Videos
|
Sports

Womens Asia Cup Final / ଏସିଆ କପ୍‌ ଟ୍ରଫି ପାଇଁ ଭାରତ-ଶ୍ରୀଲଙ୍କା ମହାଲଢ଼େଇ, ୨୦୨୪ର ପ୍ରତିଶୋଧ ନେବ ଟିମ୍ ଇଣ୍ଡିଆ !

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଏସିଆ କପ୍‌ ଟ୍ରଫି ପାଇଁ ଭାରତ-ଶ୍ରୀଲଙ୍କା ମହାଲଢ଼େଇ, ୨୦୨୪ର ପ୍ରତିଶୋଧ ନେବ ଟିମ୍ ଇଣ୍ଡିଆ !
Asia Cup Final

Key Points

ଏସିଆ କପ୍ ଟ୍ରଫି ପାଇଁ ମହାଲଢ଼େଇ
ଶ୍ରୀଲଙ୍କା ବିପକ୍ଷରେ ଭାରତର ଅଗ୍ନିପରୀକ୍ଷା
କାହା ହାତରେ ରହିବ ଏସିଆ କପ୍ ଟ୍ରଫି ?

ମହିଳା ଏସିଆ କପ୍‌ରେ ଆଜି ହେବ ହାଇ-ଭୋଲଟେଜ୍ ଫାଇନାଲ୍ । ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା । ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଥିବା ଟିମ୍ ଇଣ୍ଡିଆ ଏବେ ନିଜର ଅଷ୍ଟମ ଏସିଆ କପ୍ ଟାଇଟଲ୍ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।

ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ଲକ୍ଷ୍ୟ ରହିବ ଏସିଆ କପ୍ ଟ୍ରଫି ହାତେଇବା । ଏହା ସହିତ ୨୦୨୪ ଫାଇନାଲ୍‌ରେ ଶ୍ରୀଲଙ୍କା ଠାରୁ ମିଳିଥିବା ପରାଜୟର ବଦଲା ନେବାକୁ ମଧ୍ୟ ଭାରତୀୟ ଦଳ ପାଖରେ ରହିଛି ବଡ଼ ସୁଯୋଗ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳର ପ୍ରଦର୍ଶନ ଜବରଦସ୍ତ ରହିଛି । ଭାରତ ଓ ଶ୍ରୀଲଙ୍କା ଗୋଟିଏ ମଧ୍ୟ ମ୍ୟାଚରେ ପରାଜୟ ବରଣ ନ କରି ଫାଇନାଲରେ ପହଞ୍ଚିଛନ୍ତି । ସେମିଫାଇନାଲ୍‌ରେ ଭାରତ ବାଂଲାଦେଶକୁ ୪୦ ରନ୍‌ରେ ପରାସ୍ତ କରି ଫାଇନାଲ୍ ଟିକେଟ୍ ହାସଲ କରିଥିବା ବେଳେ, ଶ୍ରୀଲଙ୍କା ୪ ୱିକେଟ୍‌ରେ ପାକିସ୍ତାନକୁ ହରାଇ ଟାଇଟଲ୍ ମୁକାବିଲାରେ ନିଜ ସ୍ଥାନ ପକ୍କା କରିଛି ।



ଏବେ ନଜର ପକାଇବା ଭାରତ ଓ ଶ୍ରୀଲଙ୍କାର ଟି-୨୦ ଅନ୍ତର୍ଜାତୀୟ ହେଡ୍-ଟୁ-ହେଡ୍ ରେକର୍ଡ ଉପରେ । ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୩୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୨୫ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଶ୍ରୀଲଙ୍କା ମାତ୍ର ୫ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚ୍‌ର ଫଳାଫଳ ଆସିନାହିଁ ।

ଏସିଆ କପ୍‌ରେ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ଭାରତର ଦବଦବା ରହିଛି । ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୫ଟି ଟି-୨୦ ଏସିଆ କପ୍ ମୁକାବିଲା ହୋଇଛି । ଏଥିରୁ ଭାରତ ୪ଟି ମ୍ୟାଚ୍ ଜିତିଥିବା ବେଳେ ଶ୍ରୀଲଙ୍କା ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଛି ।

ତେବେ ଶ୍ରୀଲଙ୍କାର ସେହି ଗୋଟିଏ ବିଜୟ ହିଁ ଭାରତ ପାଇଁ ଚିନ୍ତାର କାରଣ । ୨୦୨୪ ଏସିଆ କପ୍‌ର ଫାଇନାଲ୍‌ରେ ଶ୍ରୀଲଙ୍କା ଭାରତକୁ ୮ ୱିକେଟ୍‌ରେ ପରାସ୍ତ କରି ଟ୍ରଫି ହାତେଇଥିଲା । ତେଣୁ ଏଥର ଭାରତୀୟ ଦଳ ପାଖରେ ଦୁଇଟି ଲକ୍ଷ୍ୟ—ଗୋଟିଏ ପଟେ ଟ୍ରଫି ଜିତିବା, ଅନ୍ୟପଟେ ୨୦୨୪ର ପରାଜୟର ପ୍ରତିଶୋଧ ନେବା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: