚ୍ର ମଜା ନେଇପାରିବେ । ସୋନି ଲିଭ୍ ଆପ୍ରେ ମଧ୍ୟ ଆପଣ ମୋବାଇଲ ମାଧ୍ୟମରେ ଦେଖିପାରିବେ ।

Related Topics
Explore more stories