Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

World Cup Trophy / ବିଶ୍ୱକପ୍ ଜିତିବା ପରେ ମଧ୍ୟ ଟିମ୍ ଇଣ୍ଡିଆଠାରୁ ଫେରାଇ ନିଆଯିବ ଟ୍ରଫି, ଜାଣନ୍ତୁ ଏହା ପଛର କାରଣ...

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ବିଶ୍ୱକପ୍ ଜିତିବା ପରେ ମଧ୍ୟ ଟିମ୍ ଇଣ୍ଡିଆଠାରୁ ଫେରାଇ ନିଆଯିବ ଟ୍ରଫି, ଜାଣନ୍ତୁ ଏହା ପଛର କାରଣ...

Key Points

ଭାରତ ଜିତିଲା ବିଶ୍ବକପ୍ । କିନ୍ତୁ ନିଜ ପାଖରେ ରଖିପାରିବନି ଟ୍ରଫି । ଜାଣନ୍ତୁ କ'ଣ ରହିଛି ଆଇସିସି ନିୟମ ।
ମହିଳା କ୍ରିକେଟରେ ନୂଆ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ଦିନିକିଆ ବିଶ୍ବକପ୍‌ ଜିତିଛି । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ବିଶ୍ବକପ୍‌ ଟ୍ରଫି ହାତେଇଛି । ଏହି ମହାନ ବିଜୟ ପରେ ଭାରତୀୟ ଖେଳାଳିମାନେ ଟ୍ରଫି ସହିତ ବିଜୟ ଉତ୍ସବ ପାଳନ କରୁଥିବାର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିନ୍ତୁ ଆପଣ କ'ଣ ଜାଣନ୍ତି କି ଭାରତୀୟ ଦଳଠାରୁ ଏହି ବିଜୟ ଟ୍ରଫି ଫେରାଇ ନିଆଯିବ ? ପ୍ରକୃତରେ, ଏହା ପଛରେ ଏକ ସ୍ୱତନ୍ତ୍ର ICC ନିୟମ ରହିଛି...

ଅଧିକ ପଢ଼ନ୍ତୁ: ଯେଉଁ ନଭେମ୍ବର ଆମକୁ କନ୍ଦେଇଥିଲା, ସେହି ନଭେମ୍ବରରେ ଆସିଲା ବିଶ୍ବକପ୍ ଟ୍ରଫି

ରିପୋର୍ଟ ଅନୁଯାୟୀ, ICC ପ୍ରାୟ ୨୬ ବର୍ଷ ପୂର୍ବେ ଏକ ନିୟମ ପ୍ରଣୟନ କରିଥିଲା । ଯାହା ଅନୁଯାୟୀ ବିଜେତା ଦଳକୁ କେବଳ ଫଟୋସୁଟ୍ ଏବଂ ବିଜୟ ପରେଡ୍ ପାଇଁ ଟ୍ରଫି ଦିଆଯାଇଥାଏ । ଏହା ପରେ ଏହି ଟ୍ରଫିକୁ ଫେରାଇ ନିଆଯାଏ ଏବଂ ଏହାକୁ ICCର ଦୁବାଇ ମୁଖ୍ୟାଳୟରେ ରଖାଯାଇଥାଏ । ବିଜୟୀ ଦଳକୁ ପରେ ଏକ ପ୍ରତିକୃତି ଟ୍ରଫି ଦିଆଯାଏ, ଯାହା ସମ୍ପୂର୍ଣ୍ଣ ମୂଳ ଟ୍ରଫି ପରି । ଟ୍ରଫିକୁ ଚୋରି କିମ୍ବା କ୍ଷତିରୁ ରକ୍ଷା କରିବା ପାଇଁ ଏଭଳି ଏକ ନିୟମ କରାଯାଇଛି ।
ମହିଳା ବିଶ୍ୱକପ୍ ୨୦୨୫ ଟ୍ରଫିର ଓଜନ ପ୍ରାୟ ୧୧ କିଲୋଗ୍ରାମ ଏବଂ ଉଚ୍ଚତା ପ୍ରାୟ ୬୦ ସେଣ୍ଟିମିଟର । ଏହା ସୁନା ଏବଂ ରୂପାରେ ତିଆରି । ଟ୍ରଫିର ତିନୋଟି ରୂପା ଷ୍ଟମ୍ପ ଏବଂ ବେଲ୍ ଆକୃତିର ହୋଇଥିବା ବେଳେ ଏହାର ଉପର ଭାଗ ଏକ ସୁନା ଗ୍ଲୋବ୍ ଅଟେ । ଏଥିରେ ସମସ୍ତ ବିଜୟୀ ଦଳର ନାମ ଖୋଦିତ ହୋଇ ରହିଛି । ତେବେ ଏଥର ପ୍ରଥମ ଥର ପାଇଁ ବିଶ୍ବକପ୍ ଟ୍ରଫିରେ ଭାରତର ନାମ ସାମିଲ କରାଯାଇଛି ।
ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୩ଟି ମହିଳା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ସାତ ଥର, ଇଂଲଣ୍ଡ ଚାରି ଥର ଏବଂ ନ୍ୟୁଜିଲାଣ୍ଡ ଏବଂ ଭାରତ ଥରେ ଲେଖାଏଁ ଟାଇଟଲ ଜିତିଛି ।

ଭାରତ ଇତିହାସ ରଚିଛି


ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୯୮ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା କେବଳ ୨୪୬ ରନ୍ କରିପାରିଥିଲା । ଭାରତ ପାଇଁ ଶେଫାଳୀ ବର୍ମା ୮୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ଦୁଇଟି ୱିକେଟ୍ ନେଇଥିଲେ। ଯାହାଫଳରେ ସେ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଥିଲା । ଦୀପ୍ତି ଶର୍ମା ମଧ୍ୟ ଚମତ୍କାର ପ୍ରଦର୍ଶନ କରି ୫୮ ରନ୍ କରିଥିଲେ ଏବଂ ପାଞ୍ଚଟି ୱିକେଟ୍ ନେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Why India Won’t Keep the World Cup Trophy After Historic Win | Argus News