Videos
|
Sports

Team India Selection / ତୃତୀୟ T20Iରେ ବି ଖେଳିବେନି ବୈଭବ ସୂର୍ଯ୍ୟବଂଶୀ ! ବେଞ୍ଚରେ ବସିପାରନ୍ତି ଏହି ୪ ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ତୃତୀୟ T20Iରେ ବି ଖେଳିବେନି ବୈଭବ ସୂର୍ଯ୍ୟବଂଶୀ ! ବେଞ୍ଚରେ ବସିପାରନ୍ତି ଏହି ୪ ଖେଳାଳି
Team India Selection

Key Points

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ଝଟକା
ତୃତୀୟ T20Iରୁ ବି ହୋଇପାରନ୍ତି ବାଦ୍
ଏହି ୪ ଖେଳାଳି ବସିବେ ବେଞ୍ଚରେ ?
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ T20I ମ୍ୟାଚ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍‌କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଶେଷ କରି ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଏପର୍ଯ୍ୟନ୍ତ ଖେଳିବାର ସୁଯୋଗ ମିଳିନଥିବାରୁ ତାଙ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ତୃତୀୟ T20Iରେ ମଧ୍ୟ ବୈଭବଙ୍କୁ ସୁଯୋଗ ମିଳିନପାରେ । ବୈଭବଙ୍କ ସହ ଆଉ ୩ ଜଣ ଖେଳାଳିଙ୍କୁ ମଧ୍ୟ ବେଞ୍ଚରେ ବସିବାକୁ ପଡ଼ିପାରେ ।

ଦ୍ୱିତୀୟ T20I ମ୍ୟାଚ୍‌ରେ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ ଦମ୍‌ଦାର ପ୍ରଦର୍ଶନ କରିଥିଲେ । ସେ ମାତ୍ର ୪୧ଟି ବଲ୍‌ରୁ ୮୨ ରନ୍‌ର ଆକର୍ଷଣୀୟ ଇନିଂସ ଖେଳି ଦଳକୁ ବଡ଼ ସ୍କୋର କରିବାରେ ସହାୟତା କରିଥିଲେ ।

ଏହା ପୂର୍ବରୁ ସଞ୍ଜୁ ଖରାପ ଫର୍ମ ଦେଇ ଗତି କରୁଥିଲେ । ତେଣୁ ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ଥିଲା । କିନ୍ତୁ ତାଙ୍କ ଜବରଦସ୍ତ ପାଳି ପରେ ତୃତୀୟ ମ୍ୟାଚ୍‌ରେ ତାଙ୍କୁ ବାଦ୍ ଦେବାର ସମ୍ଭାବନା କମ୍ ରହିଛି। ଏହି କାରଣରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସୁଯୋଗ ମିଳିବା କଷ୍ଟକର ହୋଇପଡ଼ିଛି ।

ରବି ବିଷ୍ଣୋଇଙ୍କୁ ମଧ୍ୟ ବସିବାକୁ ପଡ଼ିପାରେ

ଭାରତର ଷ୍ଟାର୍ ସ୍ପିନର କୁଲଦୀପ ଯାଦବ ଗତ ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି । ବରୁଣ ଚକ୍ରବର୍ତ୍ତୀଙ୍କ ଅନୁପସ୍ଥିତିରେ କୁଲଦୀପ ଦଳର ପ୍ରମୁଖ ସ୍ପିନର ଭାବେ ନିଜ ଦାୟିତ୍ୱ ତୁଲାଉଛନ୍ତି । ଏଭଳି ସ୍ଥିତିରେ ରବି ବିଷ୍ଣୋଇଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର ହୋଇପାରେ । ତେଣୁ ତୃତୀୟ T20Iରେ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରିନ୍ସ ଯାଦବଙ୍କୁ ମିଳିବ କି ସୁଯୋଗ ?

ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ଟିମ୍ ମ୍ୟାନେଜମେଣ୍ଟ ପ୍ରିନ୍ସ ଯାଦବଙ୍କ ତୁଳନାରେ ଆଗୁଆ ସୁଯୋଗ ଦେଇଛି । ଗତ ଦୁଇଟି ମ୍ୟାଚ୍‌ରେ ମୟଙ୍କ ନିଜ ପ୍ରଦର୍ଶନରେ ନିରାଶ କରିନାହାନ୍ତି । ତେଣୁ ତୃତୀୟ ମ୍ୟାଚ୍‌ରେ ମଧ୍ୟ ତାଙ୍କୁ ଦଳରେ ରଖାଯାଇପାରେ ।

ନମନ ଧୀରଙ୍କ ସ୍ଥାନରେ ଖେଳିପାରନ୍ତି ନୀତୀଶ କୁମାର ରେଡ୍ଡୀ

ନମନ ଧୀରଙ୍କୁ ଗତ ଦୁଇଟି ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିଥିଲା ଏବଂ ସେ ନିରାଶ କରିନାହାନ୍ତି। ତଥାପି ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ର ଛୋଟ ବାଉଣ୍ଡାରୀ ଓ ବ୍ୟାଟ୍ସମ୍ୟାନ୍‌ଙ୍କୁ ସହାୟତା କରୁଥିବା ପିଚ୍‌କୁ ଦୃଷ୍ଟିରେ ରଖି ଦଳରେ ପରିବର୍ତ୍ତନ ହୋଇପାରେ । ଏଭଳି ପରିସ୍ଥିତିରେ ନମନ ଧୀରଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ। ତେବେ ଏହା ଟିମ୍ ମ୍ୟାନେଜମେଣ୍ଟର ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ନିର୍ଭର କରିବ ।

ତୃତୀୟ T20I ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମୟଙ୍କ ଯାଦବ
Vaibhav Sooryavanshi May Miss Third India Vs West Indies T20I | Argus News Odia