Womens World Cup Final / ଶେଫାଳି, ଦୀପ୍ତିଙ୍କ ଅର୍ଦ୍ଧଶତକ; ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନ୍ର ବିଜୟ ଲକ୍ଷ୍ୟ
·8 months ago·2 min read

Key Points
ମହିଳା ଦିନିକିଆ ବିଶ୍ଵକପ୍ ଫାଇନାଲ୍ରେ କଡ଼ା ଟକ୍କର । ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଭାରତ, ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନ୍ର ବିଜୟ ଲକ୍ଷ୍ୟ ରଖିଛି ।
ମୁମ୍ବାଇ: ICC ମହିଳା ଦିନିକିଆ ବିଶ୍ଵକପ୍ ଫାଇନାଲ୍ରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଭାରତ, ଦକ୍ଷିଣ ଆଫ୍ରିକାକୁ ଦେଇଛି ୨୯୯ ରନ୍ର ବିଜୟ ଲକ୍ଷ୍ୟ ।
ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୯୮ ରନ୍ ସ୍କୋର୍ କରିଛି । ଭଲ ଆରମ୍ଭ କରିଥିବା ଭାରତୀୟ ଦଳକୁ ୧୭.୪ ଓଭରରେ ପ୍ରଥମ ଝଟ୍କା ଲାଗିଥିଲା । ଦଳୀୟ ସ୍କୋର୍ ୧୦୪ ରନ୍ ହୋଇଥିବା ବେଳେ ଟ୍ରାୟନଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଓପନର ସ୍ମୃତି ମନ୍ଧାନା । ୫୮ ବଲ୍ରେ ୪୫ ରନ୍ କରି ଆଉଟ୍ ହୋଇଥିଲେ ସ୍ମୃତି ।
ଏଥିସହ ପଢ଼ନ୍ତୁ: ଆଖି ବୁଜିଲେ ଓଡ଼ିଶାର 'ମସଲା କିଙ୍ଗ୍' ଶରତ ସାହୁ, ୫ ହଜାର ଟଙ୍କା ନିବେଶରୁ ଆରମ୍ଭ କରିଥିଲେ ବ୍ୟବସାୟ
ଏହାପରେ ଭାରତର ଦଳୀୟ ସ୍କୋର୍ ୧୬୬ ରନ୍ ହୋଇଥିବା ବେଳେ ଖାକା ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଶେଫାଳି ବର୍ମା । ୭୮ ବଲ୍ରେ ୭ ଚଉକା, ୨ ଛକା ସାହାଯ୍ୟରେ ଶେଫାଳି ୮୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ମାତ୍ର ୫ ରନ୍ ବ୍ୟବଧ୍ୟାନରେ ଭାରତକୁ ଆଉ ଏକ ଝଟ୍କା ଲାଗିଥିଲା ।
୨୯.୪ ଓଭରରେ ଦଳୀୟ ସ୍କୋର ୧୭୧ ହୋଇଥିବା ବେଳେ ୨୪ ରନ୍ କରି ଖାକାଙ୍କ ବଲ୍ରେ କ୍ଯାଚ୍ ଆଉଟ୍ ହୋଇଥିଲେ ଜେମିମା । ଏହାପରେ ଦଳୀୟ ସ୍କୋର ୨୨୩ ରନ୍ ହୋଇଥିବା ବେଳେ ହରମନପ୍ରୀତ କୌର, ୨୪୫ ରନ୍ ହୋଇଥିବା ବେଳେ ଅମନଜୋତ, ୨୯୨ ରନ୍ ହୋଇଥିବା ବେଳେ ରିଚା ଘୋଷ, ୨୯୮ ରନ୍ ହୋଇଥିବା ବେଳେ ଦୀପ୍ତି ଶର୍ମା ଆଉଟ୍ ହୋଇଥିଲେ ।
ଭାରତ ପକ୍ଷରୁ ଶେଫାଳି ସର୍ବାଧିକ ୮୭ ରନ୍ କରିଥିବା ବେଳେ ଦୀପ୍ତି ଶର୍ମା ୩ଟି ଚଉକା, ଗୋଟିଏ ଛକା ସାହାଯ୍ୟରେ ୫୮ ରନ୍ ସ୍କୋର କରିଥିଲେ । କହିବାକୁ ଗଲେ ଶେଫାଳି ଓ ଦୀପ୍ତିଙ୍କ ଅର୍ଦ୍ଧଶତକ ଭାରତୀୟ ଦଳକୁ ବଡ଼ ବଳ ଦେଇଥିଲା ।
ଏଥିସହ ପଢ଼ନ୍ତୁ: ସୂର୍ଯ୍ୟକୁମାର ଓ ଟ୍ରାଭିସ୍ ହେଡ୍ଙ୍କ ରେକର୍ଡ ଭାଙ୍ଗି ଡେଭିଡ୍ଙ୍କ ବିଶ୍ଵ ରେକର୍ଡ
ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟବୋଙ୍ଗା ଖାକା ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମାଲବା, କ୍ଲେର୍କ, ଟ୍ରାୟନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି । ରବିବାର ଡିୱାଇ ପାଟିଲ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଫାଇନାଲ ମ୍ୟାଚ୍ ଅପରାହ୍ମ ୩ଟାରେ ଆରମ୍ଭ ହେବାର ଥିଲା । କିନ୍ତୁ ବର୍ଷା କାରଣରୁ ଏଥିରେ ବିଳମ୍ବ ହୋଇଥିଲା ।
ପ୍ରଥମେ ମ୍ୟାଚ୍ ୩.୩୦ରେ ଆରମ୍ଭ ହେବା ବୋଲି ସୂଚନା ଆସିଥିଲା । କିନ୍ତୁ ପୁଣି ବର୍ଷା ହେବାରୁ ଏଥିରେ ବିଳମ୍ବ ହୋଇଥିଲା । ୪.୩୦ରେ ଟସ୍ ପଡ଼ିବା ପରେ ୫ଟାରେ ଖେଳ ଆରମ୍ଭ ହୋଇଥିଲା । ତେବେ ଦୁଇ ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲେ ବି ଓଭର ହ୍ରାସ କରାଯାଇ ନାହିଁ ।
Innings Break!
— BCCI Women (@BCCIWomen) November 2, 2025
A flourish from Deepti Sharma and Richa Ghosh propels #TeamIndia to 2⃣9⃣8⃣/7 after 50 overs 🤜🤛
Over to our bowlers now! 👍
Scorecard ▶ https://t.co/TIbbeE4ViO#WomenInBlue | #CWC25 | #INDvSA | #Final pic.twitter.com/eFNztfR0xQ
ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୯୮ ରନ୍ ସ୍କୋର୍ କରିଛି । ଭଲ ଆରମ୍ଭ କରିଥିବା ଭାରତୀୟ ଦଳକୁ ୧୭.୪ ଓଭରରେ ପ୍ରଥମ ଝଟ୍କା ଲାଗିଥିଲା । ଦଳୀୟ ସ୍କୋର୍ ୧୦୪ ରନ୍ ହୋଇଥିବା ବେଳେ ଟ୍ରାୟନଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଓପନର ସ୍ମୃତି ମନ୍ଧାନା । ୫୮ ବଲ୍ରେ ୪୫ ରନ୍ କରି ଆଉଟ୍ ହୋଇଥିଲେ ସ୍ମୃତି ।
ଏଥିସହ ପଢ଼ନ୍ତୁ: ଆଖି ବୁଜିଲେ ଓଡ଼ିଶାର 'ମସଲା କିଙ୍ଗ୍' ଶରତ ସାହୁ, ୫ ହଜାର ଟଙ୍କା ନିବେଶରୁ ଆରମ୍ଭ କରିଥିଲେ ବ୍ୟବସାୟ
ଏହାପରେ ଭାରତର ଦଳୀୟ ସ୍କୋର୍ ୧୬୬ ରନ୍ ହୋଇଥିବା ବେଳେ ଖାକା ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଶେଫାଳି ବର୍ମା । ୭୮ ବଲ୍ରେ ୭ ଚଉକା, ୨ ଛକା ସାହାଯ୍ୟରେ ଶେଫାଳି ୮୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ମାତ୍ର ୫ ରନ୍ ବ୍ୟବଧ୍ୟାନରେ ଭାରତକୁ ଆଉ ଏକ ଝଟ୍କା ଲାଗିଥିଲା ।
୨୯.୪ ଓଭରରେ ଦଳୀୟ ସ୍କୋର ୧୭୧ ହୋଇଥିବା ବେଳେ ୨୪ ରନ୍ କରି ଖାକାଙ୍କ ବଲ୍ରେ କ୍ଯାଚ୍ ଆଉଟ୍ ହୋଇଥିଲେ ଜେମିମା । ଏହାପରେ ଦଳୀୟ ସ୍କୋର ୨୨୩ ରନ୍ ହୋଇଥିବା ବେଳେ ହରମନପ୍ରୀତ କୌର, ୨୪୫ ରନ୍ ହୋଇଥିବା ବେଳେ ଅମନଜୋତ, ୨୯୨ ରନ୍ ହୋଇଥିବା ବେଳେ ରିଚା ଘୋଷ, ୨୯୮ ରନ୍ ହୋଇଥିବା ବେଳେ ଦୀପ୍ତି ଶର୍ମା ଆଉଟ୍ ହୋଇଥିଲେ ।
ଭାରତ ପକ୍ଷରୁ ଶେଫାଳି ସର୍ବାଧିକ ୮୭ ରନ୍ କରିଥିବା ବେଳେ ଦୀପ୍ତି ଶର୍ମା ୩ଟି ଚଉକା, ଗୋଟିଏ ଛକା ସାହାଯ୍ୟରେ ୫୮ ରନ୍ ସ୍କୋର କରିଥିଲେ । କହିବାକୁ ଗଲେ ଶେଫାଳି ଓ ଦୀପ୍ତିଙ୍କ ଅର୍ଦ୍ଧଶତକ ଭାରତୀୟ ଦଳକୁ ବଡ଼ ବଳ ଦେଇଥିଲା ।
ଏଥିସହ ପଢ଼ନ୍ତୁ: ସୂର୍ଯ୍ୟକୁମାର ଓ ଟ୍ରାଭିସ୍ ହେଡ୍ଙ୍କ ରେକର୍ଡ ଭାଙ୍ଗି ଡେଭିଡ୍ଙ୍କ ବିଶ୍ଵ ରେକର୍ଡ
ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟବୋଙ୍ଗା ଖାକା ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମାଲବା, କ୍ଲେର୍କ, ଟ୍ରାୟନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି । ରବିବାର ଡିୱାଇ ପାଟିଲ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଫାଇନାଲ ମ୍ୟାଚ୍ ଅପରାହ୍ମ ୩ଟାରେ ଆରମ୍ଭ ହେବାର ଥିଲା । କିନ୍ତୁ ବର୍ଷା କାରଣରୁ ଏଥିରେ ବିଳମ୍ବ ହୋଇଥିଲା ।
ପ୍ରଥମେ ମ୍ୟାଚ୍ ୩.୩୦ରେ ଆରମ୍ଭ ହେବା ବୋଲି ସୂଚନା ଆସିଥିଲା । କିନ୍ତୁ ପୁଣି ବର୍ଷା ହେବାରୁ ଏଥିରେ ବିଳମ୍ବ ହୋଇଥିଲା । ୪.୩୦ରେ ଟସ୍ ପଡ଼ିବା ପରେ ୫ଟାରେ ଖେଳ ଆରମ୍ଭ ହୋଇଥିଲା । ତେବେ ଦୁଇ ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲେ ବି ଓଭର ହ୍ରାସ କରାଯାଇ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories