Women T20 World Cup / କେବେ ଘୋଷଣା ହେବ ଟି-୨୦ ବିଶ୍ବକପ୍ ପାଇଁ ଟିମ୍ ଇଣ୍ଡିଆ ? ସାମ୍ନାକୁ ଆସିଲା ତାରିଖ...
·1 hour ago·2 min read

Key Points
ମହିଳା ଟି-୨୦ ବିଶ୍ବକପ୍
ଏହି ଦିନ ଘୋଷଣା ହେବ ଟିମ୍ ଇଣ୍ଡିଆ
BCCI ଦେଲା ବଡ଼ ଅପଡେଟ୍
ଏହି ଦିନ ଘୋଷଣା ହେବ ଟିମ୍ ଇଣ୍ଡିଆ
BCCI ଦେଲା ବଡ଼ ଅପଡେଟ୍
ଆସନ୍ତା ଜୁନ୍ ମାସରେ ଆରମ୍ଭ ହେବାକୁ ଯାଉଛି ମହିଳା T20 ବିଶ୍ୱକପ୍ । ଚଳିତ ଟି-୨୦ ବିଶ୍ବକପ୍ ଇଂଲଣ୍ଡରେ ଆୟୋଜିତ ହେବ । ଏଥିରେ ୧୨ଟି ଦଳ ଅଂଶଗ୍ରହଣ କରିବେ, ପ୍ରତ୍ୟେକ ଦଳକୁ ଛଅଟି ଲେଖାଏଁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ । ତେବେ ଏହି ଟି-୨୦ ବିଶ୍ବକପ୍ ପାଇଁ ଇଂଲଣ୍ଡ ପୂର୍ବରୁ ଏହାର ଦଳ ଘୋଷଣା କରିସାରିଛି । କିନ୍ତୁ, ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ତଥାପି, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ମହିଳା ଦଳ ଚୟନ ତାରିଖ ଘୋଷଣା କରିଛି, ଏହି ତାରିଖକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।
ଭାରତୀୟ ଦଳ କେବେ ଘୋଷଣା ହେବ ?
ଏପ୍ରିଲ ୨୯ ତାରିଖରେ, BCCI ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି ଯେ ମହିଳା ଚୟନ କମିଟି 2026 ICC ମହିଳା T20 ବିଶ୍ୱକପ୍ ପାଇଁ ଭାରତର ଦଳ ଚୟନ କରିବା ପାଇଁ ଶନିବାର, ମେ ୨ ତାରିଖରେ ମୁମ୍ବାଇର BCCI ମୁଖ୍ୟାଳୟରେ ବୈଠକ କରିବ । ଚୟନ ବୈଠକ ପରେ, ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ ଅଧିନାୟକ ହରମନପ୍ରୀତ କୌର, ଚୟନ କମିଟି ଅଧ୍ୟକ୍ଷା ଅମିତା ଶର୍ମା ଏବଂ BCCI ସଚିବ ଦେବଜିତ ସାଇକିଆ ଯୋଗଦେବେ ।
ଭାରତୀୟ ଦଳ ଜୁନ ୧୪ରେ ତା'ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଯେଉଁଠାରେ ଟିମ୍ ଇଣ୍ଡିଆ ପାକିସ୍ତାନ ସହିତ ମୁକାବିଲା କରିବ। ଏହା ବ୍ୟତୀତ, ବିସିସିଆଇ ଚୟନ କମିଟି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍, ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ଇଂଲଣ୍ଡ ଏ ବିପକ୍ଷରେ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ପାଇଁ ଭାରତ ଏ ଦଳ ଘୋଷଣା କରିବ ।
ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଦୁଇଟି ଗ୍ରୁପ୍
ଗ୍ରୁପ୍ 1: ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡସ୍
ଗ୍ରୁପ୍ 2: ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଆୟର୍ଲାଣ୍ଡ୍ ଏବଂ ସ୍କଟଲ୍ୟାଣ୍ଡ
ଭାରତୀୟ ମହିଳା ଦଳ ୨୦୨୬ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଗ୍ରୁପ୍ A ରେ ରହିଛି । ଭାରତ ୧୪ ଜୁନ୍ ୨୦୨୬ ରେ ପାକିସ୍ତାନ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ ।

ଅଧିକ ପଢ଼ନ୍ତୁ: ୨୪୩ ରନ୍ କରି ହାରିଲା ମୁମ୍ବାଇ, ଜାଣନ୍ତୁ MI ହାରିବାର ୩ ବଡ଼ କାରଣ...
ଭାରତୀୟ ଦଳ ଜୁନ ୧୪ରେ ତା'ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଯେଉଁଠାରେ ଟିମ୍ ଇଣ୍ଡିଆ ପାକିସ୍ତାନ ସହିତ ମୁକାବିଲା କରିବ। ଏହା ବ୍ୟତୀତ, ବିସିସିଆଇ ଚୟନ କମିଟି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍, ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ଇଂଲଣ୍ଡ ଏ ବିପକ୍ଷରେ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ପାଇଁ ଭାରତ ଏ ଦଳ ଘୋଷଣା କରିବ ।
ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଦୁଇଟି ଗ୍ରୁପ୍
ଗ୍ରୁପ୍ 1: ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡସ୍
ଗ୍ରୁପ୍ 2: ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଆୟର୍ଲାଣ୍ଡ୍ ଏବଂ ସ୍କଟଲ୍ୟାଣ୍ଡ
ଭାରତୀୟ ମହିଳା ଦଳ ୨୦୨୬ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଗ୍ରୁପ୍ A ରେ ରହିଛି । ଭାରତ ୧୪ ଜୁନ୍ ୨୦୨୬ ରେ ପାକିସ୍ତାନ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories