IND vs SA ODI series / ପ୍ରଥମ ଦିନିକିଆ ଜିତିଲା ଭାରତ, କୋହଲିଙ୍କ ଶତକ ପରେ କମାଲ କଲେ କୁଲଦୀପ
·7 months ago·2 min read

Key Points
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ଜିତିଲା ଭାରତ
ହାଇ ସ୍କୋରିଂ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୭ ରନରେ ହରାଇଲା ଭାରତ
କୁଲଦୀପ ଯାଦବଙ୍କୁ ୪, ହର୍ଷିତଙ୍କୁ ୩ ଓ ଅର୍ଶଦୀପଙ୍କୁ ୨ ୱିକେଟ

ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୭ ରନ୍ରେ ପରାସ୍ତ କରିଛି । ତେବେ ମ୍ୟାଚ୍ର ଉଭୟ ଇନିଂସ୍ରେ ମୋଟ ୬୮୧ ରନ୍ ହୋଇଥିଲା । ଏହି ମ୍ୟାଚ୍ରେ ବିରାଟ କୋହଲି ତାଙ୍କର ୮୩ତମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ୩୪୯ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୩୩୨ ରନ୍ କରି ଅଲଆଉଟ୍ ହୋଇଥିଲା । ଯାହାଫଳରେ ଭାରତ ଏହି ମ୍ୟାଚ୍କୁ ୧୭ ରନ୍ରେ ନିଜ ନାମରେ କରିଛି । କୁଲଦୀପ ଯାଦବ ଭାରତ ପାଇଁ ସର୍ବାଧିକ ୪ ୱିକେଟ୍ ନେଇଥିଲେ । ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ୧-୦ରେ ଟିମ୍ ଇଣ୍ଡିଆ ଆଗୁଆ ରହିଛି ।
୩୫୦ ରନ୍ର ଟାର୍ଗେଟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାକଫୁଟ୍ରେ ରହିଥିଲା । ହର୍ଷିତ ରାଣା ତାଙ୍କ ପ୍ରଥମ ସ୍ପେଲ୍ରେ ରିଆନ୍ ରିକେଲଟନ୍ ଓ କ୍ୱିଣ୍ଟନ୍ ଡି କକ୍ଙ୍କୁ ଶୂନରେ ଆଉଟ୍ କରିଥିଲେ । ଯାହାଫଳରେ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବଡ଼ ଝଟକା ଲାଗିଥିଲା । ଏହା ପରେ ଅଧିନାୟକ ଏଡେନ୍ ମାର୍କରାମଙ୍କୁ ଅର୍ଶଦୀପ ସିଂହ ୭ ରନ୍ରେ ପ୍ୟାଭିଲିୟନ ପଠାଇଥିଲେ । ଦକ୍ଷିଣ ଆଫ୍ରିକା ମାତ୍ର ୧୧ ରନ୍ରେ ସମସ୍ତ ତିନି ଜଣ ଟପ୍-ଅର୍ଡର ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇଥିଲା । ଏହା ପରେ ଟୋନି ଡି ଜୋରଜି ଏବଂ ଡେୱାଲ୍ଡ ବ୍ରେଭିସ୍ ପାଳି ସମ୍ଭାଳିଥିଲେ କିନ୍ତୁ ଉଭୟେ ଯଥାକ୍ରମେ ୩୯ ଏବଂ ୩୭ ରନ୍ରେ ଆଉଟ୍ ହୋଇଥିଲେ।
ମ୍ୟାଚ୍ରେ ମାର୍କୋ ଜାନସେନ୍ ଓ ମାଥ୍ୟୁ ବ୍ରିଜ୍କେ ଦକ୍ଷିଣ ଆଫ୍ରିକାକୁ କମ୍ବ୍ୟାକ୍ କରାଇଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଷଷ୍ଠ ୱିକେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ୯୭ ରନ୍ର ପାର୍ଟନରସିପ୍ କରିଥିଲେ । ୩୯ ବଲ୍ରେ ୭୦ ରନ୍ର ଏକ ବଡ଼ ଇନିଂସ ଖେଳିବା ପରେ ଜାନସେନ୍ ଆଉଟ୍ ହୋଇଥିଲେ । କୁଲଦୀପ ଯାଦବ ସେହି ଓଭରରେ ଜାନସେନ୍ ଏବଂ ମାଥ୍ୟୁ ବ୍ରିଜ୍କେଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ପୁଣି ବ୍ୟାକଫୁଟକୁ ଠେଲି ଦେଇଥିଲା । ଶେଷରେ କର୍ବିନ୍ ବୋଶ୍ ମ୍ୟାଚ୍କୁ ରୋମାଞ୍ଚକର କରିଥିଲେ । କିନ୍ତୁ ଦକ୍ଷିଣ ଆଫ୍ରିକାକୁ ବିଜୟ ଭେଟି ଦେଇପାରିନଥିଲେ । ବୋଶ୍ ୬୭ ରନ୍ କରି ଆଉଟ୍ ହୋଇଥିଲେ ।
କୋହଲି, ରୋହିତ ଏବଂ ରାହୁଲ ଭଲ ପ୍ରଦର୍ଶନ କରିଥିଲେ
ଏହି ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୪୯ ରନ୍ କରିଥିଲା । ଜୟସ୍ବାଲଙ୍କ ଓ୍ବିକେଟ୍ ଶୀଘ୍ର ଯିବା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ୧୩୬ ରନ୍ର ପାର୍ଟନରସିପ୍ ହୋଇଥିଲା । ରୋହିତ ତାଙ୍କର ୬୦ତମ ODI ଅର୍ଦ୍ଧଶତକ ହାସଲ କରି ୫୭ ରନ୍ରେ ଆଉଟ୍ ହୋଇଥିଲେ । କିନ୍ତୁ ବିରାଟ କୋହଲି ତାଙ୍କର ଅର୍ଦ୍ଧଶତକକୁ ଶତକରେ କନଭର୍ଟ କରିଥିଲେ । ସେ ୧୨୦ ବଲ ଖେଳି ୧୧ ଚୌକା ଏବଂ ୭ ଛକା ସହାୟତାରେ ୧୩୫ ରନ କରିଥିଲେ । ଏହା ତାଙ୍କର ୫୨ତମ ODI ଶତକ ଥିଲା । କେଏଲ ରାହୁଲ ମଧ୍ୟରେ ଶେଷରେ ଗୁରୁତ୍ବପୂର୍ଣ୍ଣ ୬୦ ରନ୍ କରିଥିଲେ ।

Game, set, match! 💪
— BCCI (@BCCI) November 30, 2025
Prasidh Krishna bags the final wicket as #TeamIndia clinch a thrilling contest in Ranchi to go 1⃣-0⃣ up 🙌
Scorecard ▶️ https://t.co/MdXtGgRkPo#INDvSA | @IDFCFIRSTBank pic.twitter.com/yHpkRnlEVk
ମ୍ୟାଚ୍ରେ ମାର୍କୋ ଜାନସେନ୍ ଓ ମାଥ୍ୟୁ ବ୍ରିଜ୍କେ ଦକ୍ଷିଣ ଆଫ୍ରିକାକୁ କମ୍ବ୍ୟାକ୍ କରାଇଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଷଷ୍ଠ ୱିକେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ୯୭ ରନ୍ର ପାର୍ଟନରସିପ୍ କରିଥିଲେ । ୩୯ ବଲ୍ରେ ୭୦ ରନ୍ର ଏକ ବଡ଼ ଇନିଂସ ଖେଳିବା ପରେ ଜାନସେନ୍ ଆଉଟ୍ ହୋଇଥିଲେ । କୁଲଦୀପ ଯାଦବ ସେହି ଓଭରରେ ଜାନସେନ୍ ଏବଂ ମାଥ୍ୟୁ ବ୍ରିଜ୍କେଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ପୁଣି ବ୍ୟାକଫୁଟକୁ ଠେଲି ଦେଇଥିଲା । ଶେଷରେ କର୍ବିନ୍ ବୋଶ୍ ମ୍ୟାଚ୍କୁ ରୋମାଞ୍ଚକର କରିଥିଲେ । କିନ୍ତୁ ଦକ୍ଷିଣ ଆଫ୍ରିକାକୁ ବିଜୟ ଭେଟି ଦେଇପାରିନଥିଲେ । ବୋଶ୍ ୬୭ ରନ୍ କରି ଆଉଟ୍ ହୋଇଥିଲେ ।
କୋହଲି, ରୋହିତ ଏବଂ ରାହୁଲ ଭଲ ପ୍ରଦର୍ଶନ କରିଥିଲେ
ଏହି ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୪୯ ରନ୍ କରିଥିଲା । ଜୟସ୍ବାଲଙ୍କ ଓ୍ବିକେଟ୍ ଶୀଘ୍ର ଯିବା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ୧୩୬ ରନ୍ର ପାର୍ଟନରସିପ୍ ହୋଇଥିଲା । ରୋହିତ ତାଙ୍କର ୬୦ତମ ODI ଅର୍ଦ୍ଧଶତକ ହାସଲ କରି ୫୭ ରନ୍ରେ ଆଉଟ୍ ହୋଇଥିଲେ । କିନ୍ତୁ ବିରାଟ କୋହଲି ତାଙ୍କର ଅର୍ଦ୍ଧଶତକକୁ ଶତକରେ କନଭର୍ଟ କରିଥିଲେ । ସେ ୧୨୦ ବଲ ଖେଳି ୧୧ ଚୌକା ଏବଂ ୭ ଛକା ସହାୟତାରେ ୧୩୫ ରନ କରିଥିଲେ । ଏହା ତାଙ୍କର ୫୨ତମ ODI ଶତକ ଥିଲା । କେଏଲ ରାହୁଲ ମଧ୍ୟରେ ଶେଷରେ ଗୁରୁତ୍ବପୂର୍ଣ୍ଣ ୬୦ ରନ୍ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories