Rohit Kohli Partnership / ରାଞ୍ଚିରେ ଚମକିଲେ ରୋ-କୋ, ଦକ୍ଷିଣ ଆଫ୍ରିକାକୁ ଦେଲେ ୩୫୦ ରନ୍ର ଟାର୍ଗେଟ୍
·7 months ago·1 min read

Key Points
ରାଞ୍ଚିରେ ଦକ୍ଷିଣ ଆଫ୍ରିକାକୁ ବଡ଼ ଟାର୍ଗେଟ୍ ୩୫୦ ରନ୍
ଭାରତୀୟ ଦଳ ୩୪୯/୮ରେ ସୀମିତ
କୋହଲି ୧୩୫, ରାହୁଲ ୬୦, ରୋହିତ ୫୭, ଜାଡେଜା ୩୨

ରାଞ୍ଚିରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ପ୍ରଥମ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୪୯ ରନ୍ କରିଛି । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୧୩୫ ରନ୍ କରିଛନ୍ତି । ଯାହାଫଳରେ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୩୫୦ ରନ୍ କରିବାକୁ ପଡ଼ିବ ।
ଟସ୍ ହାରି ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ଯଶସ୍ବୀ ଜୟସ୍ବାଲ ଶୀଘ୍ର ଆଉଟ୍ ହୋଇଯାଇଥିଲେ । ଏହା ପରେ ଦଳର ବ୍ୟାଟିଂ ସମ୍ଭାଳିଥିଲେ ଦୁଇ କିମ୍ବଦନ୍ତୀ କ୍ରିକେଟର ରୋହିତ ଶର୍ମା ଓ ବିରାଟ କୋହଲି । ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ଦ୍ବିତୀୟ ଓ୍ବିକେଟ୍ ପାଇଁ ୧୦୯ ବଲ୍ରେ ୧୩୬ ରନ୍ କରିଥିଲେ । ତେବେ ରୋହିତ ଶର୍ମା ୫୧ ବଲ୍ରେ ୫୭ ଆଉଟ୍ ହେବା ପରେ ପାଳି ସମ୍ଭାଳିଥିଲେ କୋହଲି । ଆଉ ଶେଷରେ ୧୦୧ ବଲ୍ରେ ୫ ଛକା ଓ ୭ ଚୌକା ସହ ଶତକ ହାସଲ କରିଛନ୍ତି ।
ତେବେ କୋହଲି ୧୩୫ ରନ୍ କରି ଆଉଟ ହେବା ପରେ ଅଧିନାୟକ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ପାଳି ସମ୍ଭାଳିଥିଲେ । ରାହୁଲଙ୍କ ୬୦ ରନ୍ ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ୍ ବିନିମୟରେ ୩୪୯ ରନ୍ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୧୩୫ ରନ୍ କରିଥିବା ବେଳେ କେଏଲ ରାହୁଲ ୬୦ ଓ ରୋହିତ ଶର୍ମା ୫୭ ରନ୍ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories