Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs South Africa Test / ଗୌହାଟୀ ଟେଷ୍ଟ ଜିତିବା ଭାରତ ପାଇଁ ଅସମ୍ଭବ ! ଚତୁର୍ଥ ଇନିଂସରେ କେବେ ହୋଇନି ଏତେ ରନ୍

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଗୌହାଟୀ ଟେଷ୍ଟ ଜିତିବା ଭାରତ ପାଇଁ ଅସମ୍ଭବ ! ଚତୁର୍ଥ ଇନିଂସରେ କେବେ ହୋଇନି ଏତେ ରନ୍

Key Points

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଭାରତ ସାମ୍ନାରେ ୫୪୯ ରନ୍‌ର ଟାର୍ଗେଟ ଲକ୍ଷ୍ୟ । ଜିତିବା ଭାରତ ପାଇଁ ଅସମ୍ଭବ !
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୌହାଟୀରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଆରମ୍ଭ ଦିନରୁ ହିଁ ଭାରତ ଉପରେ ଭାରି ପଡ଼ିଛି ଦକ୍ଷିଣ ଆଫ୍ରିକା । ପ୍ରଥମ ଇନିଂସରେ ୨୮୮ ରନର ଲିଡ୍ ନେବା ପରେ ଦକ୍ଷିଣ ଆଫ୍ରିକା ୨୬୦ ରନରେ ଦ୍ୱିତୀୟ ଇନିଂସ ଘୋଷଣା କରିଛି । ଯାହାଫଳରେ ଭାରତକୁ ମ୍ୟାଚ୍‌ ଜିତି ସିରିଜ୍‌କୁ ଡ୍ର' କରବାକୁ ହେଲେ ୫୪୯ ରନ୍‌ କରିବାକୁ ହେବ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ବିତୀୟ ଇନିଂସରେ ଟ୍ରିଷ୍ଟନ୍‌ ଷ୍ଟବ୍ସ ସର୍ବାଧିକ ୯୪ ରନ୍‌ କରିଛନ୍ତି । ସେହିପରି ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୪ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଗୌହାଟୀରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଶେଷ ସେସନରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ୨୬୦ ରନରେ ସେମାନଙ୍କର ଇନିଂସ ଘୋଷଣା କରିଛି। ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୨୮୮ ରନର ଏକ ବିଶାଳ ଲିଡ୍ ନେଇଥିଲା। ଯାହାଫଳରେ ଟିମ୍ ଇଣ୍ଡିଆକୁ ୫୪୯ ରନର ଟାର୍ଗେଟ ଦେଇଛି ଦକ୍ଷିଣ ଆଫ୍ରିକା । ଯଦି ଭାରତୀୟ ଦଳ ଏହି ଟେଷ୍ଟ ମ୍ୟାଚ୍ ଡ୍ର' କରେ ତେବେ ଦକ୍ଷିଣ ଆଫ୍ରିକା ସିରିଜ୍‌ ୧-୦ରେ ନିଜ ନାମରେ କରିବ ।

ଦ୍ବିତୀୟ ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୮୯ ରନ କରିଥିଲା । ଏହାର ଜବାବରେ ଭାରତ କେବଳ ୨୦୧ ରନ୍ କରିପାରିଥିଲା । ଯାହାଫଳରେ ପ୍ରଥମ ଇନିଂସରେ ୨୮୮ ରନର ଲିଡ୍ ନେଇଥିବା ଦକ୍ଷିଣ ଆଫ୍ରିକା ଏବେ ଟିମ୍ ଇଣ୍ଡିଆ ପାଇଁ ୫୪୯ ରନର ଟାର୍ଗେଟ ରଖିଛି ।

ଟ୍ରିଷ୍ଟାନ ଷ୍ଟବ୍ସ ଶତକରୁ ବଞ୍ଚିତ ହୋଇଛନ୍ତି

ଦ୍ବିତୀୟ ଇନିଂସରେ ଟ୍ରିଷ୍ଟାନ ଷ୍ଟବ୍ସ ୧୯୦ ବଲ୍‌ରୁ ୯ ଚୌକା ଏବଂ ଗୋଟିଏ ଛକା ସହ ୯୪ ରନ୍ କରି ଆଉଟ୍ ହୋଇଥିଲେ। ଷ୍ଟବ୍ସ୍ ଆଉଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ତୁରନ୍ତ ଇନିଂସ ଘୋଷଣା କରିଥିଲେ ।

ଚତୁର୍ଥ ଇନିଂସରେ ବ୍ୟାଟିଂ ସହଜ ହେବ ନାହିଁ

ତେବେ ଚତୁର୍ଥ ଇନିଂସରେ ଏତେ ବଡ଼ ଲକ୍ଷ୍ୟ ପିଛା କରିବା ଭାରତ ପାଇଁ ବେଶ୍‌ କଷ୍ଟକର ହେବ । ସେପଟେ ଏତେ ବଡ଼ ଲକ୍ଷ୍ୟକୁ ଟେଷ୍ଟ କ୍ରିକେଟରେ କେବେ ବି କେଉଁ ଦଳ ଚେଜ୍‌ କରିପାରିନାହିଁ । ଏପରି ପରିସ୍ଥିତିରେ ଭାରତୀୟ ଦଳ ପାଇଁ ଗୌହାଟୀ ଟେଷ୍ଟ ଜିତିବା ଅସମ୍ଭବ ମନେହୁଏ । ଟେଷ୍ଟ କ୍ରିକେଟ ଇତିହାସରେ ଚତୁର୍ଥ ଇନିଂସରେ ସର୍ବାଧିକ ସଫଳ ରନ୍‌ ଚେଜ୍ ହେଉଛି ୪୧୮ ରନ୍ । କିନ୍ତୁ ଏସିଆର କୌଣସି ଦଳ କେବେ ୪୦୦ ରନରୁ ଅଧିକ ଲକ୍ଷ୍ୟ ହାସଲ କରିନାହିଁ ।

ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଇନିଂସରେ ସର୍ବାଧିକ ରନ୍‌ ଚେଜ୍‌

୧: ୪୧୮ - ୱେଷ୍ଟଇଣ୍ଡିଜ୍ ବନାମ ଅଷ୍ଟ୍ରେଲିଆ, ୨୦୦୩
୨: ୪୧୪ - ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ, ୨୦୦୮
୩: ୪୦୪ - ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ୧୯୪୮
୪: ୪୦୩ - ଭାରତ ବନାମ ୱେଷ୍ଟଇଣ୍ଡିଜ୍, ୧୯୭୬
୫: ୩୯୫ - ୱେଷ୍ଟଇଣ୍ଡିଜ୍ ବନାମ ବାଂଲାଦେଶ, ୨୦୨୧
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Guwahati Test: India Face Impossible 549-Run Chase, SA Dominate From Day 1 | Argus News