Womens World Cup / ହ୍ୟାଟ୍ରିକ୍ ପରାଜୟରୁ ବିଶ୍ବ ବିଜୟୀ, ଜାଣନ୍ତୁ କେମିତି ଥିଲା ଟିମ୍ ଇଣ୍ଡିଆର ବିଶ୍ବକପ୍ ଯାତ୍ରା
·8 months ago·2 min read

Key Points
ବିଶ୍ବବିଜେତା ଟିମ୍ ଇଣ୍ଡିଆ । ହ୍ୟାଟ୍ରିକ୍ ପରାଜୟରୁ ବିଶ୍ବବିଜୟୀ । ଜାଣନ୍ତୁ କେମିତି ଥିଲା ଟିମ୍ ଇଣ୍ଡିଆର ବିଶ୍ବକପ୍ ଯାତ୍ରା।
୨ ନଭେମ୍ବର ୨୦୨୫ । ନଭି ମୁମ୍ବାଇର DY ପାଟିଲ୍ ଷ୍ଟାଡିୟମ । ମହିଳା କ୍ରିକେଟରେ ନୂଆ ଅଧ୍ୟାୟ । ୫୨ ବର୍ଷ ପରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ପ୍ରଥମ ଥର ପାଇଁ ICC ମହିଳା ODI ବିଶ୍ୱକପ୍ ଟାଇଟଲ୍ ଜିତିଲା ଭାରତ । ଫାଇନାଲ ମ୍ୟାଚ୍ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ପରାସ୍ତ କରି ମହିଳା କ୍ରିକେଟରେ ଏକ ନୂଆ ବିପ୍ଳବ ଆଣିଛି । ତେବେ ଭାରତର ଏହି ବିଶ୍ୱକପ୍ ଯାତ୍ରା ସହଜ ନଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ଭାରତ ସେମିଫାଇନାଲରେ ମଧ୍ୟ ପହଞ୍ଚିବା କଷ୍ଟକର ମନେ ହେଉଥିଲା । କିନ୍ତୁ ଭାରତ ଅସମ୍ଭବକୁ ସମ୍ଭବ କରି ନୂଆ ଇତିହାସ ଲେଖିଛି ।
ମହିଳା ଦିନିକିଆ ବିଶ୍ବକପ୍ରେ ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୩୦ ତାରିଖରେ ତା'ର ଅଭିଯାନ ଆରମ୍ଭ କରିଥିଲା। ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ୍ ଜିତିଥିଲା । ଆଉ ଏହାପରେ ଅକ୍ଟୋବର ୫ରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳିଥିଲା ଟିମ୍ ଇଣ୍ଡିଆ । ଆଉ ସେହି ମ୍ୟାଚ୍ରେ ଭାରତୀୟ ମହିଳା ଦଳ ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା ।
ଏହା ପରେ ଭାରତୀୟ ଦଳ ଲଗାତର ତିନୋଟି ମ୍ୟାଚ୍ରେ ପରାଜୟର ସ୍ବାଦ ଚାଖିଥିଲା । ଅକ୍ଟୋବର ୯ରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୩ ଓ୍ବିକେଟରେ ପରାସ୍ତ ହୋଇଥିଲା । ଏହା ପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ଆଉ ଲଗାତର ୩ଟି ମ୍ୟାଚ୍ରେ ପରାଜୟ ପରେ ଭାରତ ପାଇଁ ସେମିଫାଇନାଲ ପହଞ୍ଚିବା କଷ୍ଟକର ମନେ ହେଉଥିଲା । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କର ବା ମର ମ୍ୟାଚ୍ରେ ଦମଦାର ବିଜୟ ହାସଲ କରି ସେମିଫାଇନଲରେ ନିଜ ସ୍ଥାନ ପକ୍କା କରିଥିଲା ।
ସେମିଫାଇନାଲରେ ସ୍ଥାନ ପକ୍କା କରିବା ପରେ ଆରମ୍ଭ ହୋଇଥିଲା ଅସଲ ଲଢ଼େଇ । ସାମ୍ନାରେ ଥିଲେ ୭ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆ । ଆଉ ସେହି ହାଇଭୋଲଟେଜ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୩୩୯ ରନ୍ର ଟାର୍ଗେଟ ରଖିଥିଲା । ତେବେ ଜେମିମା ରୋଡ୍ରିଗ୍ସ ଅପରାଜିତ ଶତକ ଏବଂ ହରମନଙ୍କ ଧୁଆଁଦାର ଅର୍ଦ୍ଧଶତକ ଯୋଗୁଁ ଭାରତ ଏହି ବିଶାଳ ଟାର୍ଗେଟକୁ ହାସଲ କରିନେଇଥିଲା । ଏହି ବିଜୟ ପରେ ଭାରତର ଫାଇନାଲ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥିଲା ।
ଫାଇନାଲ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୯୯ ରନ୍ର ଲକ୍ଷ୍ୟ ରଖିଥିଲା । ଭାରତ ପକ୍ଷରୁ ଶେଫାଳୀ ବର୍ମା ଓ ଦିପ୍ତୀ ଶର୍ମା ଅର୍ଦ୍ଦଶତକ ହାସଲ କରିଥିଲେ । ତେବେ ୨୯୯ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ମାତ୍ର ୨୪୬ ରନ୍ରେ ଅଲଆଉଟ୍ ହୋଇଥିଲା । ଯାହଫଳରେ ଭାରତ ୫୨ ରନ୍ରେ ବିଜୟ ଲାଭ କରି ବିଶ୍ବକପ୍ ଟାଇଟଲ୍ ନିଜ ନାମରେ କରିଥିଲା ।

📽️ Raw Reactions
— BCCI Women (@BCCIWomen) November 3, 2025
Pure Emotions ❤️
The moment when #WomenInBlue created history by winning the #CWC25 Final 🥳#TeamIndia pic.twitter.com/5jV4xaeilD
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories