Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଖୁବଶୀଘ୍ର ଭାରତୀୟ ଟିମ୍‌ର ଆଉ ୪ଜଣ ଖେଳାଳି ଅବସର ନେବେ

Ritu Das
Browse all articles by Ritu Das
·10 months ago·3 min read
ଖୁବଶୀଘ୍ର ଭାରତୀୟ ଟିମ୍‌ର ଆଉ ୪ଜଣ ଖେଳାଳି ଅବସର ନେବେ

Key Points

ଭାରତୀୟ କ୍ରିକେଟ ଜଗତର ଅନେକ ଖେଳାଳି ଜଣକ ପରେ ଜଣେ ଅବସର ଘୋଷଣା କରୁଛନ୍ତି। ହେଲେ କାହିଁକି କଣ ଟିମ୍‌ରେ କୋଚ ଭାବେ ଗୌତମ ଗମ୍ଭୀର ଯୋଡ଼ି ହେବାପରେ ଏପରି ଖେଳାଳିଙ୍କୁ ଅବସର ନେବାକୁ ବାଧ୍ୟ କରୁଛନ୍ତି।

ଭାରତୀୟ କ୍ରିକେଟ ଜଗତର ଅନେକ ଖେଳାଳି ଜଣକ ପରେ ଜଣେ ଅବସର ଘୋଷଣା କରୁଛନ୍ତି। ହେଲେ କାହିଁକି କଣ ଟିମ୍‌ରେ କୋଚ ଭାବେ ଗୌତମ ଗମ୍ଭୀର ଯୋଡ଼ି ହେବାପରେ ଏପରି ଖେଳାଳିଙ୍କୁ ଅବସର ନେବାକୁ ବାଧ୍ୟ କରୁଛନ୍ତି। କଣ ରହିଛି ଏହା ପଛର କାରଣ। ପୁରୁଣା ଖେଳାଳିଙ୍କୁ ହଟାଇ ଯୁବପିଢ଼ିଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ନା ଆଉ କଣ। ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଯାହାକି ଦଳ ପ୍ରତି ପୁରା ଅନ୍ୟାୟ ଥିଲା। କାରଣ ରୋ-କୋଙ୍କ ବିନା ପୁରା ଦଳ ଅଧୁରା। ନିକଟରେ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟକୁ ଅଲବିଦା ମଧ୍ୟ କହିଛନ୍ତି।



ପୂଜାରା ଜୁନ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ, କିନ୍ତୁ ଏବେ ଯେତେବେଳେ ପୂଜାରା ଦଳକୁ ଫେରିବାର କୌଣସି ସୁଯୋଗ ଦେଖି ନଥିଲେ, ସେତେବେଳେ ୨୪ ଅଗଷ୍ଟରେ ଏହି କିମ୍ବଦନ୍ତୀ ଖେଳାଳି ଅବସର ନେଇଗଲେ। ପୂଜାରାଙ୍କ ବ୍ୟତୀତ, ଟିମ ଇଣ୍ଡିଆରେ ଆହୁରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଶୁଣାଯାଉଛି ଏମାନେ ବି ଖୁବଶୀଘ୍ର ଦଳକୁ ବାଏ ବାଏ କହିବେ। ଭାରତୀୟ ଦଳରେ ଥିବା ଏହି ୪ଜଣ ଖେଳାଳି ଅବସର ନେବେ। ଇଶାନ୍ତ ଶର୍ମା ଦୀର୍ଘ ସମୟ ଧରି ଭାରତର ସମସ୍ତ ଟି-୨୦, ଦିନିକିଆ ଏବଂ ଟେଷ୍ଟ ଦଳରୁ ବାହାରେ ଅଛନ୍ତି। ଇଶାନ୍ତ ଟିମ ଇଣ୍ଡିଆ ପାଇଁ ଶେଷ ଟି-୨୦ ମ୍ୟାଚ ଅକ୍ଟୋବର ୨୦୧୩ରେ ଖେଳିଥିଲେ। ସେହି ସମୟରେ, ଇଶାନ୍ତଙ୍କୁ ଶେଷ ଥର ପାଇଁ ଜାନୁଆରୀ ୨୦୧୬ରେ ଏକଦିବସୀୟ ଦଳରେ ଦେଖିବାକୁ ମିଳିଥିଲା ଏବଂ ଏହି ଖେଳାଳି ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ ନଭେମ୍ବର ୨୦୨୧ରେ ଖେଳିଥିଲେ। ଇଶାନ୍ତ ଦୀର୍ଘ ସମୟ ଧରି ଦଳ ବାହାରେ ରହିବା ସତ୍ତ୍ୱେ, ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିନାହାନ୍ତି। ଭୁବନେଶ୍ୱର କୁମାର ପ୍ରାୟ ତିନି ବର୍ଷ ଧରି ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଭୁବନେଶ୍ୱରଙ୍କୁ ଶେଷ ଥର ପାଇଁ ନଭେମ୍ବର ୨୦୨୨ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଟି-୨୦ ମ୍ୟାଚରେ ଭାରତୀୟ ଦଳରେ ଦେଖିବାକୁ ମିଳିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଖେଳାଳି ଜାନୁଆରୀ ୨୦୨୨ରେ ଭାରତ ପାଇଁ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ। ଭୁବନେଶ୍ୱର ଜାନୁଆରୀ ୨୦୧୮ରୁ ଭାରତର ଟେଷ୍ଟ ଦଳରୁ ବାହାରେ ଅଛନ୍ତି। ଇଶାନ୍ତ ଶର୍ମାଙ୍କ ପରି, ଏହି ଖେଳାଳିଙ୍କ ପାଇଁ ଦଳକୁ ଫେରିବା କଷ୍ଟକର ମନେ ହେଉଛି, କିନ୍ତୁ ଏ ପର୍ଯ୍ୟନ୍ତ ଭୁବନେଶ୍ୱର କୁମାର ଅବସର ସମ୍ପର୍କରେ କୌଣସି ଘୋଷଣା କରିନାହାନ୍ତି। ଭୁବନେଶ୍ବର କୁମାର ଚଳିତ ଥର RCB ପାଇଁ ମ୍ୟାଚ ଖେଳୁଥିଲେ। ମହମ୍ମଦ ଶାମି ଜୁନ ୨୦୨୩ରୁ ଭାରତର ଟେଷ୍ଟ ଦଳରୁ ବାହାରେ ଅଛନ୍ତି। ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ମଧ୍ୟ ଶାମିଙ୍କୁ ସୁଯୋଗ ମିଳି ନ ଥିଲା। ଏପରି ପରିସ୍ଥିତିରେ, ଏହି ଖେଳାଳି ଟେଷ୍ଟ କ୍ରିକେଟରୁ ମଧ୍ୟ ଅବସର ନେଇପାରିବେ। ମହମ୍ମଦ ଶାମି ଚଳିତ ବର୍ଷ ଫେବୃଆରୀରେ ଭାରତ ପାଇଁ ଶେଷ ଟି-୨୦ ମ୍ୟାଚ ଖେଳିଥିଲେ, କିନ୍ତୁ ଶାମିଙ୍କୁ ଏସିଆ କପର ଟି-୨୦ ଦଳରେ ସାମିଲ କରାଯାଇ ନାହିଁ। ମାର୍ଚ୍ଚ ମାସରେ ଶାମି ଭାରତର ODI ଦଳରେ ସାମିଲ ଥିଲେ, ଏହି ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନିଆଯାଇଛି କି ନାହିଁ ତାହା ଦେଖିବାକୁ ବାକି ଅଛି। ଆଉ ଜଣେ ଖେଳଳି ହେଉଛନ୍ତି ଆଜିଙ୍କ୍ୟ ରାହାଣେ। ଆଜିଙ୍କ୍ୟ ରାହାଣେ ମଧ୍ୟ ବହୁତ ଦିନ ଧରି ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ରାହାଣେ ଭାରତ ପାଇଁ ତାଙ୍କର ଶେଷ ଟେଷ୍ଟ ମ୍ୟାଚ ଜୁଲାଇ ୨୦୨୩ରେ ଖେଳିଥିଲେ। ସେହି ସମୟରେ, ରାହାଣେଙ୍କୁ ଶେଷ ଥର ପାଇଁ ଫେବୃଆରୀ ୨୦୧୮ରେ ODI ଏବଂ ଅଗଷ୍ଟ ୨୦୧୬ରେ ଟି୨୦ରେ ଦେଖିବାକୁ ମିଳିଥିଲା। ଏବେ ରାହାଣେଙ୍କ ଦଳକୁ ଫେରିବାର କୌଣସି ଆଶା ନାହିଁ। ଏପରି ପରିସ୍ଥିତିରେ, ଅନୁମାନ କରାଯାଇପାରେ ଯେ ରାହାଣେ ପୁଣି ଦଳକୁ ନ ଫେରିବାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।


ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର ...

Sponsored