Videos
|
Sports

IND vs SL Test Match / ଭାରତ ଏବଂ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌; ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୪୬୦/୯

Debashree Debasmita Sahoo
Browse all articles by Debashree Debasmita Sahoo
·46 mins ago·2 min read
ଭାରତ ଏବଂ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌; ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୪୬୦/୯
IND vs SL 1st Test

Key Points

ଦେବଦତ୍ତ ପଡିକ୍କଲଙ୍କ ଦମଦାର ୧୬୭ ରନ୍ ପାଳି
ଧ୍ରୁବ ଜୁରେଲଙ୍କ ଗୁରୁତ୍ୱପୂର୍ଣ୍ଣ ୫୧ ରନ୍ ଅବଦାନ
ଆଜି ନିରାଶ କରିଛନ୍ତି କେ.ଏଲ୍. ରାହୁଲ ଓ ଋଷଭ ପନ୍ତ
କଲୋମ୍ବୋ: ଗାଲେରେ ଚାଲିଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ୍ ହରାଇ ୪୬୦ ରନ୍ ସଂଗ୍ରହ କରିଛି । ବର୍ଷା ପ୍ରଭାବିତ ଏହି ଦିନରେ ପିଚର ସ୍ଥିତି ବୋଲରଙ୍କ ପାଇଁ ଅଧିକ ଅନୁକୂଳ ଥିଲେ ମଧ୍ୟ ଭାରତୀୟ ଦଳ ଏକ ମଜଭୁତ ସ୍ଥିତିରେ ପହଞ୍ଚିପାରିଛି । କିନ୍ତୁ କ୍ରିକେଟ ପ୍ରେମୀଙ୍କୁ ଆଜି ନିରାଶ କରିଛନ୍ତି କେ.ଏଲ୍. ରାହୁଲ ଓ ଋଷଭ ପନ୍ତ ।

  • ପଡିକ୍କଲଙ୍କ ଦମଦାର ୧୬୭ ରନ୍ ପାଳି
ଆହତ ସାଇ ସୁଦର୍ଶନଙ୍କ ସ୍ଥାନରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କର୍ଣ୍ଣାଟକର ବ୍ୟାଟର ଦେବଦତ୍ତ ପଡ଼ିକଲ ପ୍ରଥମ ଦିନରେ ଅପରାଜିତ ୧୩୧ ରନ୍ କରିଥିଲେ । ଦ୍ୱିତୀୟ ଦିନରେ ସେ ନିଜର ଦମଦାର ବ୍ୟାଟିଂ ଜାରି ରଖି ୧୬୭ ରନ୍‌ର ଏକ ଦମଦାର ପାଳି ଖେଳିଛନ୍ତି । ସେପଟେ ଚାପପୂର୍ଣ୍ଣ ସ୍ଥିତିରେ ଧ୍ରୁବ ଜୁରେଲ ୫୧ ରନ୍‌ର ଏକ ମୂଲ୍ୟବାନ ପାଳି ଖେଳିଛନ୍ତି । ମାନବ ସୁତାରଙ୍କ ସହ ମିଶି ସେ ସପ୍ତମ ୱିକେଟ୍ ପାଇଁ ୫୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଛନ୍ତି ।


  • ନିରାଶ କଲେ କେ.ଏଲ୍. ରାହୁଲ ଓ ଋଷଭ ପନ୍ତ
ସେମାନଙ୍କ ବ୍ୟତୀତ କେ.ଏଲ୍. ରାହୁଲ ଏବଂ ଋଷଭ ପନ୍ତ ଆଜି ନିରାଶ କରିଛନ୍ତି । ପ୍ରଥମ ଦିନରେ ୭୭ ରନ୍ କରି କ୍ରାମ୍ପସ୍ ଯୋଗୁଁ ରିଟାର୍ଡ ହର୍ଟ ହୋଇଥିବା ରାହୁଲ ଆଜି ମାତ୍ର ୫ ରନ୍ ଯୋଡ଼ିପାରିଛନ୍ତି । ପନ୍ତ ମଧ୍ୟ ଗତକାଲିର ସ୍କୋରରେ ମାତ୍ର ୧୨ ରନ୍ ଯୋଡ଼ି ଆଉଟ୍ ହୋଇଛନ୍ତି । ଶ୍ରୀଲଙ୍କା ପକ୍ଷରୁ ପ୍ରଭାତ ଜୟସୂର୍ଯ୍ୟା ଏବଂ କେଶରା ନୁୱାନଥା ମିଳିତ ଭାବରେ ୭ଟି ୱିକେଟ୍ ହାସଲ କରି ଭାରତୀୟ ମିଡିଲ ଅର୍ଡରକୁ ଝଟକା ଦେଇଥିଲେ । ପ୍ରଥମ ଦିନରେ ଓପନର ଯଶସ୍ୱୀ ଜୟସ୍ବାଲ ୩୨ ରନ୍ କରି ଆଉଟ୍ ହେବା ପରେ ପଡିକ୍ଲଲ ଏବଂ ରାହୁଲ ଦ୍ୱିତୀୟ ୱିକେଟ୍ ପାଇଁ ୧୫୦ ରନ୍‌ର ଭାଗିଦାରୀ କରି ଭାରତକୁ ପ୍ରଥମ ଦିନ ଶେଷ ସୁଦ୍ଧା ୨୮୮/୨ ସ୍କୋରରେ ପହଞ୍ଚାଇଥିଲେ। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୪୬୦ ରନ୍‌ର ବିଶାଳ ସ୍କୋର ଛିଡ଼ା କରି ସ୍ଥିତି ମଜଭୁତ କରିଛି ।

ପଢନ୍ତୁ ଏହି ଖବର: ୭ ଦିନ ପରେ ମୈଦାନକୁ ଫେରିବେ ବୈଭବ ସୂର୍ଯ୍ୟବଂଶୀ, ଜାଣନ୍ତୁ କେବେ, କେଉଁଠି ଓ କେମିତି ଦେଖିବେ LIVE

  • ଭାରତ ବନାମ ଶ୍ରୀଲଙ୍କା ହେଡ୍-ଟୁ-ହେଡ୍ ରେକର୍ଡ
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋଟ ୪୬ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତ ସର୍ବାଧିକ ବିଜୟୀ ହୋଇଛି । ଯେଉଁଥିରେ ଟିମ୍ ଇଣ୍ଡିଆ ୨୨ଟି ମ୍ୟାଚ୍ ଜିତିଥିବାବେଳେ ଶ୍ରୀଲଙ୍କା ଭାରତକୁ ମାତ୍ର ୭ ଥର ପରାସ୍ତ କରିଛି । ଉଭୟଙ୍କ ମଧ୍ୟରେ ୧୭ଟି ଟେଷ୍ଟ ଡ୍ର ରହିଛି । ଭାରତ ଘରୋଇ ପରିବେଶରେ ୯ ଥର ଶ୍ରୀଲଙ୍କାକୁ ପରାସ୍ତ କରିଛି, ଯେତେବେଳେ ଶ୍ରୀଲଙ୍କା ଘରୋଇ ପରିବେଶରେ ସମସ୍ତ ୭ଟି ମ୍ୟାଚ୍ ଜିତିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: