Videos
|
Sports

IND vs SL Test / ୱାଶିଂଟନ ସୁନ୍ଦର ଆହତ, ଏହି ୨ଜଣଙ୍କ ଉପରେ ସସପେନ୍ସ; କିଏ ଯିବ ଶ୍ରୀଲଙ୍କା ?

Debashree Debasmita Sahoo
Browse all articles by Debashree Debasmita Sahoo
·4 hours ago·2 min read
ୱାଶିଂଟନ ସୁନ୍ଦର ଆହତ, ଏହି ୨ଜଣଙ୍କ ଉପରେ ସସପେନ୍ସ; କିଏ ଯିବ ଶ୍ରୀଲଙ୍କା ?
IND vs SL Test Series

Key Points

ଆଉ କିଛି ଦିନ ପରେ ଶ୍ରୀଲଙ୍କା-ଭାରତ ଟେଷ୍ଟ ସିରିଜ
ୱାଶିଂଟନ ସୁନ୍ଦର ଆହତ, ଏହି ୨ଜଣଙ୍କ ଉପରେ ସସପେନ୍ସ
କେଉଁ ଖେଳାଳି ଯିବ ଶ୍ରୀଲଙ୍କା ? ତାହା ଉପରେ ନଜର
ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଏକଦିବସୀୟ ସିରିଜରେ ଶୋଚନୀୟ ପରାଜୟରେ ଘାଇଲା ଟିମ ଇଣ୍ଡିଆ । ଫ୍ୟାନ୍ସ ନାଖୁସ୍ । ଟିମ ମଧ୍ୟ ଟି-୨୦ ଓ ODI ଦୁଇଟି ଯାକ ସିରିଜ ହାରି ନିରାଶ । ଏପଟେ ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ଫିଟନେସ୍ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଦଳକୁ ଚିନ୍ତାରେ ପକାଇଛି । ଆଗାମୀ ମ୍ୟାଚ୍ ଲାଗି ଚୟନକାରୀମାନେ ତାଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛନ୍ତି । ତେବେ ଭାରତର ୨ଜଣ ଖେଳାଳିଙ୍କ ଉପରେ ସସପେନ୍ସ ଅଛି । ଏଥର ମ୍ୟାଚ୍ ଜିତିବାକୁ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମରେ କିଏ ରହିବେ ତାହା ଉପରେ ସମସ୍ତଙ୍କ ନଜର ।

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଏକଦିବସୀୟ ମ୍ୟାଚରେ ୱାଶିଂଟନ ସୁନ୍ଦରଙ୍କ ଡାହାଣ ହାର୍ମଷ୍ଟ୍ରିଙ୍ଗରେ ଆଘତ ଲାଗିଥିଲା, ଫଳରେ ସେ ଫାଇନାଲ ଫାଇଟରୁ ବାଦ୍ ପଡ଼ିଥିଲେ । ଏବେ ସେ ଖୁବଶୀଘ୍ର ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ପହଞ୍ଚିବେ, ଯେଉଁଠି ତାଙ୍କର ଫିଟନେସ ଦେଖାଯିବ । ଡାକ୍ତରୀ ଟିମର ମଞ୍ଜୁରୀ ମିଳିବା ପରେ ସେ ଶ୍ରୀଲଙ୍କା ଗସ୍ତ କରିବେ । ଭାରତୀୟ ଟିମ ଅଗଷ୍ଟ ପ୍ରଥମ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରିବ । ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ ୪ ଦିବସୀୟ ୱାର୍ମ-ଅପ୍ ମ୍ୟାଚ୍ ବି ଖେଳିବ, ଯାହାଦ୍ଵାରା ଖେଳାଳିମାନେ ସେଠାକାର ପାଣିପାଗ ସହିତ ନିଜକୁ ଅଭ୍ୟସ୍ତ କରିପାରିବେ ।

  • ସୁନ୍ଦରଙ୍କ ସ୍ଥାନରେ କିଏ ଯିବେ ଶ୍ରୀଲଙ୍କା ?
ଯଦି ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପର୍ଯ୍ୟନ୍ତ ଫିଟ୍ ହୋଇପାରୁନାହାନ୍ତି, ତେବେ ଚୟନକାରୀମାନେ ସ୍ପିନ ଅଲରାଉଣ୍ଡର ସାରାଂଶ ଜୈନଙ୍କୁ ସୁଯୋଗ ମିଳିପାରେ । ୩୩ ବର୍ଷୀୟ ସାରାଂଶ ନିକଟରେ ଭାରତ-A ପକ୍ଷରୁ ଶ୍ରୀଲଙ୍କା-A ବିପକ୍ଷରେ ଦୁଇଟି ଅନ ଅଫିସିଆଲ ଟେଷ୍ଟ ମ୍ୟାଚର ସିରିଜରେ ଚମତ୍କାର ପ୍ରଦର୍ଶନ କରି ୭ଟି ୱିକେଟ୍ ନେଇଥିଲେ । ଏଥିଲାଗି ତାଙ୍କୁ ସୁଯୋଗ ମିଳିପାରେ ।

  • ଏହି ଦୁଇ ଖେଳାଳିଙ୍କ ଉପରେ ସସପେନ୍ସ
ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ କୌଣସି ଆଧିକାରିକ ସୂଚନା ମିଳିନାହିଁ । ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଏକମାତ୍ର ଟେଷ୍ଟର ଅଂଶ ଥିଲେ । ଅନ୍ୟପଟେ ଟେଷ୍ଟ ଡେବ୍ୟୁରେ ୭ ୱିକେଟ୍ ନେଇ ଜଲୱା ଦେଖାଇଥିବା ମାନବ ସୁଥାର ନିଜର ସ୍ଥାନ ପକ୍କା କରିଛନ୍ତି । ସେପଟେ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଫିଟନେସ ଉପରେ ଏଯାବତ୍ କୌଣସି ଆଧିକାରିକ ସୂଚନା ମିଳିନାହିଁ ।

ପଢନ୍ତୁ ଏହି ଖବର: କୋହଲିଙ୍କ ଗୋଟିଏ ପରାମର୍ଶ ବଦଳାଇଦେଲା PV ସିନ୍ଧୁଙ୍କ ଚିନ୍ତାଧାରା, ଜାପାନ ଓପେନ୍‌ରେ ରଚିଲେ ଇତିହାସ

  • ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ଶ୍ରୀଲଙ୍କା ସିରିଜ୍
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୧୫ ଅଗଷ୍ଟରେ ଗଲ୍ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ, ଯେତେବେଳେ କି ଦ୍ଵିତୀୟ ଟେଷ୍ଟ ୨୩ ଅଗଷ୍ଟରେ କଲୋମ୍ବୋର ସିଂହଲିଜ ସ୍ପୋର୍ଟ୍ସ କ୍ଲବ ମୈଦାନରେ ଅନୁଷ୍ଠିତ ହେବ । ଏହି ସିରିଜ ଭାରତୀୟ ଟିମ ଲାଗି ୱାର୍ଲ୍ଡ ଟେଷ୍ଟ ଚାମ୍ପିଆନସିପ୍ (WTC) ୨୦୨୫-୨୭ ଲାଗି ବେଶ ଗୁରୁତ୍ଵପୂର୍ଣ୍ଣ । ଭାରତ ଏବେ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଅଛି । ଟିମ ଏଯାବତ ୯ଟି ଟେଷ୍ଟରୁ ୪ଟି ବିଜୟ ହୋଇଥିବାବେଳେ ୪ଟି ପରାଜୟ ଓ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି । ଶ୍ରୀଲଙ୍କା ଏହି ତାଲିକାରେ ୬ଷ୍ଠ ସ୍ଥାନରେ ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored