Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India playing XI / ବୋଲିଂ କରିବ ଭାରତ, ବାରମ୍ବାର ଫେଲ୍‌ ସତ୍ତ୍ବେ ଗିଲ୍‌ଙ୍କୁ ମିଳିଲା ସୁଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବୋଲିଂ କରିବ ଭାରତ, ବାରମ୍ବାର ଫେଲ୍‌ ସତ୍ତ୍ବେ ଗିଲ୍‌ଙ୍କୁ ମିଳିଲା ସୁଯୋଗ
INDIA vs SA

Key Points

ଧର୍ମଶାଳା ଟି-୨୦
ଟସ୍ ଜିତିଲା ଭାରତ, ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା
ବାରମ୍ବାର ଫେଲ୍‌ ସତ୍ତ୍ୱେ ଗିଲ୍‌ଙ୍କୁ ମିଳିଲା ସୁଯୋଗ
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଜାରି ରହିଛି । ଏହି ସିରିଜ୍‌ର ପ୍ରଥମ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତର ବଡ଼ ବିଜୟ ହୋଇଥିଲା । ତେବେ ଦ୍ବିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନ୍‌ରେ ପରାଜୟ ବରଣ କରିଥିଲା । ଆଉ ଏବେ ଧର୍ମଶାଳାରେ ଖେଳାଯାଉଛି ତୃତୀୟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ତୃତୀୟ ଟି-୨୦ରେ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଯଶପ୍ରୀତ ବୁମ୍ରା ଓ ଅକ୍ଷର ପଟେଲଙ୍କ ସ୍ଥାନରେ ହର୍ଷିତ ରାଣା ଓ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିଛି ।



୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ଆଉ ପ୍ରଥମ ମ୍ୟାଚ୍‌କୁ ୧୦୧ ରନ୍‌ରେ ନିଜ ନାଁରେ କରିଥିଲା ଭାରତ । ଦ୍ବିତୀୟ ମ୍ୟାଚ୍‌ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମୁଲାନପୁର ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ଏହି ମ୍ୟାଚ୍‌ରେ ୫୧ ରନ୍‌ରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ଯାହାଫଳରେ ସିରିଜ୍‌ ୧-୧ରେ ବରାବର ରହିଛି । ଆଜି ଧର୍ମଶାଳାରେ ବିଜୟ ଲାଭ କରି ଭାରତ ସିରିଜ୍‌ରେ ୨-୧ରେ ଆଗୁଆ ରହିବାକୁ ଚେଷ୍ଟା କରିବ ।

ସେପଟେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଲଗାତାର ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରୁଛନ୍ତି । କାହିଁକି ଅଧିନାୟକ ଓ କୋଚ୍‌ ଏମିତି କରୁଛନ୍ତି ତାହା ଜାଣିବାକୁ ଏବେ ବେଶ୍ ଆଗ୍ରହୀ ଅଛନ୍ତି କ୍ରିକେଟ୍‌ ପ୍ରେମୀ । ଧର୍ମଶାଳା ଟି-୨୦ ପୂର୍ବରୁ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଷ୍ଟାର ବ୍ୟାଟସମ୍ୟାନ ତିଲକ ବର୍ମା ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, "ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କ ବ୍ୟତୀତ ସମସ୍ତେ ଯେକୌଣସି ସ୍ଥାନରେ ଖେଳିପାରିବେ । ମୁଁ ତୃତୀୟ ନମ୍ବରରୁ ଷଷ୍ଠ ନମ୍ବର ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ଖେଳିପାରିବି, ଯେଉଁଠାରେ ଦଳକୁ ମୋର ଆବଶ୍ୟକତା ଅଛି ଅକ୍ଷର ପଟେଲ ଏଠାରେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ପରିସ୍ଥିତି ଉପରେ ନିର୍ଭର କରେ ।" ତେବେ ତିଲକଙ୍କ ଏହି ବୟାନ ସ୍ପଷ୍ଟ କରୁଛି ଯେ ବ୍ୟାଟିଂ ଅର୍ଡରରେ ଏହି ପରିବର୍ତ୍ତନଗୁଡ଼ିକ ବର୍ତ୍ତମାନ ସମୟରେ ବନ୍ଦ ହେବ ନାହିଁ ।

ଭାରତର ଚୂଡ଼ାନ୍ତ ଏକାଦଶ:

ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା (ଓ୍ବିକେଟ୍‌ କିପର), କୁଲଦୀପ ଯାଦବ , ହର୍ଷିତ ରାଣା , ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India to Bowl First in 3rd T20; Shubman Gill Gets Another Opportunity | Argus News