Videos
|
Sports

Shreyas Iyer Flop Captain / ଅଧିନାୟକ ଭାବେ ପୂରା ଫ୍ଲପ୍ ଶ୍ରେୟସ ଆୟର, ୪ଟି ମ୍ୟାଚ୍‌ରୁ ଗୋଟିଏରେ ବି ଜିତିପାରିଲାନି ଦଳ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଅଧିନାୟକ ଭାବେ ପୂରା ଫ୍ଲପ୍ ଶ୍ରେୟସ ଆୟର, ୪ଟି ମ୍ୟାଚ୍‌ରୁ ଗୋଟିଏରେ ବି ଜିତିପାରିଲାନି ଦଳ
Shreyas Iyer

Key Points

ଶ୍ରେୟସ ଆୟରଙ୍କ ନାମରେ ଲଜ୍ଜାଜନକ ରେକର୍ଡ
ଅଧିନାୟକ ଭାବେ ୪ ମ୍ୟାଚ୍‌, ୦ ବିଜୟ
ଶନିବାର ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ୧୯୦ ରନ୍‌ କରି ମଧ୍ୟ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ସବୁଠୁ ବଡ଼ କଥା ହେଉଛି ଅଧିନାୟକ ଭାବେ ପୂରା ଫ୍ଲପ୍‌ ହୋଇଛନ୍ତି ଶ୍ରେୟସ ଆୟର । ସେ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚରେ ଦଳର ଅଧିନାୟକତ୍ୱ କରିଛନ୍ତି, କିନ୍ତୁ ଦଳ ଗୋଟିଏ ବି ମ୍ୟାଚ୍‌ ଜିତିନାହିଁ । ଆୟରଙ୍କ ଅଧିନାୟକତ୍ବରେ ଦଳ ଆର୍ୟଲାଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ୍‌ ଖେଳିଥିଲା ଏବଂ ଉଭୟ ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା । ସେହିପରି ଇଂଲଣ୍ଡ ବିପକ୍ଷରେ ମଧ୍ୟ ଦୁଇଟି ମ୍ୟାଚ୍‌ରେ ବିଜୟର ସ୍ବାଦ ଚାଖି ପାରିନି ଭାରତ । ଦ୍ୱିତୀୟ ଟି-୨୦ରେ ପରାଜୟ ସହିତ ଅଧିନାୟକ ଶ୍ରେୟସ ଆୟର ଏକ ଲଜ୍ଜାଜନକ ରେକର୍ଡ ସ୍ଥାପନ କରିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୧୯୧ ରନର ଟାର୍ଗେଟ୍ ରଖିଥିଲା । ଜବାବରେ ଇଂଲଣ୍ଡ ଆରମ୍ଭରୁ ଟିକେ ସଂଘର୍ଷ କରିଥିଲା, କିନ୍ତୁ ହାତରେ ୪ ୱିକେଟ୍ ଥାଇ ୧୯ ଓଭରରେ ସଫଳତାର ସହ ଲକ୍ଷ୍ୟ ହାସଲ କରିଥିଲା ।

ଅଧିକ ପଢ଼ନ୍ତୁ: ଭାବୁକ ହେଲେ ବୈଭବ ସୂର୍ଯ୍ୟବଂଶୀ, ଡେବ୍ୟୁ ପରେ ଲେଖିଲେ ଏମିତି ପୋଷ୍ଟ


ଶ୍ରେୟସ ଆୟର ଚାରିଟି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି ଏବଂ ଗୋଟିଏ ବି ଜିତି ନାହାଁନ୍ତି । ୧୨ ଜଣ ଖେଳାଳି ତିନି କିମ୍ବା ତା'ଠାରୁ ଅଧିକ ମ୍ୟାଚ୍‌ରେ ଭାରତର ଅଧିନାୟକତ୍ବ କରିଛନ୍ତି । ସେମାନଙ୍କ ମଧ୍ୟରୁ ଶ୍ରେୟସ ଏକମାତ୍ର ଖେଳାଳି ଯିଏ ତାଙ୍କ ପ୍ରଥମ ଚାରୋଟି ମ୍ୟାଚରେ ଗୋଟିଏ ବି ଜିତି ନାହାଁନ୍ତି ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି । ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍ ଜିତିଥିଲା, ଯେତେବେଳେ ପ୍ରଥମଟି ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଇଂଲଣ୍ଡ ସିରିଜରେ ୧-୦ରେ ଆଗୁଆ ଅଛି ।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଏବେ ତିନୋଟି ମ୍ୟାଚ୍ ବାକି ଅଛି । ଯଦି ଭାରତୀୟ ଦଳ ସିରିଜ ଜିତିବାକୁ ଚାହେଁ, ତେବେ ସେମାନଙ୍କୁ ସମସ୍ତ ତିନୋଟି ମ୍ୟାଚ୍ ଜିତିବାକୁ ପଡିବ । ଯଦି ଇଂଲଣ୍ଡ ଗୋଟିଏ ମ୍ୟାଚ୍ ଜିତିଥାଏ, ତେବେ ସିରିଜ ଡ୍ର' ରହିବ । ତେଣୁ ଅଧିନାୟକ ଶ୍ରେୟସ ଆୟର ଆଗାମୀ ତିନୋଟି ମ୍ୟାଚ୍‌ ଜିତି ସିରିଜ୍‌ ଜିତିବାକୁ ଚେଷ୍ଟା କରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shreyas Iyer Flops as Captain, India Lose 2nd T20I | Argus News