Videos
|
Sports

Commonwealth Games 2026 / ଭାରତର ପଦକ ବର୍ଷା; ଗୋଟିଏ ଦିନରେ ୧୬ ମେଡାଲ୍, ୭ ବକ୍ସର ଜିତିଲେ ସ୍ୱର୍ଣ୍ଣ ପଦକ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଭାରତର ପଦକ ବର୍ଷା; ଗୋଟିଏ ଦିନରେ ୧୬ ମେଡାଲ୍, ୭ ବକ୍ସର ଜିତିଲେ ସ୍ୱର୍ଣ୍ଣ ପଦକ
Commonwealth Games 2026

Key Points

ଭାରତର ପଦକ ବର୍ଷା
ଗୋଟିଏ ଦିନରେ ୧୬ ମେଡାଲ୍
୮ ସ୍ୱର୍ଣ୍ଣ ସହ ରଚିଲା ଇତିହାସ

ଗୋଟିଏ ଦିନ... ଆଉ ଭାରତର ପଦକ ବର୍ଷା । ଗ୍ଲାସଗୋ କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମାନେ ରଚିଛନ୍ତି ଇତିହାସ । ବିଶେଷ କରି ବକ୍ସିଂ ରିଙ୍ଗରେ ଭାରତୀୟ ବୀରମାନେ ଦେଖାଇଛନ୍ତି ଅସାଧାରଣ ପରାକ୍ରମ । ଗୋଟିଏ ଦିନରେ ୮ଟି ସ୍ୱର୍ଣ୍ଣ ସହ ମୋଟ ୧୬ଟି ପଦକ ଜିତିଛି ଭାରତ । ଯାହା କମନୱେଲ୍ଥ ଇତିହାସରେ ଭାରତର ଏକ ସ୍ମରଣୀୟ ସଫଳତା। ତେବେ କେଉଁ କେଉଁ ଖେଳାଳି ଦେଶ ପାଇଁ ଆଣିଲେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜର ଗୌରବ ? ଆସନ୍ତୁ ଜାଣିବା...

ଶନିବାରର ଦିନ ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ ଥିଲା । ଦିନର ଆରମ୍ଭ ହୋଇଥିଲା ବକ୍ସର ପ୍ରୀତି ପାୱାରଙ୍କ ସ୍ୱର୍ଣ୍ଣ ପଦକରୁ । ସେ ମହିଳା ୫୪ କିଲୋଗ୍ରାମ ବର୍ଗରେ ଚାମ୍ପିୟନ ହୋଇ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିଲେ । ଏହା ପରେ ଭାରତୀୟ ବକ୍ସରମାନେ ଲଗାତାର ପଦକ ଜିତି ଇତିହାସ ରଚିଥିଲେ ।

ଗୋଟିଏ ଦିନରେ ଭାରତ ପାଇଁ ଏତେ ସଂଖ୍ୟକ ପଦକ ଜିତିବା କମନୱେଲ୍ଥ ଗେମ୍ସରେ ଏକ ନୂଆ ରେକର୍ଡ । ମୋଟ ୭ ଜଣ ଭାରତୀୟ ବକ୍ସର ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ସେଥିରେ ୫ ଜଣ ମହିଳା ବକ୍ସର ରହିଛନ୍ତି । ପୁରୁଷ ବର୍ଗରେ ସଚିନ ସିୱାଚ ଏବଂ ଅଙ୍କୁଶ ପଂଘାଲ ସ୍ୱର୍ଣ୍ଣ ଜିତି ଦେଶର ଗୌରବ ବଢ଼ାଇଛନ୍ତି ।

ଶନିବାର ଭାରତ ପାଇଁ ସ୍ୱର୍ଣ୍ଣ ପଦକ ବିଜେତା:

ପ୍ରୀତି ପାୱାର – ବକ୍ସିଂ, ମହିଳା ୫୪ କିଲୋଗ୍ରାମ ବର୍ଗ
ଜାସ୍ମିନ ଲାମ୍ବୋରିଆ – ବକ୍ସିଂ, ମହିଳା ୫୭ କିଲୋଗ୍ରାମ ବର୍ଗ
ସୋମନ ରାଣା – ପାରା ଆଥଲେଟିକ୍ସ, ପୁରୁଷ ଶଟ୍ ପୁଟ୍ F57
ସାକ୍ଷୀ ଚୌଧୁରୀ – ବକ୍ସିଂ, ମହିଳା ୫୧ କିଲୋଗ୍ରାମ ବର୍ଗ
ପ୍ରିୟା ଘଂଘାସ – ବକ୍ସିଂ, ମହିଳା ୬୦ କିଲୋଗ୍ରାମ ବର୍ଗ
ଅରୁନ୍ଧତୀ ଚୌଧୁରୀ – ବକ୍ସିଂ, ମହିଳା ୭୦ କିଲୋଗ୍ରାମ ବର୍ଗ
ସଚିନ ସିୱାଚ – ବକ୍ସିଂ, ପୁରୁଷ ୬୦ କିଲୋଗ୍ରାମ ବର୍ଗ
ଅଙ୍କୁଶ ପଂଘାଲ – ବକ୍ସିଂ, ପୁରୁଷ ୮୦ କିଲୋଗ୍ରାମ ବର୍ଗ
ପାରା ଆଥଲେଟିକ୍ସରେ ସୋମନ ରାଣା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ଶୁଭମ ଜୁୟାଲ ସେହି ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ।

ଶନିବାର ରୌପ୍ୟ ପଦକ ବିଜେତା:

ପ୍ରବୀଣ ଚିତ୍ରଭେଲ – ଆଥଲେଟିକ୍ସ, ପୁରୁଷ ଟ୍ରିପଲ୍ ଜମ୍ପ
ଜଦୁମଣି ସିଂହ – ବକ୍ସିଂ, ପୁରୁଷ ୫୫ କିଲୋଗ୍ରାମ ବର୍ଗ
ଶୁଭମ ଜୁୟାଲ – ପାରା ଆଥଲେଟିକ୍ସ, ପୁରୁଷ ଶଟ୍ ପୁଟ୍ F57
ଲଭଲିନା ବୋର୍ଗୋହେନ – ବକ୍ସିଂ, ମହିଳା ୭୫ କିଲୋଗ୍ରାମ ବର୍ଗ
ନରେନ୍ଦ୍ର ବେରୱାଲ – ବକ୍ସିଂ, ପୁରୁଷ ୯୦+ କିଲୋଗ୍ରାମ ବର୍ଗ

ଶନିବାର ବ୍ରୋଞ୍ଜ ପଦକ ବିଜେତା:

ସେଲ୍ଭା ପ୍ରଭୁ – ଆଥଲେଟିକ୍ସ, ପୁରୁଷ ଟ୍ରିପଲ୍ ଜମ୍ପ
ଉନ୍ନତି ଶର୍ମା – ଜୁଡୋ, ମହିଳା ୬୩ କିଲୋଗ୍ରାମ ବର୍ଗ
ଗୁଲବୀର ସିଂହ – ଆଥଲେଟିକ୍ସ, ପୁରୁଷ ୫୦୦୦ ମିଟର ଦୌଡ଼

ଏହି ଐତିହାସିକ ପ୍ରଦର୍ଶନ ସହ ଭାରତୀୟ ଖେଳାଳିମାନେ ପୁଣି ଥରେ ବିଶ୍ୱ ମଞ୍ଚରେ ନିଜ ଶକ୍ତି ପ୍ରମାଣ କରିଛନ୍ତି । ବିଶେଷ କରି ବକ୍ସିଂରେ ମିଳିଥିବା ଏହି ସଫଳତା ଭାରତୀୟ କ୍ରୀଡ଼ା ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: