Asian Games 2026 / ଏସିଆନ୍ ଗେମ୍ସ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ବାଦ୍ ପଡ଼ିଲେ ଏହି ଷ୍ଟାର ଖେଳାଳି
·1 hour ago·2 min read

Key Points
ଏସିଆନ୍ ଗେମ୍ସ ୨୦୨୬ ପାଇଁ ଟିମ୍ ଇଣ୍ଡିଆ ଘୋଷଣା
ହରମନପ୍ରୀତଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତ
ଗୋଲ୍ଡ ମେଡାଲ ଡିଫେଣ୍ଡ କରିବ ଟିମ୍ ଇଣ୍ଡିଆ !

ଏସିଆନ୍ ଗେମ୍ସ ୨୦୨୬ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା ହୋଇଛି । ହରମନପ୍ରୀତ କୌରଙ୍କ ନେତୃତ୍ବରେ ଏସିଆନ୍ ଗେମ୍ସ ଖେଳିବ ଟିମ୍ ଇଣ୍ଡିଆ । ଚୟନ କମିଟି ସେପ୍ଟେମ୍ବରରେ ଜାପାନର ଆଇଚି-ନାଗୋୟାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏକ ୧୫ ଜଣିଆ ଦଳ ଘୋଷଣା କରିଛି । ଚୟନକର୍ତ୍ତାମାନେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ୟସ୍ତିକା ଭାଟିଆଙ୍କୁ ଦଳରୁ ବାଦ୍ ଦେଇଛନ୍ତି ।
ହରମନପ୍ରୀତ କୌରଙ୍କୁ ଏସିଆନ୍ ଗେମ୍ସରେ ମହିଳା କ୍ରିକେଟ୍ ଦଳର ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଉପ-ଅଧିନାୟକ ଦାୟିତ୍ବ ସ୍ମୃତି ମନ୍ଧାନା ହେବେ । ସେହିପରି ମହିଳା ଟି-୨୦ ବିଶ୍ୱକପରେ ଆହତ ହୋଇଥିବା ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ତଥାପି, ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲଙ୍କ ଚୟନ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରେ । ସେ କେବଳ ଡାକ୍ତରୀ କ୍ଲିୟରାନ୍ସ ପାଇଲେ ଏସୀୟ କ୍ରୀଡ଼ାରେ ଦଳ ସହିତ ସାମିଲ ହୋଇପାରିବେ ।
କ'ଣ ପାଇଁ ୟସ୍ତିକା ଭାଟିଆଙ୍କୁ ଦଳରୁ ବାଦ ଦିଆଯାଇଥିଲା ?
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୟସ୍ତିକା ଭାଟିଆଙ୍କୁ କାହିଁକି ଦଳରୁ ବାଦ୍ ଦିଆଯାଇଛି । ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ପ୍ରଦର୍ଶନ । ୟସ୍ତିକା ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ର ତିନୋଟି ମ୍ୟାଚରେ କେବଳ ୪୧ ରନ କରିପାରିଥିଲେ । ଏହି ପ୍ରଦର୍ଶନ ଫଳରେ ତାଙ୍କୁ ଏସିଆନ୍ ଗେମ୍ସ ସ୍କ୍ବାଡ୍ରୁ ବାଦ୍ ଦିଆଯାଇଛି । ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ମଇଦାନକୁ ଓହ୍ଲାଇବ । ଚୀନ୍ର ହାଙ୍ଗଜୌରେ ଅନୁଷ୍ଠିତ ଗତ ଏସୀୟ ଗେମ୍ସରେ ଭାରତ ଶ୍ରୀଲଙ୍କାକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା । ତେଣୁ ଦଳ ଏଥର ସ୍ୱର୍ଣ୍ଣ ପଦକ ରକ୍ଷା କରିବାକୁ ଚେଷ୍ଟା କରିବ ।
ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ:
ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ, ଜି. କମଲିନି, ଭାରତୀ ଫୁଲମାଲି, ଶ୍ରୀ ଚରଣୀ, ରେଣୁକା ଠାକୁର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ, ଶ୍ରେୟଙ୍କା ପାଟିଲ, ନନ୍ଦିନୀ ଶର୍ମା ଏବଂ ରାଧା ଯାଦବ
🚨 News 🚨
— BCCI Women (@BCCIWomen) June 30, 2026
India Women's squad announced for the 2026 #AsianGames in September.
More Details ▶️ https://t.co/JagEsizajH#TeamIndia pic.twitter.com/jJGddVSr17
ହରମନପ୍ରୀତ କୌରଙ୍କୁ ଏସିଆନ୍ ଗେମ୍ସରେ ମହିଳା କ୍ରିକେଟ୍ ଦଳର ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଉପ-ଅଧିନାୟକ ଦାୟିତ୍ବ ସ୍ମୃତି ମନ୍ଧାନା ହେବେ । ସେହିପରି ମହିଳା ଟି-୨୦ ବିଶ୍ୱକପରେ ଆହତ ହୋଇଥିବା ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ତଥାପି, ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲଙ୍କ ଚୟନ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରେ । ସେ କେବଳ ଡାକ୍ତରୀ କ୍ଲିୟରାନ୍ସ ପାଇଲେ ଏସୀୟ କ୍ରୀଡ଼ାରେ ଦଳ ସହିତ ସାମିଲ ହୋଇପାରିବେ ।
କ'ଣ ପାଇଁ ୟସ୍ତିକା ଭାଟିଆଙ୍କୁ ଦଳରୁ ବାଦ ଦିଆଯାଇଥିଲା ?
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୟସ୍ତିକା ଭାଟିଆଙ୍କୁ କାହିଁକି ଦଳରୁ ବାଦ୍ ଦିଆଯାଇଛି । ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ପ୍ରଦର୍ଶନ । ୟସ୍ତିକା ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ର ତିନୋଟି ମ୍ୟାଚରେ କେବଳ ୪୧ ରନ କରିପାରିଥିଲେ । ଏହି ପ୍ରଦର୍ଶନ ଫଳରେ ତାଙ୍କୁ ଏସିଆନ୍ ଗେମ୍ସ ସ୍କ୍ବାଡ୍ରୁ ବାଦ୍ ଦିଆଯାଇଛି । ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ମଇଦାନକୁ ଓହ୍ଲାଇବ । ଚୀନ୍ର ହାଙ୍ଗଜୌରେ ଅନୁଷ୍ଠିତ ଗତ ଏସୀୟ ଗେମ୍ସରେ ଭାରତ ଶ୍ରୀଲଙ୍କାକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା । ତେଣୁ ଦଳ ଏଥର ସ୍ୱର୍ଣ୍ଣ ପଦକ ରକ୍ଷା କରିବାକୁ ଚେଷ୍ଟା କରିବ ।
ଅଧିକ ପଢ଼ନ୍ତୁ: ଭାରତୀୟ ଟି-୨୦ ଦଳକୁ ଫେରିବେ ଶୁବମନ ଗିଲ…ପୂର୍ବତନ ଭାରତୀୟ ଖେଳାଳି ଏକ ବଡ଼ ଦାବି କରିଛନ୍ତି
ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ:
ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ, ଜି. କମଲିନି, ଭାରତୀ ଫୁଲମାଲି, ଶ୍ରୀ ଚରଣୀ, ରେଣୁକା ଠାକୁର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ, ଶ୍ରେୟଙ୍କା ପାଟିଲ, ନନ୍ଦିନୀ ଶର୍ମା ଏବଂ ରାଧା ଯାଦବ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories