Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Fog Cancels Cricket Match / 'ଗହମ ବିକି କିଣିଥିଲି ଟିକେଟ୍‌, ଏବେ ମୋ ଟଙ୍କା ଫେରାଅ', ମ୍ୟାଚ୍ ବାତିଲ ପରେ ରାଗିଲେ କ୍ରିକେଟ୍‌ ପ୍ରେମୀ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
'ଗହମ ବିକି କିଣିଥିଲି ଟିକେଟ୍‌, ଏବେ ମୋ ଟଙ୍କା ଫେରାଅ', ମ୍ୟାଚ୍ ବାତିଲ ପରେ ରାଗିଲେ କ୍ରିକେଟ୍‌ ପ୍ରେମୀ
Match Cancel

Key Points

‘ଗହମ ବିକି କିଣିଥିଲି ଟିକେଟ୍‌, ଏବେ ଟଙ୍କା ଫେରାଅ’
ମ୍ୟାଚ୍ ବାତିଲ ପରେ ପ୍ରଶଂସକଙ୍କ ରାଗ
କୁହୁଡ଼ି ଭାଙ୍ଗିଲା କ୍ରିକେଟ୍ ପ୍ରେମୀଙ୍କ ସ୍ୱପ୍ନ
ଡିସେମ୍ବର ୧୭ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍‌ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାର ଥିଲା । ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ପୂରା ଷ୍ଟାଡିୟମ୍‌ ଭର୍ତ୍ତି ଥିଲା । କିନ୍ତୁ ଘନ କୁହୁଡ଼ି ଯୋଗୁଁ ଚତୁର୍ଥ ଟି-୨୦ ମ୍ୟାଚ୍‌ ବାତିଲ ହୋଇଥିଲା । ଆଉ ଏହା ପରେ କ୍ରିକେଟ ପ୍ରେମୀମାନେ କ୍ରୋଧିତ ହୋଇ ବିସିସିଆଇଠାରୁ ମ୍ୟାଚ୍‌ ଟିକେଟ୍‌ ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି ।

ଲକ୍ଷ୍ନୌ ଟିମ୍‌ ଇଣ୍ଡିଆ ପାଇଁ ଏକ ସଫଳ ଭେନ୍ୟୁ । ଏଠାରେ ଟିମ୍‌ ତିନୋଟି ମ୍ୟାଚ୍‌ ଖେଳିଛି ଆଉ ସମସ୍ତ ମ୍ୟାଚ୍ ଜିତିଛି । ଆଉ ଚତୁର୍ଥ ଟି-୨୦କୁ ମଧ୍ୟ ସୂର୍ଯ୍ୟକୁମାରଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ବିଜୟ ଲାଭ କରି ସିରିଜ୍‌ ନିଜ ନାମରେ କରିବ । କିନ୍ତୁ ଘନକୁହୁଡ଼ି ପାଇଁ ଟସ୍‌ ମଧ୍ୟ ପଡ଼ିପାରିନଥିଲା ।

ମ୍ୟାଚ୍‌ ବାତିଲ ହେବା ପରେ ଷ୍ଟାଡିୟମ୍ ବାହାରେ ପ୍ରଶଂସକମାନେ ବେଶ୍‌ କ୍ରୋଧିତ ଥିଲେ । ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେଉଁଥିରେ ଜଣେ କ୍ରିକେଟ୍‌ପ୍ରେମୀ ସେମାନଙ୍କର ଟିକେଟ୍‌ ଦେଖାଉଛନ୍ତି ଏବଂ ଅଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ଦାବି କରୁଛନ୍ତି । ଜଣେ ପ୍ରଶଂସକ କହିଛନ୍ତି, "ମୁଁ ମ୍ୟାଚ୍ ଦେଖିବାକୁ ଏଠାକୁ ଆସିବା ପାଇଁ ତିନି ବସ୍ତା ଗହମ ବିକ୍ରି କରିଥିଲି। ମୁଁ ମୋର ଟଙ୍କା ଫେରସ୍ତ ଚାହୁଁଛି..."। ଅନ୍ୟ ଜଣେ ପ୍ରଶଂସକ କହିଛନ୍ତି ଯେ ପଡ଼ିଆରେ ଟିମ୍‌ ଇଣ୍ଡିଆର ଖେଳ ଦେଖି ନପାରି ମୁଁ ଦୁଃଖିତ ।


ଚତୁର୍ଥ ଟି-୨୦ ମ୍ୟାଚ୍ ବୁଧବାର ସନ୍ଧ୍ୟା ୭ଟାରେ ଖେଳାଯିବାର ସ୍ଥିର ହୋଇଥିଲା । ଟସ୍ ସନ୍ଧ୍ୟା ୬:୩୦ରେ ହୋଇଥାନ୍ତା । କିନ୍ତୁ, ସେହି ସମୟ ପୂର୍ବରୁ ଏକାନା ଷ୍ଟାଡିୟମରେ ଘନ କୁହୁଡ଼ି ପଡ଼ିଥିଲା ​​ଏବଂ ପରିସ୍ଥିତି ଆହୁରି ଖରାପ ହେବାକୁ ଲାଗିଲା। ଅମ୍ପାୟାରମାନେ ସନ୍ଧ୍ୟା ୬:୩୦ରେ ପ୍ରଥମ ଥର ପାଇଁ ଯାଞ୍ଚ କରିଥିଲେ ଏବଂ ଅଧ ଘଣ୍ଟା ପରେ ପରିସ୍ଥିତିର ପୁନଃମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଇଥିଲେ ।



ସନ୍ଧ୍ୟା ୭:୩୦ ଏବଂ ରାତି ୮ଟାରେ ଯାଞ୍ଚରେ କୌଣସି ଉନ୍ନତି ଦେଖିବାକୁ ମିଳିନଥିଲା । ଏହା ପରେ ଆଉ ତିନୋଟି ଯାଞ୍ଚ କରାଯାଇଥିଲା । କିନ୍ତୁ କୌଣସି ସକାରାତ୍ମକ ଫଳାଫଳ ମିଳିନଥିଲା। ଶେଷରେ, ମ୍ୟାଚ୍ ବାତିଲ କରିବାର ନିଷ୍ପତ୍ତି ନିଆଯାଇଥିଲା। ବାତିଲ ହେବା ପରେ, ବିସିସିଆଇ ଏହାର ସମୟସୂଚୀ ପାଇଁ ଆହୁରି ସମାଲୋଚନାର ସମ୍ମୁଖୀନ ହୋଇଥିଲା । ସିରିଜର ଶେଷ ମ୍ୟାଚ୍ ଏବେ ଡିସେମ୍ବର ୧୯ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Fans Demand Refund After India vs South Africa 4th T20 Cancelled Due to Fog | Argus News