IND vs SA Series / ହାର୍ଦ୍ଦିକଙ୍କ ବିସ୍ଫୋରଣ ପରେ ବୋଲିଂରେ ବରୁଣଙ୍କ କରିସ୍ମା...୩-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ
·6 months ago·2 min read

Key Points
ହାର୍ଦ୍ଦିକଙ୍କ ବିସ୍ଫୋରଣ, ବରୁଣଙ୍କ ବୋଲିଂ କରିସ୍ମା
ଶେଷ ମ୍ୟାଚ୍ରେ ଦମଦାର ଜିତ
୩–୧ରେ ସିରିଜ୍ ଜିତିଲା ଭାରତ
ଶେଷ ମ୍ୟାଚ୍ରେ ଦମଦାର ଜିତ
୩–୧ରେ ସିରିଜ୍ ଜିତିଲା ଭାରତ
ଦିନିକିଆ ପରେ ଟି-୨୦ ସିରିଜ୍ ଜିତିଲା ଭାରତ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ୩-୧ରେ ଜିତିଲା ଟିମ୍ ଇଣ୍ଡିଆ । ଶେଷ ତଥା ପଞ୍ଚମ ଟି-୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍ରେ ପରାସ୍ତ କରି ଏହି ସିରିଜ୍କୁ ନିଜ ନାମରେ କରିଛି ଭାରତ । ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ ।
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପଞ୍ଚମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଭାରତ ୨୩୧ ରନ୍ ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୭୩ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୬୩ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ ।
୨୩୨ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଭଲ ଖେଳିଥିଲା । କ୍ବାଣ୍ଟିନ୍ ଡି କକ୍ ଧୁଆଁଧାର ବ୍ୟାଟିଂ କରିଥିଲେ । ପ୍ରଥମ ୧୦ ଓଭରର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଭଲ ସ୍ଥିତିରେ ଥିଲା । କିନ୍ତୁ ଏହା ପରେ ଡି କକ୍ଙ୍କୁ ବୁମ୍ରା ଆଉଟ୍ କରିବା ପରେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ପାଇଁ ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ । ଯାହାଫଳରେ ଭାରତ ଏହି ମ୍ୟାଚ୍କୁ ୩୦ ରନ୍ରେ ବିଜୟଲାଭ କରିଥିଲା । ଏହି ମ୍ୟାଚ୍ରେ ବିଜୟ ସହ ଭାରତ ସିରିଜ୍କୁ ୩-୧ରେ ନିଜ ନାମରେ କରିଥିଲା ।
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍କୁ ଭାରତ ୧୦୧ ରନ୍ରେ ବଡ଼ ବିଜୟ ହାସଲ କରିଥିଲା । ଏହା ପରେ ଦ୍ବିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମୁଲାନପୁରରେ ଖେଳାଯାଇଥିଲା । ଏହି ମ୍ୟାଚ୍କୁ ଭାରତ ୫୧ ରନ୍ରେ ପରାସ୍ତ ହୋଇଥିଲା । ଏହା ପରେ ତୃତୀୟ ମ୍ୟାଚ୍ରେ ଭାରତ ଦମଦାର କମ୍ବ୍ୟାକ୍ କରି ବିଜୟ ଲାଭ କରିଥିଲା । ସେହିପରି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ମ୍ୟାଚ୍ ଘନ କୁହୁଡ଼ି ପାଇଁ ବାତିଲ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଶନିବାର ଟି-୨୦ ବିଶ୍ବକପ୍ ପାଇଁ ଘୋଷଣା ହେବ ଟିମ୍ ଇଣ୍ଡିଆ, ଏମିତି ରହିପାରେ ୧୫ ଜଣିଆ ଦଳ
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍କୁ ଭାରତ ୧୦୧ ରନ୍ରେ ବଡ଼ ବିଜୟ ହାସଲ କରିଥିଲା । ଏହା ପରେ ଦ୍ବିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମୁଲାନପୁରରେ ଖେଳାଯାଇଥିଲା । ଏହି ମ୍ୟାଚ୍କୁ ଭାରତ ୫୧ ରନ୍ରେ ପରାସ୍ତ ହୋଇଥିଲା । ଏହା ପରେ ତୃତୀୟ ମ୍ୟାଚ୍ରେ ଭାରତ ଦମଦାର କମ୍ବ୍ୟାକ୍ କରି ବିଜୟ ଲାଭ କରିଥିଲା । ସେହିପରି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ମ୍ୟାଚ୍ ଘନ କୁହୁଡ଼ି ପାଇଁ ବାତିଲ ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories