India Archery Gold Medal / ତୀରନ୍ଦାଜୀରେ ଭାରତର ଦବଦବା, ଚୀନ୍କୁ ହରାଇ ସ୍ୱର୍ଣ୍ଣ ହାତେଇଲା ଟିମ୍ ଇଣ୍ଡିଆ
·53 mins ago·2 min read

Key Points
ତୀରନ୍ଦାଜୀରେ ଭାରତର ଦବଦବା
ଚୀନ୍କୁ ହରାଇ ଭାରତର ଐତିହାସିକ ବିଜୟ
ବିଶ୍ୱ ରେକର୍ଡ ସହ ଜିତିଲେ GOLD
ଚୀନ୍କୁ ହରାଇ ଭାରତର ଐତିହାସିକ ବିଜୟ
ବିଶ୍ୱ ରେକର୍ଡ ସହ ଜିତିଲେ GOLD
ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ । ମହିଳା ତୀରନ୍ଦାଜ ଟିମ୍କୁ ସ୍ବର୍ଣ୍ଣ । ମହିଳା କମ୍ପାଉଣ୍ଡ ତୀରନ୍ଦାଜ ଟିମ୍ ଜିତିଲେ ସ୍ବର୍ଣ୍ଣ । ବିଶ୍ବ ରେକର୍ଡ ସହ ହାସଲ କଲେ ସ୍ବର୍ଣ୍ଣ ପଦକ । ମହିଳା କମ୍ପାଉଣ୍ଡ ଇଭେଣ୍ଟର ଫାଇନାଲ୍ରେ ଭାରତ ଚୀନ୍କୁ ୨୩୮-୨୩୪ରେ ପରାସ୍ତ କରି ଇତିହାସ ରଚିଛି । ଏହି ବିଜୟ ସହ ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି ।
ଭାରତ ପାଇଁ ଚିକିତା ତନିପାର୍ଥୀ, ପୃଥିକା ପ୍ରଦୀପ ଏବଂ ଜ୍ୟୋତି ସୁରେଖା ଭେନ୍ନମ ଏହି ଐତିହାସିକ ବିଜୟ ଆଣିଛନ୍ତି। ଫାଇନାଲ୍ରେ ଭାରତୀୟ ତୀରନ୍ଦାଜମାନେ ଆରମ୍ଭରୁ ହିଁ ଚୀନ୍ ଉପରେ ଚାପ ବଜାୟ ରଖିଥିଲେ ।
ସେମିଫାଇନାଲ୍ରେ ଦକ୍ଷିଣ କୋରିଆକୁ ହରାଇଥିଲା ଭାରତ
ଫାଇନାଲ୍ ପୂର୍ବରୁ ଭାରତୀୟ ଦଳ ସେମିଫାଇନାଲ୍ରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୨୩୪-୨୩୩ରେ ପରାସ୍ତ କରିଥିଲା । ଏହା ପରେ ଫାଇନାଲ୍ରେ ଚୀନ୍କୁ ଭେଟିଥିଲା ଭାରତ । ଫାଇନାଲ୍ର ପ୍ରଥମ ରାଉଣ୍ଡରେ ଭାରତ ୬୦-୫୭ରେ ଆଗୁଆ ରହିଥିଲା । ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଭାରତୀୟ ଦଳ ନିଜର ୩ ପଏଣ୍ଟ୍ର ଅଗ୍ରଣୀ ବଜାୟ ରଖିଥିଲା ।
ତେବେ ତୃତୀୟ ରାଉଣ୍ଡରେ ଚୀନ୍ ପ୍ରତ୍ୟାବର୍ତ୍ତନ ପାଇଁ ଜୋରଦାର ପ୍ରୟାସ କରିଥିଲା । ଚୀନ୍ର ଖେଳାଳିମାନେ ଲଗାତାର ତିନିଥର ୧୦ ପଏଣ୍ଟ୍ ହାସଲ କରିଥିଲେ । ତେବେ ଭାରତୀୟ ଦଳ ମଧ୍ୟ ଦମଦାର ଭାବେ ପ୍ରତ୍ୟାବର୍ତ୍ତନ କରି ୧୭୮-୧୭୫ରେ ଅଗ୍ରଣୀ ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶେଷ ରାଉଣ୍ଡରେ ଭାରତର ଦବଦବା
ଚତୁର୍ଥ ତଥା ଶେଷ ରାଉଣ୍ଡରେ ଭାରତକୁ କେବଳ ନିଜର ଅଗ୍ରଣୀ ବଜାୟ ରଖିବାର ଆବଶ୍ୟକତା ଥିଲା । ଚୀନ୍ ୧୦, ୯, ୯, ୧୦, ୧୦ ଓ ୧୦ ପଏଣ୍ଟ୍ ହାସଲ କରିଥିଲା । କିନ୍ତୁ ଭାରତୀୟ ତୀରନ୍ଦାଜମାନେ ଚାପରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଲଗାତାର ୬ଟି ତୀରକୁ ୧୦ ପଏଣ୍ଟ୍ର ମାର୍କରେ ଲକ୍ଷ୍ୟଭେଦ କରିଥିଲେ । ଶେଷରେ ଭାରତ ୨୩୮-୨୩୪ରେ ଚୀନ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା ।
୧୨ ବର୍ଷ ପରେ ରେକର୍ଡର ସମକକ୍ଷ
ଏହି ବିଜୟ ସହ ଭାରତୀୟ ମହିଳା ଦଳ ଆଉ ଏକ ବଡ଼ ସଫଳତା ହାସଲ କରିଛି । ୨୦୧୪ ଏସିଆନ୍ ଗେମ୍ସରେ ଦକ୍ଷିଣ କୋରିଆ ମହିଳା କମ୍ପାଉଣ୍ଡ ଟିମ୍ ଇଭେଣ୍ଟରେ ୨୪୦ରୁ ୨୩୮ ପଏଣ୍ଟ୍ ହାସଲ କରି ରେକର୍ଡ କରିଥିଲା । ସେତେବେଳେ ଦଳର ମାତ୍ର ଦୁଇଟି ଶଟ୍ ୧୦ ପଏଣ୍ଟ୍ରୁ ବାହାରକୁ ଯାଇଥିଲା । ଏବେ ୧୨ ବର୍ଷ ପରେ ଚିକିତା ତନିପାର୍ଥୀ, ପୃଥିକା ପ୍ରଦୀପ ଏବଂ ଜ୍ୟୋତି ସୁରେଖା ଭେନ୍ନମ୍ ମଧ୍ୟ ୨୪୦ରୁ ୨୩୮ ପଏଣ୍ଟ୍ ହାସଲ କରି ସେହି ରେକର୍ଡର ସମକକ୍ଷ ହୋଇଛନ୍ତି । ଭାରତୀୟ ଦଳ ମଧ୍ୟ ମାତ୍ର ଦୁଇଟି ଶଟ୍ରେ ୧୦ ପଏଣ୍ଟ୍ ହାସଲ କରିପାରିନଥିଲା ।
ଭାରତୀୟ ମହିଳା ତୀରନ୍ଦାଜଙ୍କ ଏହି ପ୍ରଦର୍ଶନ ଏସିଆନ୍ ଗେମ୍ସରେ ଭାରତର ପଦକ ଅଭିଯାନକୁ ଆହୁରି ମଜବୁତ କରିଛି। ଚିକିତା, ପୃଥିକା ଓ ଜ୍ୟୋତିଙ୍କ ଏହି ସଫଳତା ଆଗାମୀ ପିଢ଼ିର ତୀରନ୍ଦାଜଙ୍କ ପାଇଁ ମଧ୍ୟ ଏକ ନୂଆ ଉଦାହରଣ ସୃଷ୍ଟି କରିଛି ।

Related Topics
Explore more stories