Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ind vs SA Ticket Booking / ମାତ୍ର କିଛି ମିନିଟ୍‌ରେ ସରିଗଲା ସବୁ ଅନଲାଇନ୍‌ ଟିକେଟ୍‍, ନିରାଶ ହେଲେ କ୍ରିକେଟ୍‌ ପ୍ରେମୀ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ମାତ୍ର କିଛି ମିନିଟ୍‌ରେ ସରିଗଲା ସବୁ ଅନଲାଇନ୍‌ ଟିକେଟ୍‍, ନିରାଶ ହେଲେ କ୍ରିକେଟ୍‌ ପ୍ରେମୀ
Online Ticket

Key Points

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌
ମାତ୍ର କିଛି ମିନିଟ୍‌ରେ ସରିଗଲା ଅନଲାଇନ୍‌ ଟିକେଟ୍‌
ନିରାଶ ହେଲେ କ୍ରିକେଟ୍‌ ପ୍ରେମୀ
ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ପ୍ରଥମ ଟି-୨୦ ମ୍ୟାଚ୍‌ ପାଇଁ ସୋମବାର ଅନଲାଇନ୍‌ ମଧ୍ୟମରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା । ‘ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍‌’ ଏବଂ ୱେବସାଇଟ୍‌ରେ ଲୋକେ ଟିକଟ ବୁକ୍ କରିପାରିବେ ବୋଲି ଗତ ରବିବାର ଓସିଏ ସମ୍ପାଦକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
କିନ୍ତୁ ଓ୍ବେବସାଇଟ୍‌ ଖୋଲୁ ଖୋଲୁ ସବୁ ଟିକେଟ୍‌ ସରି ଯାଇଥିଲା । ହଜାର ହଜାର କ୍ରିକେଟ୍‌ ପ୍ରେମୀ ଅନଲାଇନ୍‌ରେ ଟିକେଟ୍‌ ବୁକ୍‌ କରି ମ୍ୟାଚ୍‌ ଦେଖିବାକୁ ଯିବାକୁ ଆଶା କରିଥିଲେ । କିନ୍ତୁ ଅନଲାଇନ୍‌ ବୁକିଂ ଆରମ୍ଭ ହେବା ମାତ୍ରେ ହିଁ ସବୁ ଟିକେଟ୍‌ ସରି ଯାଇଥିଲା । ଯାହାଫଳରେ ଟିକେଟ୍‌ ନପାଇ କ୍ରିକେଟ୍‌ ପ୍ରେମୀ ନିରାଶ ହୋଇଛନ୍ତି ।

ତେବେ ଏଥର ମାତ୍ର ୨ ହଜାର ଟିକେଟ୍‌ ଅନଲାଇନ୍‌ରେ ଉପଲବ୍ଧ ହୋଇଥିଲା । ତେବେ ଯେଉଁମାନେ ଅନଲାଇନ୍‌ରେ ଟିକେଟ୍‌ କରିଛନ୍ତି ସେମାନେ ଆସନ୍ତା ୮ ଓ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ଖୋଲିଥିବା ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ୍‌ ରିଡିମ୍‌ କରିପାରିବେ । ସେଠାରୁ ସେମାନେ ଟିକଟ୍‌ର ହାର୍ଡକପି ସଂଗ୍ରହ କରି ପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଓସିଏ ସମ୍ପାଦକ ।

ସେହିପରି ଡିସେମ୍ବର ୩ ଓ ୪ରେ ଓସିଏ ସହ ଅନୁବନ୍ଧିତ ୟୁନିଟ୍‌ଗୁଡ଼ିକୁ ଟିକେଟ ବିକ୍ରି କରାଯିବ । ମୋଟ ୪୨ ହଜାର ଟିକେଟରୁ ୧୧ ହଜାର ଟିକେଟ ଅନୁବନ୍ଧିତ ୟୁନିଟ୍‌ କିଣିବେ । ୧୦ ହଜାର ଟିକେଟ କାଉଣ୍ଟରରେ ବିକ୍ରି କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ବାରବାଟୀରେ ପୂର୍ବରୁ ସିଟ୍‌ ସଂଖ୍ୟା ୪୪ ହଜାର ୫୦୦ ଥିଲା । କିନ୍ତୁ ଚଳିତ ମ୍ୟାଚ୍‌ରେ ସେଥିରୁ ୨୫୦୦ ସିଟ୍‌ କମିବ ।
ତେବେ ଡିସେମ୍ବର ୯ରେ ଅର୍ଥାତ ମ୍ୟାଚ୍‌ ଦିନ DMX ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍ ସୋ' ହେବ । ମ୍ୟାଚ ପାଇଁ ୫୦ କୋଟିର ବୀମା ରହିଛି । ତେବେ ଡିସେମ୍ବର ୮ ତାରିଖରେ ଉଭୟ ଦଳ ଅଭ୍ୟାସ କରିବାକୁ ଷ୍ଟାଡିୟମ ଯିବେ । ୮ ତାରିଖ ଦିନ ୧:୩୦ରୁ ୪:୩୦ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାରବାଟୀରେ ଅଭ୍ୟାସ କରିବ । ସେହିପରି ସନ୍ଧ୍ୟା ୫:୩୦ରୁ ୮:୩୦ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଅଭ୍ୟାସ କରିବ । ମ୍ୟାଚର ତିନି ଘଣ୍ଟା ପୂର୍ବରୁ ଦର୍ଶକଙ୍କ ପାଇଁ ଷ୍ଟାଡିଅମ ଗେଟ୍‌ ଖୋଲାଯିବ ବୋଲି ଓସିଏ ସଂପାଦକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

କେତେ ରହିଛି ଟିକେଟ୍‌ ଦର୍‌

ଗ୍ୟାଲେରୀ ନମ୍ବର ୧ ଓ ୩: ୧୧୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୫: ୧୨୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୭: ୭୦୦ ଟଙ୍କା
କର୍ପୋରେଟର ବକ୍ସ: ୨୦ ହଜାର ଟଙ୍କା
AC ବକ୍ସ: ୮ ହଜାର ଟଙ୍କା
ସ୍ପେଶାଲ ଏନକ୍ଲୋଜର: ୬ ହଜାର ଟଙ୍କା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs South Africa T20 Tickets Sold Out Online | Fans Disappointed | Argus News