Women Cricketers Brand Value Rise / ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗ୍ସ — ବିଜୟ ପରେ ବ୍ରାଣ୍ଡ ଜଗତର ନୂଆ ସୁପରଷ୍ଟାର
·8 months ago·2 min read

Key Points
ବିଶ୍ବବିଜୟୀ ହେଲା ଭାରତ । ବିଶ୍ୱକପ୍ ବିଜୟ ପରେ ଭାରତୀୟ ମହିଳା ଦଳର ବ୍ରାଣ୍ଡ ମୂଲ୍ୟ ଦୁଇଗୁଣ।
ମହିଳା କ୍ରିକେଟରେ ନୂଆ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ଦିନିକିଆ ବିଶ୍ବକପ୍ ଜିତିଛି । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ବିଶ୍ବକପ୍ ଟ୍ରଫି ହାତେଇଛି । ଏହି ବିଜୟ ସହ ୫୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ବିଶ୍ବକପ୍ ନିଜ ନାମରେ କରିଛି ।
ଭାରତୀୟ ମହିଳା କ୍ରିକେଟ ଦଳର ବିଶ୍ୱକପ୍ ବିଜୟ ପରେ ଖେଳାଳିମାନଙ୍କର ବ୍ରାଣ୍ଡ ମୂଲ୍ୟ (Brand Value) ଦ୍ରୁତ ଭାବେ ବଢ଼ିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଭାରତୀୟ ମହିଳା ଦଳର ଖେଳାଳିମାନଙ୍କ ଏଣ୍ଡର୍ସମେଣ୍ଟ ଫି ୨୫% ରୁ ୧୦୦% ପର୍ଯ୍ୟନ୍ତ ବଢ଼ିଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜେମିମା ରୋଡ୍ରିଗ୍ସ, ସ୍ମୃତି ମନ୍ଧାନା, ହରମନପ୍ରୀତ କୌର, ଦୀପ୍ତି ଶର୍ମା, ଶେଫାଳୀ ବର୍ମାଙ୍କ ସୋସିଆଲ ମିଡିଆ ଫଲୋଅର୍ସ ସଂଖ୍ୟା ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି ।
ବ୍ରାଣ୍ଡ ଅନୁମୋଦନ ଅନୁସନ୍ଧାନ ବୃଦ୍ଧି ପାଇଛି, ଏଜେନ୍ସିଗୁଡ଼ିକ ଏକ ଅଭୂତପୂର୍ବ ଚାହିଦା ଦେଖୁଛନ୍ତି। "ଆଜି ସକାଳ ଠାରୁ, ବ୍ରାଣ୍ଡ ପ୍ରଶ୍ନର ଏକ ଭିଡ଼ ହୋଇଛି - କେବଳ ନୂତନ ଅନୁମୋଦନ ନୁହେଁ ବରଂ ପୁନଃ ଆଲୋଚନା ମଧ୍ୟ, 25-30% ପର୍ଯ୍ୟନ୍ତ ଫି ବୃଦ୍ଧି ସହିତ।"
ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ୧୨୭ ରନର ଅପରାଜିତ ଇନିଂସ ଫଳରେ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ଆଉ ଏହି ଇନିଂସ ଫଳରେ ଜେମିମାଙ୍କ ବ୍ରାଣ୍ଡ ମୂଲ୍ୟ ୧୦୦% ବୃଦ୍ଧି ପାଇଥିବା ଜଣାପଡ଼ିଛି । ଜେମିମାଙ୍କୁ ପରିଚାଳନା କରୁଥିବା ଏଜେନ୍ସି ଜେଏସଡବ୍ଲୁ ସ୍ପୋର୍ଟସର ମୁଖ୍ୟ ବାଣିଜ୍ୟିକ ଅଧିକାରୀ କରଣ ଯାଦବ କହିଛନ୍ତି, 'ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ସମାପ୍ତ ହେବା ପରେ ଆମେ ଅନେକ ବ୍ରାଣ୍ଡ ପକ୍ଷରୁ ଅନୁରୋଧ ପାଇଛୁ । ଏବେ ଆମେ ୧୦-୧୨ଟି ବିଭିନ୍ନ ଶ୍ରେଣୀର ବ୍ରାଣ୍ଡ ସହିତ ଆଲୋଚନାରେ ଜାରି ରଖିଛୁ' । ଏହି ରିପୋର୍ଟ ଅନୁସାରେ, ଜେମିମା ଏବେ ଏକ ବ୍ରାଣ୍ଡ ଏଣ୍ଡର୍ସମେଣ୍ଟ ପାଇଁ ୭୫ ଲକ୍ଷରୁ ୧.୫ କୋଟି ଟଙ୍କା ମଧ୍ୟରେ ଚାର୍ଜ କରୁଛନ୍ତି ।
ସେହିପରି ଦେଶର ସର୍ବାଧିକ ଟଙ୍କା ପାଉଥିବା ମହିଳା କ୍ରିକେଟର ସ୍ମୃତି ମନ୍ଧାନା ପୂର୍ବରୁ ୧୬ଟି ବ୍ରାଣ୍ଡକୁ ଅନୁମୋଦନ କରିସାରିଛନ୍ତି । ଯେଉଁଥିରେ HULର ରେକ୍ସୋନା ଡିଓଡୋରାଣ୍ଟ, ନାଇକ୍, ହୁଣ୍ଡାଇ, ହର୍ବାଲାଇଫ୍, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), ଗଲ୍ଫ ଅଏଲ୍ ଏବଂ PNB ମେଟଲାଇଫ୍ ବୀମା ଭଳି ବଡ଼ କମ୍ପାନୀ ସହ ଜଡ଼ିତ ରହିଛନ୍ତି । ସେ ପ୍ରତି ବ୍ରାଣ୍ଡରୁ ପ୍ରାୟ ୧.୫ ରୁ ୨ କୋଟି ଟଙ୍କା ଅର୍ଜନ କରୁଛନ୍ତି ।
ତେବେ ଭାରତୀୟ ମହିଳା ଦଳ ବିଶ୍ବକପ୍ ବିଜୟ କେବଳ ଖେଳ ଜଗତ ପାଇଁ ଗର୍ବ ନୁହେଁ । ଏହା ବିଜ୍ଞାପନ ଓ ବ୍ରାଣ୍ଡ ମାର୍କେଟିଂ ଜଗତରେ ମଧ୍ୟ ଏକ ବଡ଼ ଅବସର ସୃଷ୍ଟି କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories