Videos
|
Sports

Pratika Rawal Wheelchair Entry / ବିଶ୍ବକପ୍ ଜିତିଲା ଭାରତ, ହ୍ବିଲ୍ ଚେୟାରରେ ପଡ଼ିଆକୁ ଆସିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍

Santosh Kumar Sahoo
Browse all articles by Santosh Kumar Sahoo
·10 months ago·3 min read
ବିଶ୍ବକପ୍ ଜିତିଲା ଭାରତ, ହ୍ବିଲ୍ ଚେୟାରରେ ପଡ଼ିଆକୁ ଆସିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍

Key Points

ବିଶ୍ବବିଜୟୀ ହେଲା ଟିମ୍ ଇଣ୍ଡିଆ । ହ୍ବିଲଚେୟାରରେ ଆସିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ । ବିଜୟ ଉତ୍ସବରେ ହେଲେ ସାମିଲ ।
ଇତିହାସ ରଚିଲେ ଭାରତୀୟ ନାରୀ । ୫୨ ବର୍ଷ ପରେ ଜିତିଲେ ବିଶ୍ବକପ୍‌ ଟ୍ରଫି । ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ଟାଇଟଲ୍ ଜିତିଛି ଟିମ୍ ଇଣ୍ଡିଆ । ନଭି ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତ କରିଛି । ତେବେ ବିଶ୍ବ ବିଜୟୀ ହେବା ପରେ ସାରା ଦେଶରେ ଖୁସିର ମାହୋଲ ଚାଲିଥିବା ବେଳେ ଷ୍ଟାଡିୟମରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା କ୍ରିକେଟ୍‌ ପ୍ରେମୀଙ୍କୁ ଏତେ ଖୁସି ଭିତରେ ଟିକେ ନିରାଶା ଦେଇଥିଲା । ଭାରତର ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ପ୍ରତୀକା ରାଓ୍ବଲ ହ୍ବିଲଚେୟାରରେ ପଡ଼ିଆ ମଧ୍ୟକୁ ଆସିଥିଲେ ଏବଂ ଦଳ ସହିତ ବିଜୟ ଉତ୍ସବ ପାଳନ କରିଥିଲେ ।

ପ୍ରତୀକା ରାୱଲ ଭାରତୀୟ ଦଳର ବିଶ୍ୱକପ୍ ଦଳ ପାଇଁ ପ୍ରଥମ ପସନ୍ଦ ଥିଲେ । ତାଙ୍କୁ ଓପନିଂ ବ୍ୟାଟସମ୍ୟାନ୍ ଭାବରେ ସାମିଲ କରାଯାଇଥିଲା । ସେ ସ୍ମୃତି ମନ୍ଧନାଙ୍କ ସହ ଦମଦାର ଓପନିଂ ପାର୍ଟନରସିପ୍‌ କରୁଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଶେଷ ଲିଗ୍‌ ମ୍ୟାଚ୍‌ରେ ସେ ଗୁରୁତର ଭାବେ ଆହାତ ହୋଇଥିଲେ । ଯାହାଫଳରେ ସେ ବିଶ୍ବକପ୍‌ର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ରୁ ବାଦ୍ ପଡ଼ିଥିଲେ । ପ୍ରତୀକା ଏହି ବିଶ୍ୱକପରେ ଚମତ୍କାର ଖେଳିଥିଲେ, କିନ୍ତୁ ଆଘାତ କାରଣରୁ ତାଙ୍କୁ ବିଶ୍ବକପ୍‌ ଅଧାରୁ ଦଳ ଛାଡ଼ିବାକୁ ବାଧ୍ୟ କରିଥିଲା ।


ପ୍ରତୀକାଙ୍କ ଆଘାତ ଯୋଗୁଁ ଶେଫାଲି ବର୍ମାଙ୍କୁ ଦଳରେ ସାମିଲ କରାଯାଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଶେଫାଳି ଭଲ ପ୍ରଦର୍ଶନ କରିପାରି ନଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୧୦ ରନ୍‌ କରିଥିଲେ । ତଥାପି, ସେ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଶେଫାଳୀ ବ୍ୟାଟିଂ କରି ୮୭ ରନ୍‌ର ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ବୋଲିଂ କରି ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ଶେଫାଳୀଙ୍କ ଏହି ଅଲରାଉଣ୍ଡ ପ୍ରଦର୍ଶନ ଫଳରେ ଭାରତ ପ୍ରଥମ ଥର ପାଇଁ ବିଶ୍ବବିଜୟୀ ହୋଇଥିଲା ।

ସେପଟେ ହ୍ୱିଲଚେୟାରରେ ପଡ଼ିଆକୁ ଆସିଥିବା ପ୍ରତୀକା ରାୱଲ ବିଜୟ ପରେ କହିଛନ୍ତି, 'ମୁଁ ଏହାକୁ ବର୍ଣ୍ଣନା କରିପାରୁନାହିଁ । ମୋ ପାଖରେ ଶବ୍ଦ ନାହିଁ । ଆଘାତ ଖେଳର ଏକ ଅଂଶ । ମୁଁ ବହୁତ ଖୁସି ଯେ ମୁଁ ଏବେ ବି ଏହି ଦଳର ଏକ ଅଂଶ । ମୁଁ ଏହି ଦଳକୁ ଭଲ ପାଏ । ମୁଁ ଏବେ କ'ଣ ଅନୁଭବ କରୁଛି ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ । ଆମେ ପ୍ରକୃତରେ ଏହା କରିଛୁ ! ଆମେ ବିଶ୍ୱକପ୍ ଜିତିଥିବା ପ୍ରଥମ ଭାରତୀୟ ଦଳ । ସତ କହିବାକୁ ଗଲେ, ପଡ଼ିଆରେ ଖେଳିବା ଅପେକ୍ଷା ଷ୍ଟାଣ୍ଡରେ ବସି ଖେଳ ଦେଖିବା ବହୁତ କଷ୍ଟକର ଥିଲା' ।

ଅଧିକ ପଢ଼ନ୍ତୁ: ଭାରତର ବିଜୟ ପରେ ରୋହିତ,କୋହଲି ଭାବପ୍ରବଣ ହୋଇ କହିଲେ...

ସୂଚନା ଅନୁସାରେ, ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୩୦ ତାରିଖରେ ଏହାର ଅଭିଯାନ ଆରମ୍ଭ କରିଥିଲା। ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଜିତିଥିଲା । ଭାରତର ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ପାକିସ୍ତାନ ବିପକ୍ଷରେ ଥିଲା। ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ପାକିସ୍ତାନକୁ ଏକତରଫା ଭାବରେ ପରାସ୍ତ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପରେ, ଭାରତୀୟ ଦଳର ହ୍ୟାଟ୍ରିକ୍‌ ପରାଜୟ ହୋଇଥିଲା । ଅକ୍ଟୋବର ୯ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ପ୍ରଥମ ପରାଜୟ ବରଣ କରିଥିଲା । ତା' ପରେ ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । ତା'ପରେ ଅକ୍ଟୋବର ୧୯ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ମଧ୍ୟ ପରାଜୟ ଶିକାର ହୋଇଥିଲା ।

କ୍ରମାଗତ ତିନୋଟି ପରାଜୟ ପରେ ଏହା ମନେ ହେଉଥିଲା ଯେ ଭାରତର ସେମିଫାଇନାଲ୍ ପହଞ୍ଚିବା ସମ୍ଭାବନା କଷ୍ଟକର ହେବ । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷରେ କର ବା ମର ମ୍ୟାଚ୍‌ରେ ଭାରତ ଦମଦାର ବିଜୟ ହାସଲ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା । ଆଉ ତା'ପରେ ସେମିଫାଇନାଲ ଓ ଫାଇନାଲରେ ଯାହା ହେଲା ତାହା ଇତିହାସ ପାଲଟି ଯାଇଛି ।

Related Topics

Explore more stories