Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IND vs WI Test / ପ୍ରଥମ ଟେଷ୍ଟରେ ଭାରତର ଆକ୍ରମଣାତ୍ମକ ବୋଲିଂ, ୧୬୨ ରନରେ ଓ୍ବେଷ୍ଟଇଣ୍ଡିଜ୍ ଅଲଆଉଟ୍

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ପ୍ରଥମ ଟେଷ୍ଟରେ ଭାରତର ଆକ୍ରମଣାତ୍ମକ ବୋଲିଂ, ୧୬୨ ରନରେ ଓ୍ବେଷ୍ଟଇଣ୍ଡିଜ୍ ଅଲଆଉଟ୍

Key Points

ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ମାତ୍ର ୧୬୨ରେ ଅଲଆଉଟ୍‌ । ମାତ୍ର ୪୪.୧ ଓଭରରେ ଇନିଂସ ଶେଷ । କେହି ବ୍ୟାଟର ୫୦ ଟପିଲେନି  ।

ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚରେ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଓ୍ବେଷ୍ଟଇଣ୍ଡିଜ୍ । କିନ୍ତୁ ଓ୍ବେଷ୍ଟଇଣ୍ଡିଜ୍ ପାଇଁ ଏହି ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହୋଇଥିଲା । ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ସାମ୍ନା କରିପାରିନଥିଲେ ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ । ଯାହାଫଳରେ ପ୍ରଥମ ଇନିଂସରେ ମାତ୍ର ୧୬୨ ରନରେ ଦଳ ଅଲଆଉଟ ହୋଇଥିଲା ।


ସୂଚନା ଅନୁସାରେ, ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ଦଳ । କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ଭୁଲ ସାବ୍ୟସ୍ତ ହୋଇଥିଲା । ମ୍ୟାଚ୍ ଆରମ୍ଭରୁ ହିଁ ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡ଼ିଥିଲେ ଭାରତୀୟ ବୋଲର । ମହମ୍ମଦ ସିରାଜ ଓ ଜଶପ୍ରୀତ ବୁମ୍ରାଙ୍କ ଆକ୍ରମଣାତ୍ମକ ସ୍ପେଲ ଓ୍ବେଷ୍ଟଇଣ୍ଡିଜକୁ ବ୍ୟାକଫୁଟ ପଠାଇ ଦେଇଥିଲେ । ପ୍ରଥମ ଇନିଂସର ପ୍ରଥମ ସେସନରେ ହିଁ ଭ୍ରମଣକାରୀଦଳ ୫ ଓ୍ବିକେଟ ହରାଇ ଥିଲା । ଆଉ ଦ୍ବିତୀୟ ସେସନରେ ବୁମ୍ରା ଓ ଭାରତୀୟ ସ୍ପିନରଙ୍କ ଜାଲରେ ଫସିଥିଲା ଓ୍ବେଷ୍ଟଇଣ୍ଡିଜ୍ ଦଳ । ଶେଷରେ ମାତ୍ର ୧୬୨ ରନ କରି ଦଳ ଅଲଆଉଟ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— BCCI (@BCCI) October 2, 2025


ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ପ୍ରଥମ ଇନିଂସରେ ଜଷ୍ଟିନ୍ ଗ୍ରୀବ୍ସ ସର୍ବାଧିକ ୩୨ ରନ୍ କରିଥିବା ବେଳେ ଅଧିନାୟକ ସାଇ ହୋପ୍ ୨୬ ରନ୍ କରିଥିଲେ । ସେହିପରି ଭାରତ ପକ୍ଷରୁ ମହମ୍ମଦ ସିରାଜ୍ ୪ଟି ଓ୍ବିକେଟ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ୩ଟି, କୁଲଦୀପ ଯାଦବ ୨ଟି ଓ ଓ୍ବାସିଂଟନ୍ ସୁନ୍ଦର ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ।


ଭାରତର ଚୁଡ଼ାନ୍ତ ଏକାଦଶ- ଯଶସ୍ୱୀ ଜୈସ୍ୱାଲ୍‌, କେଏଲ୍‌ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍‌ (ଅଧିନାୟକ), ଧ୍ରୁବ ଜୁରେଲ (ଓ୍ବିକେଟ କିପର), ରବୀନ୍ଦ୍ର ଜାଡେଜା, ଓ୍ୱାସିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଜଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ


ଓ୍ୱେଷ୍ଟଇଣ୍ଡିଜର ଚୁଡ଼ାନ୍ତ ଏକାଦଶ- ତେଜନାରାୟଣ ଚନ୍ଦ୍ରପଲ, ଜନ କାମ୍ପାବେଲ୍‌, ଏଲିକ ଆଥାନେଜ, ବ୍ରେଣ୍ଡନ କିଙ୍ଗ୍, ସାଇ ହୋପ୍, ରୋଷ୍ଟନ ଚେଜ୍‌ (ଅଧିନାୟକ), ଜଷ୍ଟିନ୍‌ ଗ୍ରୀବ୍ସ, ଜୋମେଲ୍‌ ଓ୍ୱାରିକନ୍‌, ଖେରି ପିୟର, ଜୋହାନ ଲେନ୍‌, ଜେଡନ୍‌ ସିଲ୍ସ

Related Topics

Explore more stories

Sponsored
India’s Fierce Bowling Destroys West Indies for 162 in 1st Test | Argus News