Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାଙ୍ଗିଲା ୯୭ ବର୍ଷର ରେକର୍ଡ , ଭାରତ ଜିତିଲା ୩ଟି ସ୍ବର୍ଣ୍ଣ ପଦକ

Sports

ଭାଙ୍ଗିଲା ୯୭ ବର୍ଷର ରେକର୍ଡ , ଭାରତ ଜିତିଲା ୩ଟି ସ୍ବର୍ଣ୍ଣ ପଦକ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଭାଙ୍ଗିଲା ୯୭ ବର୍ଷର ରେକର୍ଡ , ଭାରତ ଜିତିଲା ୩ଟି ସ୍ବର୍ଣ୍ଣ ପଦକ

ଅର୍ଗସ ବ୍ୟୁରୋ : ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ରବିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା ଦଳ ପ୍ରଥମ ଥର ବିଜେତା ହୋଇ ଭାରତୀୟ ଚେସ୍‌ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ଡି ଗୁକେଶ, ଅର୍ଜୁନ ଇରିଗାସି ଓ ଆର୍‌ ପ୍ରଜ୍ଞାନନ୍ଦଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ଶେ‌ଷ ରାଉଣ୍ଡରେ ସ୍ଲୋଭେନିଆକୁ ୩-୦ରେ ପରାସ୍ତ କରି ବିଜେତାର ହେବାର ଗୌରବ ଅର୍ଜନ କରିଛି। ଓପନ୍‌ ବର୍ଗରେ ଭାରତକୁ ପ୍ରଥମ ମୁକୁଟ ଦେବାରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ଖେଳିବାକୁ ଯାଉଥିବା ଗୁକେଶ ଓ ଅର୍ଜୁନ ପ୍ରମୁଖ ଭୂମିକା ନେଇଥିଲେ। ୧୮ ବର୍ଷୀୟ ‌ଗୁକେଶ କଡ଼ା ସଂଘର୍ଷ କରି ଭ୍ଲାଡିମିର ଫେଡୋସେଭ୍‌ଙ୍କୁ ହରାଇଥିଲେ।

ଅଧିକ ପଢନ୍ତୁ : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ

ଅର୍ଜୁନ ତୃତୀୟ ବୋର୍ଡରେ ଜାନ୍‌ ସୁବେଲିଙ୍କୁ ପରାସ୍ତ କରିଥିଲା ବେଳେ ଦ୍ବିତୀୟରେ ପ୍ରଜ୍ଞାନନ୍ଦ ଚମତ୍କାର ପ୍ରଦର୍ଶନ ଦେଇ ଆଣ୍ଟୋନି ଡେମଚେଙ୍କୋକୁ ହରାଇଥିଲେ। ଏହି ବିଜୟ ସହ ଭାରତ ୨୨ରୁ ୨୧ ପଏଣ୍ଟ କରାୟତ୍ତ କରିଥିଲା। ପ୍ରତିଯୋଗିତାରେ ଭାରତ କେବଳ ଉଜବେକିସ୍ତାନ ସହ ଡ୍ର’ ରଖିଥିଲା ବେଳେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା। ଭାରତୀୟ ଦଳରେ ବିଦିତ ଗୁଜରାଟୀ ଓ ପେଣ୍ଟାଲା ହରେକୃଷ୍ଣ ମଧ୍ୟ ଥିଲେ। ଭାରତୀୟ ପୁରୁଷ ଦଳ ପୂର୍ବରୁ ଦୁଇ ଥର ‌୨୦୨୨ରେ ଚେନ୍ନାଇ ଏବଂ ୨୦୧୪ରେ ନରୱେର ଟ୍ରୋମସୋରେ କାଂସ୍ୟ ଜିତିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
India won 3 gold medal in chess which was held in budapest | Argus News