Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ମହିଳା ହକି ଦଳର ଚମତ୍କାର ବିଜୟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ମହିଳା ହକି ଦଳର ଚମତ୍କାର ବିଜୟ

ଅର୍ଗସ ବ୍ୟୁରୋ : ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ମହିଳା ହକି ଦଳର ଚମତ୍କାର ବିଜୟ । ନ୍ୟୁଜିଲ୍ୟାଣ୍ଡକୁ 3-1 ଗୋଲରେ ହରାଇଛି ଭାରତ । ଭାରତୀୟ ମହିଳା ହକି ଦଳ ଝାଡଖଣ୍ଡର ରାଞ୍ଚି ସ୍ଥିତ ମାରାଙ୍ଗ ଗୋମକେ ଜୟପାଲ ସିଂ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମରେ ଚାଲିଥିବା FIH ହକି ଅଲିମ୍ପିକ କ୍ୱାଲିଫାୟର -2024ର ଦ୍ୱିତୀୟ ପୁଲ-ବି ମ୍ୟାଚରେ ଚମତ୍କାର ବିଜୟ ହାସଲ କରିଛି । ନ୍ୟୁଜିଲ୍ୟାଣ୍ଡ ପାଇଁ ସଂଗୀତା କୁମାରୀ ଏକ ମିନିଟରେ, ଉଦିତା 12 ଏବଂ ବିୟୁଟି ଡଙ୍ଗଡୁଙ୍ଗ 14 ମିନିଟ୍ ରେ ଗୋଲ ସ୍କୋର କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡର ମେଗାନ ହଲ୍ 9 ମିନିଟ୍ ରେ ଏକମାତ୍ର ଗୋଲ ସ୍କୋର କରିଥିଲେ । ଶନିବାର ପ୍ରଥମ ମ୍ୟାଚ୍‌ରେ ଆମେରିକା ବିପକ୍ଷରେ 0-1 ଗୋଲରେ ପରାସ୍ତ ହେବା ପରେ ଭାରତୀୟ ଦଳ ମ୍ୟାଚ୍‌ର ପ୍ରଥମ ମିନିଟରେ ଗୋଲ ସ୍କୋର କରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲା ।

ଅଧିକ ପଢନ୍ତୁ : ୨ୟ ଟି୨୦ : ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଲା ଭାରତ

ନେହା ସର୍କଲରେ ସାଲିମା ଟେଟେଙ୍କ ପାଇଁ ଏକ ସଟ୍ ଦେଇଥିଲେ  ଏବଂ ସିମଡେଗାର ଦକ୍ଷ ଖେଳାଳି ସଂଗୀତା କୁମାରୀ ଏହାକୁ ଚମତ୍କାର ଫିନିସିଂ ଟଚ୍ ଦେଇଥିଲେ। ଏଥି ସହିତ ଅନ୍ୟ ଏକ ମ୍ୟାଚରେ ଜାପାନ ଜର୍ମାନୀକୁ 1-1 ଡ୍ରରେ ରଖିଥିଲା। ଜର୍ମାନୀ ପାଇଁ ଲିସା ନୋଲଟେ 30 ମିନିଟରେ ଫିଲ୍ଡ ଗୋଲ୍ ସ୍କୋର କରିଥିବାବେଳେ ଜାପାନ ପାଇଁ ମିୟୁ ହାସେଗାୱା 45 ମିନିଟରେ ଗୋଲ୍ ସ୍କୋର କରିଥିଲେ। ଜାପାନ ଦଳ ଏବେ ଚିଲିକୁ ମୁକାବିଲା କରିବ, ଜର୍ମାନୀ ଦଳ ମଙ୍ଗଳବାର ଚେକ୍ ରେପବୁଲିକ କୁ ଭେଟିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian women's hockey team's stunning win against New Zealand | Argus News