Videos
|
Sports

Women World Cup / ପୁରୁଷ ଦଳ ପରେ ପାକିସ୍ତାନ ସହ ଲଢ଼ିବ ଭାରତୀୟ ମହିଳା ଟିମ୍‍

Sushanta Sahoo
Browse all articles by Sushanta Sahoo
·11 months ago·2 min read
ପୁରୁଷ ଦଳ ପରେ ପାକିସ୍ତାନ ସହ ଲଢ଼ିବ ଭାରତୀୟ ମହିଳା ଟିମ୍‍

Key Points

ଲଗାତାର ଚତୁର୍ଥ ରବିବାର ଦେଖିବାକୁ ମିଳିବ ମୁକାବିଲା । ଏହା ପୂର୍ରୁ ଏସିଆ କପ୍-୨୦୨୫ ଖେଳା ଯାଇଥିଲା । ଯେଉଁଥିରେ ଭାରତୀୟ ଦଳ ପାକିସ୍ତାନକୁ ତିନିଥର ଧୂଳି ଚଟାଇବା ସହ ଚାମ୍ପିଅନ୍ ହୋଇଥିଲା । ଏବେ ପୁରୁଷ ଦଳ ପରେ ମହିଳା ଟିମ୍‌ର ପାଳି ଆସିଛି ।

କୋଲମ୍ବୋ: ପୁଣି ଥରେ କ୍ରିଜ୍‌ରେ ହେବ ଲଢ଼େଇ । ସୁପର୍ ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଲଗାତାର ଚତୁର୍ଥ ରବିବାର ଦେଖିବାକୁ ମିଳିବ ମୁକାବିଲା । ଏହା ପୂର୍ରୁ ଏସିଆ କପ୍-୨୦୨୫ ଖେଳା ଯାଇଥିଲା । ଯେଉଁଥିରେ ଭାରତୀୟ ଦଳ ପାକିସ୍ତାନକୁ ତିନିଥର ଧୂଳି ଚଟାଇବା ସହ ଚାମ୍ପିଅନ୍ ହୋଇଥିଲା । ଏବେ ପୁରୁଷ ଦଳ ପରେ ମହିଳା ଟିମ୍‌ର ପାଳି ଆସିଛି ।


ICC ମହିଳା କ୍ରିକେଟ୍ ବିଶ୍ଵକପ୍-୨୦୨୫ରେ ଭାରତ-ପାକିସ୍ତାନ ମଧ୍ୟରେ ଆଜି ଶ୍ରୀଲଙ୍କା କୋଲମ୍ବୋର ଆର୍. ପ୍ରମଦାସ ଷ୍ଟାଡିୟମ୍‌ରେ ଏହି ମୁକାବିଲା ଖେଳାଯିବ । ଅପରାହ୍ଣ ୩ଟାରେ ଆରମ୍ଭ ହେବ ଭାରତ-ପାକିସ୍ତାନ ମ୍ୟାଚ୍ । ହରମନପ୍ରୀତ କୌରଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ମହିଳା ଦଳ ।


ଏଥିସହ ପଢ଼ନ୍ତୁ: ଟ୍ରଫି ଚୋରଙ୍କୁ ପାକିସ୍ତାନରେ ସମ୍ମାନ ! ମୋହସିନ୍ ନକଭିଙ୍କୁ ମିଳିବ ଗୋଲ୍ଡ ମେଡାଲ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମହିଳା ବିଶ୍ଵକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ଶ୍ରୀଲଙ୍କାକୁ ହରାଇଥିଲା । ଆଉ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତ, ପାକିସ୍ତାନକୁ ହରାଇ ବିଶ୍ଵକପ୍‌ରେ ଦବଦବା ଜାହିର୍ ରଖିବାକୁ ପ୍ରୟାସ କରିବେ ।


ଏହା ପୂର୍ବରୁ ଭାରତୀୟ ମହିଳା ଦଳ ଦିନିକିଆରେ ପାକିସ୍ତାନ ବିପକ୍ଷ ସମସ୍ତ ୧୧ଟି ମ୍ୟାଚ୍ ଜିତିଛି । ଆଉ ଆଜି ଜିତିଲେ ଏହି ସ୍କୋର୍ ୧୨-୦ ହେବ । ଆଉ ଏଥିରେ ହୁଏତ ଇନ୍ଦ୍ର ଦେବ ମଧ୍ୟ ଭାରତୀୟ ଦଳର ଭାଗ୍ୟ ସାଥ୍ ଦେଇପାରନ୍ତି । କାରଣ ଶନିବାର କୋଲମ୍ବୋରେ ଦିନ ସାରା ବର୍ଷା ହୋଇଥିଲା । ଫଳରେ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମ୍ୟାଚ୍ ବାତିଲ୍ ହୋଇଥିଲା । ଏପରିକି ଟସ୍ ପଡ଼ି ପାରି ନଥିବାରୁ ଦୁଇ ଦଳକୁ ୧-୧ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।


ଏଥିସହ ପଢ଼ନ୍ତୁ: ପାଣ୍ଡ୍ୟାଙ୍କୁ ପଛରେ ପକାଇଲେ ଏହି ପାକିସ୍ତାନୀ ଖେଳାଳି, T20ରେ ହେଲେ ନମ୍ବର ୧


କୋଲମ୍ବୋରେ ପାଣିପାଗ ସ୍ଥିତି ?


ରବିବାର ଅପରାହ୍ଣରେ କୋଲମ୍ବୋରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଆଉ ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ । ଆକ୍ୟୁୱେଦର ଡଟ୍ କମ୍ ରିପୋର୍ଟ ଅନୁସାରେ, ସକାଳେ କୋଲମ୍ବୋରେ ସ୍ଵଳ୍ପ ଧରଣର ବର୍ଷା ହୋଇପାରେ । ଆଉ ଏହା ଫଳରେ ଟସ୍ ପଡ଼ିବାରେ ବିଳମ୍ବ ହୋଇପାରେ । ତେବେ ସେଭଳି ବଡ଼ ବର୍ଷାର ସମ୍ଭାବନା ନ ଥିବା ବେଳେ ଆକାଶରେ ବାଦଲ ଢାଙ୍କି ହୋଇ ରହିପାରେ ।


ପୁଣି ଥରେ ରାତିରେ ବର୍ଷା ସମ୍ଭାବନା ରହିଛି । ସେତେବେଳକୁ ହୁଏତ ଗୋଟିଏ ଇନିଂସ ସରି ପ୍ରତିପକ୍ଷ ଦଳ ବିଜୟ ଲକ୍ଷ୍ୟର ପିଛା କରୁଥିବ । ଯଦି ବର୍ଷା ପାଇଁ ମ୍ୟାଚ୍ ଧୋଇଯାଏ ତ ଉଭୟ ଦଳକୁ ଗୋଟିଏ ଗୋଟିଏ ପଏଣ୍ଟ ମିଳିବ । କାରଣ ଏହି ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ ନାହିଁ ।

India vs Pakistan Women’s World Cup 2025 Clash in Colombo | Argus News | Argus News