Cricket News / ଭାରତ ହାତଛଡ଼ା କଲା ୩ କ୍ୟାଚ୍; ୱେଷ୍ଟଇଣ୍ଡିଜ୍କୁ ହରାଇ ପାରିବ ତ ସୂର୍ଯ୍ୟ ସେନା ?
·4 months ago·2 min read

Key Points
ଇଡେନ୍ ଗାର୍ଡେନ୍ରେ ଦୁଇ ଦଳ ମୁହାଁମୁହିଁ ହୋଇଥିବା ବେଳେ ଭାରତକୁ ୱେଷ୍ଟଇଣ୍ଡିଜ୍ ଦେଇଛି ୧୯୬ ରନ୍ର ବିଜୟ ଲକ୍ଷ୍ୟ । ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ।
କୋଲକାତା: ସୁପର୍ ୮ର ଅନ୍ତିମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଓ ଭାରତ ମୁହାଁମୁହିଁ ହୋଇଛନ୍ତି । ଇଡେନ୍ ଗାର୍ଡେନ୍ରେ ଦୁଇ ଦଳ ମୁହାଁମୁହିଁ ହୋଇଥିବା ବେଳେ ଭାରତକୁ ୱେଷ୍ଟଇଣ୍ଡିଜ୍ ଦେଇଛି ୧୯୬ ରନ୍ର ବିଜୟ ଲକ୍ଷ୍ୟ । ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ କରିଛି । ଦଳ ପକ୍ଷରୁ ରୋଷ୍ଟନ ଚେଜ୍ ସର୍ବାଧିକ ୪୦ ରନ୍ କରିଥିବା ବେଳେ ଜାସନ ହୋଲ୍ଡର ୩୭ ରନ୍, ରୋଭମାନ ପାୱେଲ୍ ୩୪, ଅଧିନାୟକ ଶାଇ ହୋପେ ୩୨ ରନ୍, ଶିମ୍ରନ ହେଟମୈୟର ଓ ଶେର୍ଫାନେ ରୁଥେଫୋର୍ଡ ୧୪ ରନ୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଇଡେନ ଗାର୍ଡେନରେ ଗୋଟିଏ ବି ଟି-୨୦ ବିଶ୍ଵକପ୍ ମ୍ୟାଚ୍ ହାରିନି WI; ଆଜି କିଏ କରିବ ରେକର୍ଡ
ସେହିଭଳି ଭାରତ ପକ୍ଷରୁ ଜଶପ୍ରୀତ ବୁମ୍ରା ୨ଟି ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ବଋଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ହାତେଇଛନ୍ତି । ୱେଷ୍ଟଇଣ୍ଡିଜ୍ର ଆରମ୍ଭ ବେଶ୍ ଭଲ ରହିଥିଲା । ୮.୫ ଓଭର୍ରେ ଦଳୀୟ ସ୍କୋର ୬୮ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଅଧିନାୟକ ଶାଇ ହୋପେ ।
ଏହାପରେ ୧୧.୩ ଓଭରରେ ଦଳୀୟ ସ୍କୋର ୧୦୨ ରନ୍ରେ ଶିମ୍ରନ ହେଟମୈୟର, ଏହା ପରେ ରୋଷ୍ଟନ ଏବଂ ୧୪.୧ ଓଭର୍ରେ ଦଳୀୟ ସ୍କୋର ୧୧୯ ରନ୍ ହୋଇଥିବା ବେଳେ ଶେର୍ଫାନେ ଆଉଟ୍ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: କୋଲକାତାରେ କର ବା ମର ମ୍ୟାଚ୍, ଜାଣନ୍ତୁ କେମିତି ରହିବ ଟିମ୍ ଇଣ୍ଡିଆର ପ୍ଲେଇଂ ୧୧ ?
ଭାରତ ପକ୍ଷରୁ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଓପନିଂ ବ୍ୟାଟିଂ କରୁଛନ୍ତି । ୨.୪ ଓଭର୍ ସୁଦ୍ଧା ଭାରତ ୨୮ ରନ୍ ସ୍କୋର୍ କରିଛି । ଯେଉଁଥିରେ ସଞ୍ଜୁ ସାମସନ ୨ଟି ଛକା ଓ ଗୋଟିଏ ଚଉକା ସହାୟତାରେ ୬ ବଲ୍ରେ ୧୭ ରନ୍ ସ୍କୋର୍ କରିଛନ୍ତି । ସେହିଭଳି ଅଭିଷେକ ଶର୍ମା ୧୦ ବଲ୍ରେ ୨ଟି ଚଉକା ସହାୟତାରେ ୧୦ ରନ୍ କରି ବ୍ୟାଟିଂ କରୁଛନ୍ତି ।
ଭାରତର ଫିଲ୍ଡିଂ ବେଳେ ଖେଳାଳି ୩ଟି କ୍ୟାଚ୍ ହାତଛଡ଼ା କରିଥିଲେ । ଅଭିଷେକ ଶର୍ମା ୨ଟି ଓ ତିଲକ ବର୍ମା ଗୋଟିଏ କ୍ୟାଚ୍ ମିସ୍ କରିବା ୱେଷ୍ଟଇଣ୍ଡିଜ୍ର ବ୍ୟାଟିଂକୁ ବଳ ଦେବା ସହ ରନ୍ ବୃଦ୍ଧି କରିବାରେ ଏକ ପ୍ରକାର ସହାୟକ ହୋଇଛି । ଆଜିର ମ୍ୟାଚ୍ ଯେଉଁ ଦଳ ଜିତିବ ସେ ସେମି ଫାଇନାଲ୍କୁ ଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories