IND vs WI Test / ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ, ଟସ୍ ଜିତି ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

Key Points
ଆଜିଠୁ ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ । ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଦୁଇ ଟିମ୍ । ଦ୍ବିତୀୟ ମ୍ୟାଚ୍ ଜିତି ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ଭାରତ ।
ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଗୋଟିଏ ପାଳି ଓ ୧୪୦ ରନ୍ ଜିତିଥିଲା ଟିମ୍ ଇଣ୍ଡିଆ । ଆଉ ଆଜିଠୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟକୁ ଜିତି ସିରିଜ୍ ମୂଳପୋଛ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।
🚨 Toss 🚨#TeamIndia won the toss and elected to bat.
— BCCI (@BCCI) October 10, 2025
Updates ▶ https://t.co/GYLslRzj4G#INDvWI | @IDFCFIRSTBank pic.twitter.com/A3KoVrucmM
ତେବେ ଅହମ୍ମଦାବାଦ ପିଚ୍ ତୁଳନାରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ପିଚ୍ ଭିନ୍ନ ହେବ । କଳା ମାଟି ଆଧାରରେ ନିର୍ମିତ ଏହି ପିଚ୍ ପ୍ରାରମ୍ଭରେ ବ୍ୟାଟ୍ସମ୍ୟାନ୍ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି । ମ୍ୟାଚ୍ ଆଗକୁ ବଢ଼ିବା ସହ ପିଚ୍ ଶୁଷ୍କ ହେବା ସହ ସ୍ପିନରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ।
ଅରୁଣ ଜେଟଲୀ ଷ୍ଟାଡିୟମ ଭାରତ ପାଇଁ ସବୁବେଳେ ସଫଳ ଗ୍ରାଉଣ୍ଡ ସାବ୍ୟସ୍ତ ହୋଇଛି । ଏଠାରେ ଭାରତ ୧୯୮୭ ମସିହା ପରଠୁ କୌଣସି ଟେଷ୍ଟ ମ୍ୟାଚ୍ ହାରିନାହିଁ । ଶେଷ ଥର ପାଇଁ ଏହି ଗ୍ରାଉଣ୍ଡରେ ଭାରତ ଓ୍ବେଷ୍ଟଇଣ୍ଡିଜ୍ ଠାରୁ ଏକ ଟେଷ୍ଟ ମ୍ୟାଚରେ ପରାଜୟ ହୋଇଥିଲା । ସେହିପରି ଓ୍ବେଷ୍ଟଇଣ୍ଡିଜ୍ ଦଳ ଶେଷ ଥର ପାଇ ୧୯୯୭ ମସିହାରେ ଭାରତରେ ଟେଷ୍ଟ ମ୍ୟାଚ୍ ଜିତିଥିଲା ।
📱 Get Argus News App
✨ସେପଟେ ଯଦି ପ୍ରଥମ ଟେଷ୍ଟ କଥା କହିବା ତାହାଲେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ମାତ୍ର ଅଢେଇ ଦିନରେ ହିଁ ମ୍ୟାଚକୁ ନିଜ ନାମରେ କରିଥିଲା । ପ୍ରଥମ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୩ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ୪୪୮/୫ରେ ପାଳି ଘୋଷଣା କରିଥିଲା । ଧ୍ରୁବ ଜୁରେଲ ୧୨୫, ରବୀନ୍ଦ୍ର ଜାଡ଼େଜା ୧୦୪* ଓ କେଏଲ୍ ରାହୁଲ (୧୦୦) ଶତକ ଅର୍ଜନ କରିଥିଲା । ତେବେ ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ମାତ୍ର ୧୬୨ ରନ୍ରେ ଅଲଆଉଟ ହୋଇଥିବାବେଳେ ଦ୍ବିତୀୟ ଇନିଂସରେ ୧୪୬ ରନ କରି ଅଲଆଉଟ ହୋଇଥିଲା । ଯାହାଫଳରେ ଭାରତ ପ୍ରଥମ ଟେଷ୍ଟକୁ ଗୋଟିଏ ଇନିଂସ ଓ ୧୪୦ ରନରେ ବିଜୟଲାଭ କରିଥିଲା ।
ଭାରତୀୟ ବ୍ୟାଟର୍ ଓ ବୋଲର ଯେଉଁପରି ଭାବେ ପ୍ରଥମ ମ୍ୟାଚ୍ରେ ପ୍ରଦର୍ଶନ ଦେଇଥିଲେ ସେପରି ଦ୍ବିତୀୟରେ ଦୋହରାରିଲେ ଭାରତ ଶୃଙ୍ଖଳା ମୂଳପୋଛ କରିବା ଅତି ସହଜ ହେବ। ଏଥିସହ ଭାରତ ୬୧.୯ ପଏଣ୍ଟ୍ ସହ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ୍ର ତୃତୀୟକୁ ଉଠିଯିବ ।
ବ୍ୟକ୍ତିଗତ ଭାବେ ଏହି ମ୍ୟାଚ୍ରେ ଜାଡ଼େଜାଙ୍କ ପାଇଁ ୪୦୦୦ ଟେଷ୍ଟ୍ ରନ୍ କରିବାର ସୁଯୋଗ ରହିବ। ସେ ଏହି ମାଇଲ୍ଖୁଣ୍ଟଠାରୁ ମାତ୍ର ୧୦ ରନ୍ ଦୂରରେ ରହିଛନ୍ତି। ସେ ଏହା କରିପାରିଲେ ଇଆନ ବୋଥାମ, କପିଳ ଦେବ ଓ ଡାନିଏଲ୍ ଭିଟୋରିଙ୍କ ଯୁଗଳ ସଫଳତା ୪୦୦୦ ରନ୍ ଓ ୩୦୦ ୱିକେଟ୍ କ୍ଲବ୍ରେ ସାମିଲ ହେବେ।
ଭାରତର ଚୁଡ଼ାନ୍ତ ଏକାଦଶ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ୍ (ଅଧିନାୟକ), ଧ୍ରୁବ ଜୁରେଲ (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ନୀତୀଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ
ଓ୍ବେଷ୍ଟଇଣ୍ଡିଜ୍ର ଚୁଡ଼ାନ୍ତ ଏକାଦଶ: ଜନ୍ କ୍ୟାମ୍ପବେଲ୍, ତେଜନାରାୟଣ ଚନ୍ଦରପଲ, ଆଲିକ୍ ଆଥାନାଜେ, ସାଇ ହୋପ୍, ରୋଷ୍ଟନ୍ ଚେଜ୍ (କ୍ୟାପ୍ଟର), ଟେଭିନ୍ ଇମଲାଚ୍ (ଡବ୍ଲୁ), ଜଷ୍ଟିନ୍ ଗ୍ରିଭସ୍, ଜୋମେଲ୍ ୱାରିକାନ୍, ଖାରି ପିଏରେ, ଆଣ୍ଡରସନ୍ ଫିଲିପ୍, ଜୟଡେନ୍ ସିଲ୍ସ
Related Topics
Explore more stories