Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦ୍ବିତୀୟ ମ୍ୟାଚ୍‌ରେ ହାରିଲା ଭାରତ, ୫୧ ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା

Sports

India vs South Africa / ଦ୍ବିତୀୟ ମ୍ୟାଚ୍‌ରେ ହାରିଲା ଭାରତ, ୫୧ ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଦ୍ବିତୀୟ ମ୍ୟାଚ୍‌ରେ ହାରିଲା ଭାରତ, ୫୧ ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା
India vs SA T20

Key Points

ଦ୍ବିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ
୫୧ ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା
ସିରିଜ୍ ୧-୧ରେ ବରାବର

ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ହାରିଲା ଭାରତ । ୫୧ ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁର ସ୍ଥିତ ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଭାରତ ସାମ୍ନାରେ ୨୧୩ ରନ୍‌ର ବିଶାଳ ସ୍କୋର କରିଥିଲା । ଆଉ ଏହି ରନ୍‌କୁ ପିଛା କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୬୨ ରନ୍‌ କରି ଅଲଆଉଟ ହୋଇଛି । ଯାହା ଫଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌କୁ ୫୧ ରନ୍‌ରେ ବିଜୟଲାଭ କରିଛି । ଏହା ସହ ୫ ଟିକିଆ ସିରିଜ୍‌ ଏବେ ୧-୧ରେ ବରାବର ରହିଛି ।



ସୂଚନା ଅନୁସାରେ, ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୧୩ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ବାଣ୍ଟିନ୍ ଡି କକ୍‌ ସର୍ବାଧିକ ୯୦ ରନ୍‌ କରିଥିଲେ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୨ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।
୨୧୪ ରନ୍‌ ପିଛା କରି ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପାଓ୍ବାର ପ୍ଲେ ମଧ୍ୟରେ ଭାରତ ୩ଟି ଓ୍ବିକେଟ୍‌ ହରାଇ ବ୍ୟାକ୍‌ଫୁଟ୍‌ରେ ରହିଥିଲା । ନିର୍ଦ୍ଧାରିତ ଓଭରର ୫ଟି ବଲ୍‌ ପୂର୍ବରୁ ଭାରତ ୧୬୨ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୬୨ ରନ୍ କରିଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ଓଟନେଲୀ ବାର୍ଟମାନ୍‌ ସର୍ବାଧିକ ୪ଟି ଓ୍ବିକେଟ୍‌ ନେଇଥିଲେ ।

ଏହି ବିଜୟ ସହ ୫ ଟିକିଆ ସିରିଜ୍‌ ଏବେ ୧-୧ରେ ବରାବର ରହିଛି । ତୃତୀୟ ଟି-୨୦ ମ୍ୟାଚ୍‌ ରବିବାର ଧର୍ମଶାଳା ଷ୍ଟାଡିୟମରେ ଖେଳାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India Lose 2nd T20 by 51 Runs as South Africa Levels Series 1-1 | Argus News