India Women Cricket Victory / ବିଜୟ ସହ ଆରମ୍ଭ ମିଶନ ଟି-୨୦ ବିଶ୍ୱକପ୍, ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇଲା ଭାରତ
·6 months ago·2 min read

Key Points
ବିଜୟ ସହ ଆରମ୍ଭ ମିଶନ ଟି-୨୦ ବିଶ୍ୱକପ୍
ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତର ଶାନଦାର ବିଜୟ
୮ ୱିକେଟରେ ହାରିଲା ଶ୍ରୀଲଙ୍କା

୨୦୨୬ ମସିହା ଜୁନ୍ ୧୨ରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ବିଶ୍ବକପ୍ । ଦିନିକିଆ ବିଶ୍ବକପ୍ ଜିତିବା ପରେ ଏବେ ଭାରତର ମିଶନ ଟି-୨୦ ବିଶ୍ବକପ୍ ଆରମ୍ଭ ହୋଇଛି । ରବିବାରଠୁ ଭାରତ ମହିଳା ଦଳ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହୋଇଛି । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ରବିବାର ବିଶାଖାପାଟଣାରେ ଖେଳାଯାଇଥିଲା । ଆଉ ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ନିଦ୍ଧାର୍ରିତ ୨୦ ଓଭରରେ ମାତ୍ର ୧୨୧ ରନ କରିପାରିଥିଲା । ଜବାବରେ ଟିମ୍ ଇଣ୍ଡିଆ ୩୨ ବଲ୍ ବାକି ଥାଇ ୮ ୱିକେଟରେ ଏହି ମ୍ୟାଚ୍ କୁ ନିଜ ନାମରେ କରିଥିଲା । ଏହି ମ୍ୟାଚ୍ ସମୟରେ ସ୍ମୃତି ମନ୍ଧାନା ଏକ ଐତିହାସିକ ସଫଳତା ହାସଲ କରିଥିଲେ । ସେହିପରି ପ୍ରଥମ ଟି-୨୦ ମ୍ୟାଚ୍ରେ ଜେମିମାହ ରୋଡ୍ରିଗସ୍ ୬୯ ରନ୍ର ଅପରାଜିତ ଇନିଂସ ଖେଳିଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ନିଜର ଭୁଲ୍ ଯୋଗୁଁ ବ୍ୟାଟିଂରେ ଖରାପ ପ୍ରଦର୍ଶନ କରିଥିଲା । ଶ୍ରୀଲଙ୍କା ୬ ୱିକେଟ ହରାଇଥିଲା, ଯାହା ମଧ୍ୟରୁ ତିନୋଟି ରନ ଆଉଟ୍ ହୋଇଥିଲା। ଟିମ୍ ଇଣ୍ଡିଆର ବୋଲରମାନେ ମଧ୍ୟ ଦମଦାର ବୋଲିଂ କରିଥିଲେ। ଅମନଜୋତ କୌରଙ୍କୁ ଛାଡ଼ି ଅନ୍ୟ କୌଣସି ଭାରତୀୟ ବୋଲର ୮ କିମ୍ବା ତା’ଠାରୁ ଅଧିକ ଇକୋନୋମି ହାରରେ ରନ୍ ଦେଇ ନଥିଲେ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା କେବଳ ୧୨୧ ରନ୍ କରିପାରିଥିଲା ।
ଜବାବରେ ଭାରତର ସ୍କୋର ୧୩ ରନ୍ ଥିବା ବେଳେ ପ୍ରଥମ ଓ୍ବିକେଟ୍ ପଡ଼ିଥିଲା । ଶେଫାଳୀ ବର୍ମା ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଏହା ପରେ ସ୍ମୃତି ମନ୍ଧାନାଙ୍କ ସହ ଜେମିମା ଏକ ଭଲ ପାର୍ଟନରସିପ୍ କରିଥିଲେ । କିନ୍ତୁ ଭାରତର ସ୍କୋର ୬୭ ରନ୍ ଥିବା ବେଳେ ସ୍ମୃତି ମନ୍ଧାନା ଆଉଟ୍ ହୋଇଥିଲେ । କିନ୍ତୁ ଜେମିମାହ ରଡ୍ରିଗ୍ସ ୪୪ ବଲ୍ ରେ ୬୯ ରନ କରି ଅପରାଜିତ ରହି ଭାରତକୁ ବିଜୟ ଭେଟି ଦେଇଥିଲେ ।
ସ୍ମୃତି ମନ୍ଧାନା ଇତିହାସ ରଚିଲେ
ସ୍ମୃତି ମନ୍ଧାନା ପ୍ରଥମ ଭାରତୀୟ ଏବଂ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ଆନ୍ତର୍ଜାତୀୟ ମହିଳା ଟି-୨୦ କ୍ରିକେଟରେ ୪,୦୦୦ ରନ୍ ପୂରଣ କରିଛନ୍ତି। ମନ୍ଧାନା ତାଙ୍କ ଟି-୨୦ କ୍ୟାରିୟରର ୧୫୪ତମ ମ୍ୟାଚ୍ ରେ ଏହି ସଫଳତା ହାସଲ କରିଛନ୍ତି। ମହିଳା ଟି-୨୦ କ୍ରିକେଟରେ ତାଙ୍କଠାରୁ ଅଧିକ ରନ୍ କରିଥିବା ଏକମାତ୍ର କ୍ରିକେଟର ହେଉଛନ୍ତି ସୁଜି ବେଟ୍ସ, ଯିଏ ତାଙ୍କ କ୍ୟାରିୟରରେ ୪,୭୧୬ ରନ୍ କରିଥିଲେ ।

Game. Set. Done 💪
— BCCI Women (@BCCIWomen) December 21, 2025
A convincing victory in Vizag and #TeamIndia have taken a 1️⃣ - 0️⃣ lead in the series 🙌
Scorecard ▶️ https://t.co/T8EskKzzzW#INDvSL | @IDFCFIRSTBank pic.twitter.com/MFBSTi1D84
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ନିଜର ଭୁଲ୍ ଯୋଗୁଁ ବ୍ୟାଟିଂରେ ଖରାପ ପ୍ରଦର୍ଶନ କରିଥିଲା । ଶ୍ରୀଲଙ୍କା ୬ ୱିକେଟ ହରାଇଥିଲା, ଯାହା ମଧ୍ୟରୁ ତିନୋଟି ରନ ଆଉଟ୍ ହୋଇଥିଲା। ଟିମ୍ ଇଣ୍ଡିଆର ବୋଲରମାନେ ମଧ୍ୟ ଦମଦାର ବୋଲିଂ କରିଥିଲେ। ଅମନଜୋତ କୌରଙ୍କୁ ଛାଡ଼ି ଅନ୍ୟ କୌଣସି ଭାରତୀୟ ବୋଲର ୮ କିମ୍ବା ତା’ଠାରୁ ଅଧିକ ଇକୋନୋମି ହାରରେ ରନ୍ ଦେଇ ନଥିଲେ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା କେବଳ ୧୨୧ ରନ୍ କରିପାରିଥିଲା ।
ଜବାବରେ ଭାରତର ସ୍କୋର ୧୩ ରନ୍ ଥିବା ବେଳେ ପ୍ରଥମ ଓ୍ବିକେଟ୍ ପଡ଼ିଥିଲା । ଶେଫାଳୀ ବର୍ମା ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଏହା ପରେ ସ୍ମୃତି ମନ୍ଧାନାଙ୍କ ସହ ଜେମିମା ଏକ ଭଲ ପାର୍ଟନରସିପ୍ କରିଥିଲେ । କିନ୍ତୁ ଭାରତର ସ୍କୋର ୬୭ ରନ୍ ଥିବା ବେଳେ ସ୍ମୃତି ମନ୍ଧାନା ଆଉଟ୍ ହୋଇଥିଲେ । କିନ୍ତୁ ଜେମିମାହ ରଡ୍ରିଗ୍ସ ୪୪ ବଲ୍ ରେ ୬୯ ରନ କରି ଅପରାଜିତ ରହି ଭାରତକୁ ବିଜୟ ଭେଟି ଦେଇଥିଲେ ।
ସ୍ମୃତି ମନ୍ଧାନା ଇତିହାସ ରଚିଲେ
ସ୍ମୃତି ମନ୍ଧାନା ପ୍ରଥମ ଭାରତୀୟ ଏବଂ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ଆନ୍ତର୍ଜାତୀୟ ମହିଳା ଟି-୨୦ କ୍ରିକେଟରେ ୪,୦୦୦ ରନ୍ ପୂରଣ କରିଛନ୍ତି। ମନ୍ଧାନା ତାଙ୍କ ଟି-୨୦ କ୍ୟାରିୟରର ୧୫୪ତମ ମ୍ୟାଚ୍ ରେ ଏହି ସଫଳତା ହାସଲ କରିଛନ୍ତି। ମହିଳା ଟି-୨୦ କ୍ରିକେଟରେ ତାଙ୍କଠାରୁ ଅଧିକ ରନ୍ କରିଥିବା ଏକମାତ୍ର କ୍ରିକେଟର ହେଉଛନ୍ତି ସୁଜି ବେଟ୍ସ, ଯିଏ ତାଙ୍କ କ୍ୟାରିୟରରେ ୪,୭୧୬ ରନ୍ କରିଥିଲେ ।
Major Milestone unlocked 🔓
— BCCI Women (@BCCIWomen) December 21, 2025
Vice-captain Smriti Mandhana becomes the 1⃣st Indian and only the 2⃣nd player ever to complete 4⃣0⃣0⃣0⃣ runs in women's T20Is 🫡#TeamIndia are 55/1 after 6 overs.
Updates ▶️ https://t.co/T8EskKzzzW#INDvSL | @mandhana_smriti | @IDFCFIRSTBank pic.twitter.com/pejpxDS2FP
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories