Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Mohsin Naqvi / ଟ୍ରଫି ଚୋରଙ୍କୁ ପାକିସ୍ତାନରେ ସମ୍ମାନ ! ମୋହସିନ୍ ନକଭିଙ୍କୁ ମିଳିବ ଗୋଲ୍ଡ ମେଡାଲ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଟ୍ରଫି ଚୋରଙ୍କୁ ପାକିସ୍ତାନରେ ସମ୍ମାନ ! ମୋହସିନ୍ ନକଭିଙ୍କୁ ମିଳିବ ଗୋଲ୍ଡ ମେଡାଲ

Key Points

ଟ୍ରଫି ଡ୍ରାମାରେ ନକଭିଙ୍କୁ ପାକିସ୍ତାନର ନୂଆ ନାଟକ । ଟ୍ରଫି ଚୋରି କରିବା ପରେ ନକଭିଙ୍କୁ କରାଯିବ ସମ୍ମାନିତ । 

ପୁଣି ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମୁଖ୍ୟ ଏବଂ ଏସୀୟ କ୍ରିକେଟ୍ ପରିଷଦ (ACC) ସଭାପତି ମୋହସିନ୍ ନକଭି । କିନ୍ତୁ ଏଥର କୌଣସି କ୍ରିକେଟ୍ ସଫଳତା ପାଇଁ ନୁହେଁ ବରଂ ଏକ ଅଜବ କାରଣ ପାଇଁ। ଏସିଆ କପ୍ ୨୦୨୫ ଫାଇନାଲ୍ ସମୟରେ ଟ୍ରଫି ଡ୍ରାମା ପରେ ଏବେ ତାଙ୍କୁ ପାକିସ୍ତାନରେ "ସହୀଦ ଜୁଲଫିକର ଅଲି ଭୁଟ୍ଟୋ ଉତ୍କର୍ଷ ସ୍ୱର୍ଣ୍ଣ ପଦକ" ପ୍ରଦାନ କରାଯିବ ।

ନକଭି ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଠାରୁ ଭାରତୀୟ ଖେଳାଳି ଏସିଆ କପ୍ ଜିତିବା ପରେ ଟ୍ରଫି ନେବାକୁ ସିଧା ସିଧା ମନା କରିଦେଇଥିଲେ । ଯାହାଫଳରେ ଶେଷରେ ସେ ଟ୍ରଫି ନେଇ ହୋଟେଲ ପଳାଇଥିଲେ । ଏଭଳି ଆଚରଣ ପାଇଁ ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ୍ ମଧ୍ୟ ହୋଇଥିଲେ । ଏତେ ସବୁ ପରେ ଏବେ ତାଙ୍କୁ ପାକିସ୍ତାନରେ "ସାହସ ଏବଂ ନୀତି"ର ପ୍ରତୀକ ଭାବରେ ସ୍ୱାଗତ କରାଯାଉଛି।

ଅଧିକ ପଢ଼ନ୍ତୁ: ଦିନିକିଆ କ୍ୟାପଟେନ୍ ପଦରୁ ରୋହିତ ନିଜେ ଓହରିଲେ ନା ବିଦା କଲେ ?

ସେ କାହିଁକି ସ୍ୱର୍ଣ୍ଣ ପଦକ ଗ୍ରହଣ କରୁଛନ୍ତି?

ରିପୋର୍ଟ ଅନୁଯାୟୀ, ନକଭିଙ୍କୁ ଗୋଲ୍ଡ ମେଡାଲ ଦେବାର ନିଷ୍ପତ୍ତି ସିନ୍ଧ ଏବଂ କରାଚୀ ବାସ୍କେଟବଲ୍ ଆସୋସିଏସନର ସଭାପତି ଆଡଭୋକେଟ୍ ଗୁଲାମ ଆବାସ ଜମାଲ୍ ନେଇଛନ୍ତି । ଜମାଲ୍ କହିଛନ୍ତି ଯେ ମୋହସିନ୍ ନକଭି 'ଭାରତୀୟ ଚାପ ଆଗରେ ମୁଣ୍ଡ ନ ନୁଆଁଇ ଜାତୀୟ ଗର୍ବ ବୃଦ୍ଧି କରିଛନ୍ତି। ତାଙ୍କୁ ଏହି ସାହାସିକତା ପାଇଁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ତାଙ୍କ ଅନୁସାରେ, ନକଭି ରାଜନୈତିକ ଏବଂ କ୍ରୀଡ଼ା ଉଭୟ କ୍ଷେତ୍ରରେ ପାକିସ୍ତାନର ପ୍ରତିଷ୍ଠାକୁ ବଜାୟ ରଖିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରକୃତରେ କ'ଣ ଘଟିଥିଲା?

ବାସ୍ତବରେ ଏସିଆ କପ୍ ୨୦୨୫ ଫାଇନାଲରେ ଭାରତର ବିଜୟ ପରେ ଟ୍ରଫି ପ୍ରଦାନ ସମାରୋହ ସମୟରେ ଏକ ବିବାଦ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ଭାରତୀୟ ଖେଳାଳିମାନେ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଯେ ଯଦି ମୋହସିନ ନକଭି ଏସିଆ କପ୍ ଟ୍ରଫି ପ୍ରଦାନ କରନ୍ତି ତେବେ ସେମାନେ ଟ୍ରଫି ଗ୍ରହଣ କରିବେ ନାହିଁ। ଯେତେବେଳେ ନକଭି ମଞ୍ଚ ଉପରେ ପହଞ୍ଚିଲେ, ଭାରତୀୟ ଅଧିନାୟକ ଏବଂ ଖେଳାଳିମାନେ ଟ୍ରଫିଠାରୁ କିଛି ଦୂରରେ ଠିଆ ହୋଇଥିଲେ । ଆଉ ଶେଷରେ ନକଭିଙ୍କ ଠାରୁ ଟ୍ରଫି ଆଣିନଥିଲେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଯାହାଫଳରେ ନକଭି ଦୁନିଆ ଆଗରେ ଅପମାନିତ ହୋଇ ଟ୍ରଫି ନେଇ ହୋଟେଲ ପଳାଇଥିଲେ ।

ପାକିସ୍ତାନ ଏବେ "ଅପମାନ" ପାଇଁ "ଗର୍ବ" କରୁଛି

ତେବେ ଏହି ଘଟଣା ପାଇଁ ନକଭି ବିଶ୍ୱବ୍ୟାପୀ ଅପମାନିତ ହୋଇଛନ୍ତି । କ୍ରିକେଟ୍ ପ୍ରଶଂସକ ଏବଂ ପୂର୍ବତନ ଖେଳାଳିମାନେ ଏଭଳି ଘଟଣା ପାଇଁ ଖୋଲାଖୋଲି ଭାବେ ନକଭିଙ୍କୁ ସମାଲୋଚନା କରିଛନ୍ତି । କିନ୍ତୁ ପାକିସ୍ତାନରେ ଟ୍ରଫି ଚୋର ନକଭିଙ୍କୁ "ଶକ୍ତିଶାଳୀ ନେତା" ଏବଂ "ଦେଶର ସମ୍ମାନର ରକ୍ଷକ" ଭାବରେ ଉପସ୍ଥାପନ କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର କିଛି ରାଜନୈତିକ ଏବଂ କ୍ରୀଡ଼ା ସଂଗଠନ ନକଭିଙ୍କୁ "ଜାତୀୟ ନାୟକ" ବୋଲି କହି ପ୍ରଶଂସା କରିଛନ୍ତି।

Related Topics

Explore more stories

Sponsored