Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India playing XI today / ଟସ୍‌ ଜିତି ବୋଲିଂ କରିବ ଭାରତ, ସୁନ୍ଦରଙ୍କ ସ୍ଥାନରେ ଦଳକୁ ଆସିଲେ ତିଲକ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଟସ୍‌ ଜିତି ବୋଲିଂ କରିବ ଭାରତ, ସୁନ୍ଦରଙ୍କ ସ୍ଥାନରେ ଦଳକୁ ଆସିଲେ ତିଲକ
Ind vs SA

Key Points

ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍‌ ନିର୍ଣ୍ଣାୟକ ମୁକାବିଲା
ଟସ୍‌ ଜିତି ଫିଲ୍ଡିଂ କରିବାକୁ ଭାରତର ନିଷ୍ପତ୍ତି
ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ
ବିଶାଖାପାଟଣାରେ ଆଜି ଖେଳାଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଏହି ସିରିଜ୍‌ ନିର୍ଣ୍ଣାୟକ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଓ୍ବାସିଂଟନ୍‌ ସୁନ୍ଦରଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ସୁଯୋଗ ମିଳିଛି । ସେହିପରି ଦକ୍ଷିଣ ଆଫ୍ରିକା ଏକାଦଶରେ ୨ଟି ପରିବର୍ତ୍ତନ ହୋଇଛି । ବାର୍ଟମାନ ଓ ରିଅନ ରିକଲଟନ୍‌ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି ।
ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ରାଞ୍ଚିରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ଦମଦାର ବିଜୟ ହସଲ କରିଥିଲା । ସେହିପରି ଦ୍ବିତୀୟ ମ୍ୟାଚ୍‌ ରାୟପୁରରେ ଖେଳାଯାଇଥିଲା । ସେହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା । ଯାହାଫଳରେ ସିରିଜ୍‌ ୧-୧ରେ ବରାବର ହୋଇଛି । ଆଉ ବିଶାଖାପାଟଣା ବାଜି ଯିଏ ଜିତିବ ସେ ସିରିଜ୍‌କୁ ୨-୧ରେ ନିଜ ନାଁରେ କରିବ ।

ଏହି ODI ସିରିଜ୍‌ରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । କିନ୍ତୁ ଭାରତର ଯୁବ ଖେଳାଳିମାନଙ୍କ ଉପରେ ମଧ୍ୟ ଚାପ ରହିବ । କାରଣ ଟିମ୍ ଇଣ୍ଡିଆ ଏକ ଅପମାନଜନକ ସିରିଜ ପରାଜୟକୁ ଏଡାଇବାକୁ ଚେଷ୍ଟା କରିବ । ଯଦି ଭାରତ ରାୟପୁରରେ ହୋଇଥିବା ଖରାପ ପ୍ରଦର୍ଶନକୁ ପୁନରାବୃତ୍ତି କରେ, ତେବେ ଦକ୍ଷିଣ ଆଫ୍ରିକା ୨-୧ରେ ODI ସିରିଜ ଜିତିବ । ପୂର୍ବରୁ ସେମାନେ ଟେଷ୍ଟ ସିରିଜରେ ଭାରତକୁ ୨-୦ରେ ପରାସ୍ତ କରିଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ଭାରତ ପାଇଁ ଲଗାତାର ଦୁଇଟି ସିରିଜ ହାରିବା ଗ୍ରହଣୀୟ ନୁହେଁ । ବିଶେଷକରି ଯେତେବେଳେ ଡ୍ରେସିଂ ରୁମରେ ବିଭିନ୍ନ ଆଲୋଚନା ଚାଲିଛି । ତେଣୁ ତୃତୀୟ ଦିନିକିଆରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଦାୟିତ୍ୱ ନେବାକୁ ପଡ଼ିବ ।
ଉଭୟ ୫୦ ଓଭର ଫର୍ମାଟରେ ଅସାଧାରଣ ଖେଳାଳି ଏବଂ ଏପରି ପରିସ୍ଥିତିକୁ ମୁକାବିଲା କରିବାରେ ଦକ୍ଷ । ଆଉ ବିଶାଖାପାଟଣାରେ ଦମଦାର ପ୍ରଦର୍ଶନ କରି ସେମାନଙ୍କର ସଫଳତାରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡିବାକୁ ସେମାନେ ଚେଷ୍ଟା କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IND vs SA 3rd ODI: India Opt to Bowl; Tilak Verma Replaces Washington Sundar | Argus News | Argus News