Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs South Africa / ଗୌହାଟୀ ଟେଷ୍ଟରେ ବ୍ୟାକ୍‌ଫୁଟରେ ଭାରତ, ବୋଲିଂରେ 'ଶତକ' ହାସଲ କଲେ କୁଲଦୀପ-ସିରାଜ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଗୌହାଟୀ ଟେଷ୍ଟରେ ବ୍ୟାକ୍‌ଫୁଟରେ ଭାରତ, ବୋଲିଂରେ 'ଶତକ' ହାସଲ କଲେ କୁଲଦୀପ-ସିରାଜ

Key Points

ଗୌହାଟୀ ଟେଷ୍ଟରେ ବ୍ୟାକଫୁଟରେ ଭାରତ
ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ବିଶାଳ ୪୮୯ ରନ୍‌
ବୋଲିଂରେ ସିରାଜ-କୁଲଦୀପଙ୍କ ଶତକ
ଗୌହାଟୀ ଟେଷ୍ଟରେ ବ୍ୟାକ୍‌ଫୁଟ୍‌ରେ ଟିମ୍ ଇଣ୍ଡିଆ । ଦ୍ବିତୀୟ ଟେଷ୍ଟରେ ପ୍ରଥମ ଇନିସଂରେ ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା ୪୮୯ ରନ୍‌ କରିଛି । ସେନୁରାନ ମୁଥୁସାମିଙ୍କ ଦମଦାର ଶତକ ଏବଂ ମାର୍କୋ ଜାନସେନଙ୍କ ଅର୍ଦ୍ଧଶତକ ଯୋଗୁଁ ଦକ୍ଷିଣ ଆଫ୍ରିକା ଏକ ବିଶାଳ ସ୍କୋରରେ କରିବାରେ ସଫଳ ହୋଇଛି । ଯଦି ଭାରତର ବୋଲିଂ କଥା କହିବା ତାହାଲେ କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ୧୦୦ରୁ ଅଧିକ ରନ ଦେଇଛନ୍ତି । ଗୋଟିଏ ସମୟରେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ୪୦୦ ରନ୍‌ ମଧ୍ୟ କଷ୍ଟକର ମନେ ହେଉଥିଲା । କିନ୍ତୁ ମୁଥୁସାମି ଏବଂ ଜାନସେନଙ୍କ ଦମଦାର ପାର୍ଟନରସିପ୍‌ ପାଇଁ ଭ୍ରମଣକାରୀ ଦଳ ୪୮୯ ରନ୍‌ କରିଛି ।

ଶେଷ ୪ ୱିକେଟ ୨୪୩ ରନ କରିଥିଲେ

ପ୍ରଥମ ଦିନରେ ପ୍ରଥମ ଦୁଇଟି ସେସନ୍‌ ବ୍ୟାକଫୁଟ୍‌ରେ ରହିବା ପରେ ତୃତୀୟ ସେସନ୍‌ରେ ଟିମ୍ ଇଣ୍ଡିଆ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୬ ଓ୍ବିକେଟ୍‌ ବିନିମୟରେ ୨୪୬ ରନ୍‌ କରିଥିଲା । କିନ୍ତୁ ଦ୍ବିତୀୟ ଦିନରେ ମୁଥୁସାମି ଓ କାଇଲ ଭେରେନ ୮୮ ରନର ପାର୍ଟନରସିପ୍‌ କରି ଭାରତୀୟ ବୋଲରଙ୍କୁ ବ୍ୟାକଫୁଟରେ ରଖିଥିଲେ । ଆଉ ଏହା ପରେ ମୁଥୁସାମି , ମାର୍କୋ ଜାନସେନଙ୍କ ସହ ଶତକୀୟ ପାର୍ଟନରସିପ୍‌ କରି ଭାରତ ସାମ୍ନାରେ ଏକ ବଡ଼ ସ୍କୋର ରଖିଥିଲେ । ଶେଷ ଚାରିଟି ୱିକେଟରେ ଦକ୍ଷିଣ ଆଫ୍ରିକା ସ୍କୋର ବୋର୍ଡରେ ୨୪୩ ରନ ଯୋଡିଥିଲା ।
କୁଲଦୀପ ଏବଂ ସିରାଜଙ୍କ ଶତକ

ଭାରତ ପାଇଁ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ୧୦୦ରୁ ଅଧିକ ରନ ଦେଇଥିଲେ । ସିରାଜ ୩୦ ଓଭରରେ ୧୦୬ ରନ ଦେଇ ୨ ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ୨୯.୧ ଓଭରରେ ୧୧୫ ରନ ଦେଇ ୪ ୱିକେଟ ନେଇଥିଲେ। ଜସପ୍ରିତ ବୁମରାହ ଏବଂ ୱାଶିଂଟନ ସୁନ୍ଦରଙ୍କୁ ଛାଡି ଅନ୍ୟ କୌଣସି ଭାରତୀୟ ବୋଲରଙ୍କ ଇକୋନୋମି ରେଟ୍ ୩ ତଳେ ନଥିଲା । ଟିମ୍ ଇଣ୍ଡିଆ ପାଇଁ କୁଲଦୀପ ୪ ୱିକେଟ ନେଇଥିବାବେଳେ ବୁମରାହ, ସିରାଜ ଏବଂ ରବିନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୪୮୯ ରନ୍‌ କରି ଅଲଆଉଟ୍‌ ହେବା ପରେ ଭାରତ ବ୍ୟାଟିଂ କରିବାକୁ ଆସିଥିଲା । ଦ୍ବିତୀ ଦିନ ଖେଳ ଶେଷ ସୁଦ୍ଧା ଭାରତ ବିନା ଓ୍ବିକେଟରେ ୯ ରନ୍‌ କରିଛି । କେଏଲ ରାହୁଲ ୨ ରନ୍‌ ଓ ଯଶସ୍ବୀ ଜୟସ୍ବାଲ ୭ ରନ୍‌ କରି ଅପରାଜିତ ରହିଛନ୍ତି । ତେବେ ତୃତୀୟ ଦିନରେ ଭାରତର ବ୍ୟାଟିଂ ଆଭିମୁଖ୍ୟ କିପରି ରହୁଛି ତାହା ଦେଖିବାର ବିଷୟ ।

ସୂଚନା ଅନୁସାରେ, ୨ ଟିକିଆ ଟେଷ୍ଟ ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ କୋଲକାତାର ଇଡେନ୍‌ ଗୋର୍ଡେନରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ପରାଜୟ ବରଣ କରିଥିଲା । ଯାହାଫଳରେ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ ରହିଛି । ତେଣୁ ଗୌହାଟୀ ଟେଷ୍ଟରେ ବିଜୟ ଲାଭ କରି ସିରିଜ୍‌କୁ ଡ୍ର' କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India on Backfoot in Guwahati Test as Kuldeep & Siraj Concede Hundreds | Argus News