India vs Zimbabwe 2nd T20I / ଦ୍ୱିତୀୟ T20ରେ ବଡ଼ ପରିବର୍ତ୍ତନ, ଅଶୋକ ଶର୍ମା OUT...ନୂଆ ଖେଳାଳି କରିବେ ଡେବ୍ୟୁ ?
·1 month ago·2 min read

Key Points
ଦ୍ୱିତୀୟ T20 ପୂର୍ବରୁ ବଡ଼ ଖବର
ବୋଲିଂରେ ହେବ ବଡ଼ ପରିବର୍ତ୍ତନ
ଅଶୋକ OUT, ୟଶଙ୍କ ଡେବ୍ୟୁ !
ବୋଲିଂରେ ହେବ ବଡ଼ ପରିବର୍ତ୍ତନ
ଅଶୋକ OUT, ୟଶଙ୍କ ଡେବ୍ୟୁ !
ପ୍ରଥମ ମ୍ୟାଚ୍ରେ ଯୁବ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ପରେ ଭାରତୀୟ ଦଳର ଆତ୍ମବିଶ୍ୱାସ ଏବେ ଚରମରେ। ଜିମ୍ବାବୱେ ବିପକ୍ଷ ଦ୍ୱିତୀୟ ଟି-୨୦ରେ ବିଜୟ ହାସଲ କରି ସିରିଜ୍ ନିଜ ନାମରେ କରିବାକୁ ଶ୍ରେୟସ ଆୟରଙ୍କ ଟିମ୍ ପ୍ରସ୍ତୁତ, ଯେଉଁଠାରେ ବୋଲିଂ ବିଭାଗରେ ଏକ ପରିବର୍ତ୍ତନର ସମ୍ଭାବନା ରହିଛି ।
ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ, ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ରେ ୧-୦ରେ ଆଗୁଆ ରହିଛି । ମୟଙ୍କ ଯାଦବ ଏବଂ ପ୍ରିନ୍ସ ଯାଦବ ଘାତକ ବୋଲିଂ କରି ଜିମ୍ବାଓ୍ବେ ବ୍ୟାଟିଂ ଲାଇନ୍ ଅଫ୍ରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ସେହିପରି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଅର୍ଦ୍ଧଶତକ ସହ ମ୍ୟାଚ୍ ଶେଷ କରିଥିଲେ ।
ଏବେ ଦ୍ୱିତୀୟ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆର ମନୋବଳ ସୁଦୃଢ଼ ରହିଛି । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସିରିଜ୍ ବିଜୟ ଉପରେ ନଜର ରଖିଛି। ଦୁଇ ଦଳ ମଧ୍ୟରେ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଶନିବାର, ଜୁଲାଇ 25 ତାରିଖରେ ହରାରେ ସ୍ପୋର୍ଟ୍ସ କ୍ଲବ୍ରେ ଖେଳାଯିବାକୁ ସ୍ଥିର ହୋଇଛି। ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ କୌଣସି ବଡ଼ ପରିବର୍ତ୍ତନ ଆଶା କରାଯାଉନାହିଁ, ଯଦିଓ ବୋଲିଂ ବିଭାଗରେ ପରିବର୍ତ୍ତନ ହୋଇପାରେ।
ପ୍ରଥମ ମ୍ୟାଚ୍ରେ, ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୯ ବଲ୍ରେ ୫୦ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ଦ୍ୱିତୀୟ ଟି-୨୦ରେ ମଧ୍ୟ ଇନିଂସ୍ ଓପନ କରିବେ । ପ୍ରଥମ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ସମୟରେ ଅଭିଷେକ ଶର୍ମାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ସେ କିଛି ସମୟ ପାଇଁ ପଡ଼ିଆ ଛାଡି ଡ୍ରେସିଂ ରୁମ୍ ଯାଇଥିଲେ କିନ୍ତୁ ପରେ ବ୍ୟାଟିଂ କରିବାକୁ ଫେରିଥିଲେ । ତେବେ ଅଭିଷେକ ଶର୍ମା ଦ୍ବିତୀୟ ମ୍ୟାଚ୍ରେ ଖେଳିବାକୁ ପ୍ରାୟ ପ୍ରସ୍ତୁତ ବୋଲି ଜଣାପଡ଼ୁଛି । କ୍ୟାପ୍ଟେନ୍ ଶ୍ରେୟସ ଆୟର, ତିଲକ ବର୍ମା, ରିଙ୍କୁ ସିଂହ ଓ ଇଶାନ କିଶନ ପୁଣିଥରେ ମଧ୍ୟକ୍ରମର ଦାୟିତ୍ୱ ସମ୍ଭାଳିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ବୋଲିଂ ବିଭାଗରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପ୍ରଥମ ମ୍ୟାଚ୍ରେ ପ୍ରଭାବ ପକାଇପାରିନଥିବା ଅଶୋକ ଶର୍ମାଙ୍କ ସ୍ଥାନରେ ୟଶ ଠାକୁରଙ୍କୁ ସୁଯୋଗ ମିଳିପାରେ। ଯଦି ଏହା ଘଟେ, ତେବେ ଏହା ୟଶଙ୍କ ପାଇଁ ସ୍ମରଣୀୟ ଆନ୍ତର୍ଜାତୀୟ ଡେବ୍ୟୁ ହେବ ।
ଅନ୍ୟପଟେ ପ୍ରଥମ ମ୍ୟାଚ୍ର ପରାଜୟ ପରେ ଜିମ୍ବାୱେ ଦଳ ଚାପରେ ଅଛି । କ୍ୟାପ୍ଟେନ୍ ସିକନ୍ଦର ରାଜାଙ୍କ ଉପରେ ଦଳକୁ ସିରିଜ୍ରେ ଫେରାଇବାର ବଡ଼ ଦାୟିତ୍ୱ ରହିଛି । ଏବେ ସମସ୍ତଙ୍କ ନଜର ହରାରେର ଦ୍ୱିତୀୟ ମ୍ୟାଚ୍ ଉପରେ ରହିଛି । ଏହି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ପୁଣିଥରେ ବ୍ୟାଟରେ ଝଡ଼ ସୃଷ୍ଟି କରିବେ, ନା ସିକନ୍ଦର ରାଜାଙ୍କ ଜିମ୍ବାୱେ ଦମଦାର ପ୍ରତ୍ୟାବର୍ତ୍ତନ କରିବ ?

Related Topics
Explore more stories