Ahmedabad weather forecast / ବାତିଲ ହେବ କି ପଞ୍ଚମ ଟି-୨୦ ? ଜାଣନ୍ତୁ କ'ଣ ରହିବ ଅହମ୍ମଦାବାଦର ପାଗ
·6 months ago·2 min read

Key Points
ଲକ୍ଷ୍ନୌ ପରେ ଅହମ୍ମଦାବାଦ
ବାତିଲ ହେବ କି ପଞ୍ଚମ ଟି-୨୦ ?
ଜାଣନ୍ତୁ ଅହମ୍ମଦାବାଦର ପାଗ ରିପୋର୍ଟ
ବାତିଲ ହେବ କି ପଞ୍ଚମ ଟି-୨୦ ?
ଜାଣନ୍ତୁ ଅହମ୍ମଦାବାଦର ପାଗ ରିପୋର୍ଟ
ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଶେଷ ବା ପଞ୍ଚମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ବିଜୟଲାଭ କରି ୩-୧ରେ ସିରିଜ୍ ଜିତିବାକୁ ଚେଷ୍ଟା କରିବ । ସେହିପରି ଦକ୍ଷିଣ ଆଫ୍ରିକା ଶେଷ ମ୍ୟାଚ୍କୁ ଜିତି ସିରିଜ୍କୁ ୨-୨ରେ ବରାବର କରିବାକୁ ଳକ୍ଷ୍ୟ ରଖିଛି । ତେଣୁ, ଉଭୟ ଦଳ ଏହି ମ୍ୟାଚରେ ସେମାନଙ୍କର ୧୦୦ ପ୍ରତିଶତ ଦେବାକୁ ଚାହିଁବେ । ସେପଟେ ଲକ୍ଷ୍ନୌରେ ଚତୁର୍ଥ ମ୍ୟାଚ୍ ଘନ କୁହୁଡ଼ି ପାଇଁ ବାତିଲ ହେବା ପରେ ଅହମ୍ମଦାବାଦର ପାଗ ଉପରେ ସମସ୍ତଙ୍କ ନଜର ରହିଛି ।
ଅହମ୍ମଦାବାଦରେ ପାଗ କିପରି ରହିବ ?
ଡିସେମ୍ବର ୧୯ ତାରିଖରେ ଅହମ୍ମଦାବାଦର ପାଗ ଭଲ ରହିବ ବୋଲି ଆଶା କରାଯାଉଛି । ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍ ରହିବ ବୋଲି ଆଶା କରାଯାଉଛି । ବର୍ଷା ପ୍ରାୟ ଶୂନ୍ୟ ପ୍ରତିଶତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କିନ୍ତୁ ପବନର ବେଗ ଘଣ୍ଟା ପ୍ରତି ୧୧ କିମି ରହିବ ବୋଲି ଆଶା କରାଯାଉଛି । ତେବେ ପାଗ ସ୍ପଷ୍ଟ କରୁଛି ଯେ ମ୍ୟାଚ୍ ପୂର୍ଣ୍ଣ ଭାବରେ ଖେଳାଯିବ। ବଡ଼ ଗ୍ରାଉଣ୍ଡ ବୋଲରମାନଙ୍କୁ କିଛି ସହାୟତା ମିଳିପାରେ । କିନ୍ତୁ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସହାୟକ ହେବ । ପାଗ ଭଲ ରହିବା ହେତୁ ଏହି ମ୍ୟାଚ୍ଟି ଅତ୍ୟନ୍ତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।
ଡିସେମ୍ବର ୧୭ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାର ଥିଲା । ଏହି ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ପୂରା ଷ୍ଟାଡିୟମ୍ ଭର୍ତ୍ତି ଥିଲା । କିନ୍ତୁ ଘନ କୁହୁଡ଼ି ଯୋଗୁଁ ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ ହୋଇଥିଲା । ଆଉ ଏହା ପରେ କ୍ରିକେଟ ପ୍ରେମୀମାନେ କ୍ରୋଧିତ ହୋଇ ବିସିସିଆଇଠାରୁ ମ୍ୟାଚ୍ ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି ।
ଲକ୍ଷ୍ନୌ ଟିମ୍ ଇଣ୍ଡିଆ ପାଇଁ ଏକ ସଫଳ ଭେନ୍ୟୁ । ଏଠାରେ ଟିମ୍ ତିନୋଟି ମ୍ୟାଚ୍ ଖେଳିଛି ଆଉ ସମସ୍ତ ମ୍ୟାଚ୍ ଜିତିଛି । ଆଉ ଚତୁର୍ଥ ଟି-୨୦କୁ ମଧ୍ୟ ସୂର୍ଯ୍ୟକୁମାରଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ବିଜୟ ଲାଭ କରି ସିରିଜ୍ ନିଜ ନାମରେ କରିବ । କିନ୍ତୁ ଘନକୁହୁଡ଼ି ପାଇଁ ଟସ୍ ମଧ୍ୟ ପଡ଼ିପାରିନଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories