Videos
|
Sports

India Sri Lanka Galle Test / ଗଲ୍‌ରେ ଭାରତର ବିଶାଳ ଟାର୍ଗେଟ୍, ୩୭୨ ରନ୍ ଚେଜ୍ କରିପାରିବ କି ଶ୍ରୀଲଙ୍କା ?

Santosh Kumar Sahoo
Browse all articles by Santosh Kumar Sahoo
·49 mins ago·2 min read
ଗଲ୍‌ରେ ଭାରତର ବିଶାଳ ଟାର୍ଗେଟ୍, ୩୭୨ ରନ୍ ଚେଜ୍ କରିପାରିବ କି ଶ୍ରୀଲଙ୍କା ?
India vs Srilanka

Key Points

ଗଲ୍ ଟେଷ୍ଟରେ ଶ୍ରୀଲଙ୍କା ସାମ୍ନାରେ ୩୭୨ ରନର ଟାର୍ଗେଟ୍
ଇତିହାସ ରଚିବାକୁ ଚାହିଁଲେ ଭାଙ୍ଗିବାକୁ ପଡ଼ିବ ରେକର୍ଡ
ଶ୍ରୀଲଙ୍କା କରିପାରିବ କି ଅସମ୍ଭବକୁ ସମ୍ଭବ?
ଗଲ୍ ଟେଷ୍ଟରେ ଶ୍ରୀଲଙ୍କା ସାମ୍ନାରେ ରଖିଛି ୩୭୨ ରନର ବିଶାଳ ଟାର୍ଗେଟ୍ ରଖିଛି ଟିମ୍‌ ଇଣ୍ଡିଆ । କିନ୍ତୁ ଯେଉଁ ଭାରତୀୟ ଟିମ୍ ପ୍ରଥମ ଇନିଂସରେ ୪୬୨ ରନର ବଡ଼ ସ୍କୋର କରିଥିଲା, ସେହି ଟିମ୍‌ ଦ୍ବିତୀୟ ଇନିଂସରେ ମାତ୍ର ୧୯୩ ରନ୍‌ କରି ଅଲଆଉଟ ହୋଇଛି । ତେବେ ଗଲ୍ ମାଟିରେ ୩୪୨ ରନର ସଫଳ ଚେଜ୍ ରେକର୍ଡ ଥିବାବେଳେ, ଶ୍ରୀଲଙ୍କା କ’ଣ ଏଥର ସେହି ରେକର୍ଡ ଭାଙ୍ଗି ଇତିହାସ ରଚିପାରିବ ?

ଶ୍ରୀଲଙ୍କାର ଗଲ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଶ୍ରୀଲଙ୍କା ସାମ୍ନାରେ ୩୭୨ ରନର ବଡ଼ ଟାର୍ଗେଟ୍‌ ରଖିଛି ଭାରତ । ପ୍ରଥମ ଇନିଂସରେ ୪୬୨ ରନର ବଡ଼ ସ୍କୋର କରିଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ କିନ୍ତୁ ମାତ୍ର ୧୯୩ ରନରେ ଅଲଆଉଟ୍ ହୋଇଯାଇଛି । ଏବେ ଘରୋଇ ଦଳକୁ ଜିତିବା ପାଇଁ ଚତୁର୍ଥ ଇନିଂସରେ ୩୭୨ ରନ କରିବାକୁ ପଡ଼ିବ ।



ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ୱିକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ସର୍ବାଧିକ ୬୬ ରନର ଇନିଂସ ଖେଳିଥିଲେ । କିନ୍ତୁ ପନ୍ତଙ୍କ ବ୍ୟତୀତ ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ୫୦ ରନ ବି କରିପାରିନଥିଲେ । ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଟିମ୍ ଇଣ୍ଡିଆର ୮ ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ଅସିଥା ଫର୍ନାଣ୍ଡୋ ସର୍ବାଧିକ ୪ଟି ୱିକେଟ୍ ନେଇ ଭାରତର ବ୍ୟାଟିଂ ଲାଇନଅପ୍‌କୁ ଭାଙ୍ଗି ଦେଇଥିଲେ ।

ପ୍ରଥମ ଇନିଂସରେ ଭାରତର ଦମଦାର ବ୍ୟାଟିଂ

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ । ଭାରତ ପ୍ରଥମ ଇନିଂସରେ ୪୬୨ ରନ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଦେବଦତ୍ତ ପଡିକଲ ୧୬୭ ରନର ଦମଦାର ଇନିଂସ ଖେଳିଥିଲେ। ଏହା ବ୍ୟତୀତ କେଏଲ୍ ରାହୁଲ ଏବଂ ଧ୍ରୁବ ଜୁରେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହାର ଜବାବରେ ଶ୍ରୀଲଙ୍କାର ପ୍ରଥମ ଇନିଂସ ୨୮୪ ରନ କରି ଅଲଆଉଟ ହୋଇଥିଲା । ଘରୋଇ ଦଳ ପକ୍ଷରୁ ସୋନାଲ ଦିନୁଷା ୧୦୦ ରନ କରିଥିବା ବେଳେ ନିରୋଶନ ଡିକୱେଲା ୮୦ ରନ କରିଥିଲେ। ଫଳରେ ପ୍ରଥମ ଇନିଂସରେ ଭାରତକୁ ୧୭୮ ରନର ବଡ଼ ଅଗ୍ରଣୀ ମିଳିଥିଲା ।

୩୭୨ ରନର ଲକ୍ଷ୍ୟ, ଶ୍ରୀଲଙ୍କା ପାଇଁ ବଡ଼ ଚ୍ୟାଲେଞ୍ଜ

ପ୍ରଥମ ଇନିଂସର ଅଗ୍ରଣୀ ସହ ଦ୍ୱିତୀୟ ଇନିଂସର ୧୯୩ ରନକୁ ମିଶାଇ ଭାରତ ଶ୍ରୀଲଙ୍କା ସାମ୍ନାରେ ୩୭୨ ରନର ଟାର୍ଗେଟ୍ ରଖିଛି । ତେବେ ଗଲ୍ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ସଫଳ ରନ୍ ଚେଜ୍ ୩୪୨ ରନର ରହିଛି । ୨୦୨୨ରେ ପାକିସ୍ତାନ ଶ୍ରୀଲଙ୍କା ବିପକ୍ଷରେ ଏହି ରେକର୍ଡ କରିଥିଲା ।
ଏବେ ଶ୍ରୀଲଙ୍କା ପାଖରେ ଇତିହାସ ରଚିବାର ସୁଯୋଗ ରହିଛି । ୩୭୨ ରନ ଚେଜ୍ କରିପାରିଲେ କେବଳ ମ୍ୟାଚ୍ ଜିତିବ ନୁହେଁ, ଗଲ୍ ମାଟିରେ ସର୍ବାଧିକ ସଫଳ ଟେଷ୍ଟ ରନ୍ ଚେଜ୍‌ର ନୂଆ ରେକର୍ଡ ମଧ୍ୟ ସୃଷ୍ଟି ହେବ । ତେବେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ ଏହି ରନ୍‌ ଚେଜ୍ କରିପାରିବେ ନା ଭାରତୀୟ ବୋଲର ବାଜି ମାରିବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: