Cricket Retirement / ଆଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଭାରତୀୟ ଖେଳାଳିଙ୍କ ଅବସର, ହଠାତ୍ ନିଷ୍ପତ୍ତି ନେଇ ଫ୍ୟାନ୍ସଙ୍କୁ କଲେ ଆଶ୍ଚର୍ଯ୍ୟ
·2 hours ago·2 min read

Key Points
ଭାରତୀୟ କ୍ରିକେଟ ଟିମର ଓ୍ବିକେଟ କିପର ଭରତ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ପୂର୍ବରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସର ଘୋଷଣା କରିଛନ୍ତି ।
ଭାରତୀୟ କ୍ରିକେଟ ଟିମର ଓ୍ବିକେଟ କିପର ବ୍ୟାଟର କେଏସ ଭରତ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ପୂର୍ବରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସର ଘୋଷଣା କରିଛନ୍ତି । ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ଏକ ପୋଷ୍ଟ ସେୟାର କରି ସନ୍ନ୍ୟାସର ସୂଚନା ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଭାରତ ଲାଗି ୭ଟେଷ୍ଟ ଖେଳି ସାରିଥିବା ଭରତ ଆଫଗାନିସ୍ତାନ ବିପକ୍ଷ ହେବାକୁ ଥିବା ଗୋଟିଏ ଟେଷ୍ଟ ଲାଗି ଟିମ୍ ଇଣ୍ଡିଆର ଭାଗିଦାରୀ ନାହାନ୍ତି । ଗୋଟିଏ ସମୟରେ ଟେଷ୍ଟ କ୍ରିକେଟ ଋଷଭ ପନ୍ତଙ୍କ ବ୍ୟାକଅପ ରୂପରେ ଇଣ୍ଡିଆ ସହ ରହୁଥିବା ଭରତଙ୍କ ଲମ୍ବା ସମୟରୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳୁନଥିଲା । ୩୨ବର୍ଷୀୟ ଭରତ ଟିମ୍ ଇଣ୍ଡିଆ ଲାଗି ଶେଷ ଟେଷ୍ଟ ୨୦୨୪ଫେବୃଆରୀରେ ଖେଳିଥିଲେ । ସେ ସନ୍ନ୍ୟାସକୁ ନେଇ ପୋଷ୍ଟ କରି ପ୍ରଥମେ ‘ଥାଙ୍କ୍ୟୁ ବିସିସିଆଇ’ ଲେଖିଥିଲେ । ଏହାପରେ ଭରତ ଲେଖିଥିଲେ କି, ‘ଗର୍ବ ଏବଂ କୃତଜ୍ଞତାର ଭାବନା ସହ, ମୁଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ମୋର ସନ୍ନ୍ୟାସର ଘୋଷଣା କରୁଛି ।’
ଏହାସହ ପଢ଼ନ୍ତୁ: ଭାରତୀୟ ଟିମରେ ବଡ଼ ପରିବର୍ତ୍ତନ …ହଟିଲେ ସୂର୍ଯ୍ୟା, ଶ୍ରେୟସ ଆୟର ହେଲେ ଟି-୨୦ ଟିମର ନୂଆ କ୍ୟାପଟେନ
ସମସ୍ତଙ୍କୁ ଧନ୍ୟବାଦ ଦେଲେ
ସେ ଆଗକୁ ଲେଖିଛନ୍ତି କି, ଦେଶ ଲାଗି ଖେଳିବା ମୋ ପାଇଁ ସବୁଠାରୁ ଗର୍ବର ବିଷୟ । ମୋର ଏହି ଯାତ୍ରାରେ ବହୁତ ଧର୍ଯ୍ୟ ଏବଂ ଦୃଢତାର ଆବଶ୍ୟକତା ପଡ଼ିଥିଲା । କିନ୍ତୁ ଟେଷ୍ଟ ମ୍ୟାଚରେ ଭାରତର ପ୍ରତିନିଧିତ୍ବ କରିବା ଏକ ଅଭୂତପୂର୍ଣ୍ଣ ମୂହୁର୍ତ୍ତ ଅଟେ । ଚାରି ଲୋକଙ୍କ ପରିବାରରେ ଆମେ ସମସ୍ତେ ଦୁଇ ଦଶନ୍ଧି ଧରି ଗୋଟିଏ ସ୍ୱପ୍ନ ଦେଖି ଆସୁଛୁ । ମୋ ଭଉଣୀ, ମା’ ଏବଂ ବାପାଙ୍କୁ ବହୁତ ବହୁତ ଧନ୍ୟବାଦ, ଯେଉଁମାନେ ମୋତେ ଏଭଳି ସହଯୋଗ ଦେଇଛନ୍ତି । ମୁଁ ସେମାନଙ୍କ ଭଲପାଇବା, ଶୃଙ୍ଖଳା ଏବଂ କଠିନ ପରିଶ୍ରମର ଫଳ।
କେ.ଏସ ଭାରତଙ୍କ କ୍ୟାରିୟର
କେଏସ ଭରତ ନିଜ କ୍ୟାରିୟରରେ ଭାରତ ଲାଗି ଟେଷ୍ଟ କ୍ରିକେଟ ଖେଳିଛନ୍ତି । ସେ ୭ଟେଷ୍ଟ ଖେଳିଛନ୍ତି । ଏହି ମ୍ୟାଚର ୧୨ପାଳିରେ ବ୍ୟାଟିଂ କରି ସେ ୨୦.୯ପ୍ରତିଶତରେ ୨୨୧ରନ୍ କରିଛନ୍ତି । ଯେଉଁଥିରେ ହାଇ ସ୍କୋର ୪୪ରନର ରହିଛି । ସେହିଭଳି ଫାଷ୍ଟ କ୍ଲାସ କ୍ୟାରିୟର ଉପରେ ନଜର ପକାଇବା ତ ସେ ୧୧୩ମ୍ୟାଚର ୧୮୦ପାଳିରେ ୬୧.୩୨ ପ୍ରତିଶତରେ ୬୧୦୨ରନ୍ କରିଛନ୍ତି । ଯେଉଁଥିରେ ୧୧ଶତକ ଏବଂ ୩୪ଅର୍ଦ୍ଧଶତକ ସାମିଲ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories